‘TE3N’ରେ ଗୀତ ଗାଇବାବେଳେ ନର୍ଭସ ହୋଇଯାଇଥିଲେ ବିଗ୍‌-ବି

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘TE3N’ରେ ଗୀତ ଗାଇବାବେଳେ ନର୍ଭସ ଫିଲ୍‌ କରୁଥିଲେ ମେଗାଷ୍ଟାର ଅମିତାଭ ବଚ୍ଚନ୍‌। ସେ ଟ୍ୱିଟ୍‌ କରି କହିଛନ୍ତି,“‘TE3N’ ରିଲିଜ୍‌ ହେବାକୁ ଆଉ ତିନି ସପ୍ତାହ ବାକି ରହିଛି। ନିକଟରେ ରିଲିଜ୍‌ ହୋଇଥିବା ‘ହକ୍‌ ହୈ’ ଗୀତଟିକୁ ଶୁଣନ୍ତୁ। ଏହି ଗୀତିଟି ମୁଁ ଗାଇବା ବେଳେ ଭାରି ନର୍ଭସ ଫିଲ୍‌ କରୁଥିଲି।” ୭୩ ବର୍ଷୀୟ ଅମିତାଭ ଏହି ଫିଲ୍ମରେ ଜଣେ ବୁଢାବାପା ଭୂମିକାରେ ନଜରକୁ ଆସିବେ। ପୂର୍ବରୁ ମଧ୍ୟ ସେ ବହୁ ଫିଲ୍ମରେ […]

amitabh-nawaz-teen759

Rakesh Mallick
  • Published: Saturday, 21 May 2016
  • , Updated: 21 May 2016, 04:40 PM IST

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘TE3N’ରେ ଗୀତ ଗାଇବାବେଳେ ନର୍ଭସ ଫିଲ୍‌ କରୁଥିଲେ ମେଗାଷ୍ଟାର ଅମିତାଭ ବଚ୍ଚନ୍‌।

ସେ ଟ୍ୱିଟ୍‌ କରି କହିଛନ୍ତି,“‘TE3N’ ରିଲିଜ୍‌ ହେବାକୁ ଆଉ ତିନି ସପ୍ତାହ ବାକି ରହିଛି। ନିକଟରେ ରିଲିଜ୍‌ ହୋଇଥିବା ‘ହକ୍‌ ହୈ’ ଗୀତଟିକୁ ଶୁଣନ୍ତୁ। ଏହି ଗୀତିଟି ମୁଁ ଗାଇବା ବେଳେ ଭାରି ନର୍ଭସ ଫିଲ୍‌ କରୁଥିଲି।”

[embed]https://www.youtube.com/watch?v=mYJ_ysSbH8I[/embed]

୭୩ ବର୍ଷୀୟ ଅମିତାଭ ଏହି ଫିଲ୍ମରେ ଜଣେ ବୁଢାବାପା ଭୂମିକାରେ ନଜରକୁ ଆସିବେ। ପୂର୍ବରୁ ମଧ୍ୟ ସେ ବହୁ ଫିଲ୍ମରେ କଣ୍ଠଦାନ କରିଛନ୍ତି। ସେଥି ମଧ୍ୟରେ ‘ୱାଜିର’ ଓ ‘ଶମିତାଭ’ ପରି ହିଟ୍‌ ଫିଲ୍ମ ରହିଛି।

ଏଥିରେ ବିଭିନ୍ନ ଭୂମିକାରେ ନୱାଜୁଦ୍ଦିନ୍ ସିଦ୍ଦିକ୍‌, ବିଦ୍ୟା ବାଲନ୍‌ ଓ ସବ୍ୟସାଚୀ ଚକ୍ରବର୍ତ୍ତୀଙ୍କୁ ଦେଖିବାକୁ ମିଳିବ।

ଏହାକୁ ରିଭୁ ଦାସଗୁପ୍ତା ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ସୁଜୟ ଘୋଷ କ୍ୟାପଟେନ୍‌, ଗୁଲାବ ସିଂହ ତନ୍‌ୱାର, ଏଚ୍‌.ଟି କିମ୍‌, ସୁରେଶ ନାୟାର, ସମୀର ରାଜନ୍ଦ୍ରନ୍‌ ଓ ଗୌରୀ ସାଠେ ରହିଛନ୍ତି।

ଏହି ଫିଲ୍ମ ଜୁନ୍‌ ୧୦ରେ ରିଲିଜ୍‌ ହେବ।

Related story