ଅଭିନେତ୍ରୀ ହିମାନୀ ଶିବପୁରୀ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଅଭିନେତ୍ରୀ ହିମାନୀ ଶିବପୁରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ହିମାନୀ ଶିବପୁରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ରବିବାର ଜଣାପଡ଼ିଥିଲା। ସେ ସୋଶାଲ୍ ମିଡିଆ ଯୋଗେ ଏହି ସୂଚନା ଦେଇଥିଲେ। ତା’ସହିତ ଗତ କିଛି ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ଟେଷ୍ଟ୍ କରାଇ ନେବା ପାଇଁ ସେ ଅନୁରୋଧ କରିଛନ୍ତି। ଏକ ନ୍ୟୁଜ୍ ଏଜେନ୍ସୀକୁ ସୂଚନା ଦେଇ ହିମାନୀ କହିଛନ୍ତି […]

himani

Jitendra Garnayak
  • Published: Sunday, 13 September 2020
  • , Updated: 13 September 2020, 12:30 PM IST

ମୁମ୍ବାଇ: ଅଭିନେତ୍ରୀ ହିମାନୀ ଶିବପୁରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ହିମାନୀ ଶିବପୁରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ରବିବାର ଜଣାପଡ଼ିଥିଲା। ସେ ସୋଶାଲ୍ ମିଡିଆ ଯୋଗେ ଏହି ସୂଚନା ଦେଇଥିଲେ। ତା’ସହିତ ଗତ କିଛି ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ଟେଷ୍ଟ୍ କରାଇ ନେବା ପାଇଁ ସେ ଅନୁରୋଧ କରିଛନ୍ତି।

ଏକ ନ୍ୟୁଜ୍ ଏଜେନ୍ସୀକୁ ସୂଚନା ଦେଇ ହିମାନୀ କହିଛନ୍ତି ଯେ ତାଙ୍କୁ ୬୦ ବର୍ଷ ହୋ‌ଇଗଲାଣି। ତା’ସହିତ ତାଙ୍କର ଡାଇବେଟିସ୍ ଅଛି। ତେଣୁ ଡାକ୍ତରଖାନାରେ ଭର୍ତ୍ତି ହୋଇଯିବାକୁ ତାଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ।

View this post on Instagram

Gud morning this to inform you that I tested positive for Covid.Anyone who has come in contact with me kindly get yourself tested.

A post shared by Himani Shivpuri (@hshivpuri) on

ହିମାନୀ ଉଭୟ ଛୋଟ ଓ ବଡ଼ ପରଦାରେ ଏବେବି ସକ୍ରିୟ ରହିଛନ୍ତି। ସେ ଅନେକ ହିଟ୍ ଫିଲ୍ମରେ କାମ କରିଥିବା ବେଳେ ଅନେକ ଟେଲିଭିଜନ ସିରିଏଲ୍‌ରେ ବି କାମ କରିଛନ୍ତି।

Related story