ଅଙ୍କିତା ବହୁତ ଖୁସି

ମୁମ୍ବାଇ: ଟେଲିଭିଜନ୍‌ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋମବାର ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ତାଙ୍କ କୋଳରେ ଦୁଇ ଜଣ ଶିଶୁ ଥିବା ବେଳେ ସେ ବହୁତ ଖୁସି ଦେଖାଯାଉଛନ୍ତି। ଫଟୋଟିକୁ ପୋଷ୍ଟ କରି ଅଙ୍କିତା ଲୋଖଣ୍ଡେ ଲେଖିଛନ୍ତି- ଆମ ପରିବାର ଖୁସିରେ ନାଚୁଛି। ଏକ ନୂଆ ଜୀବନ ଆରମ୍ଭ ହୋଇଛି। ସେ ଆହୁରି ଲେଖିଛନ୍ତି, ଏହି ଯାଆଁଳା ଶିଶୁ ଆସିବା ପରେ ଆମ ପରିସର ବଢ଼ିଛି। ଅବୀର ଓ ଅବୀରାଙ୍କୁ ସ୍ୱାଗତ। […]

ankita

Jitendra Garnayak
  • Published: Tuesday, 11 August 2020
  • , Updated: 11 August 2020, 09:42 AM IST

ମୁମ୍ବାଇ: ଟେଲିଭିଜନ୍‌ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋମବାର ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ତାଙ୍କ କୋଳରେ ଦୁଇ ଜଣ ଶିଶୁ ଥିବା ବେଳେ ସେ ବହୁତ ଖୁସି ଦେଖାଯାଉଛନ୍ତି।

ଫଟୋଟିକୁ ପୋଷ୍ଟ କରି ଅଙ୍କିତା ଲୋଖଣ୍ଡେ ଲେଖିଛନ୍ତି- ଆମ ପରିବାର ଖୁସିରେ ନାଚୁଛି। ଏକ ନୂଆ ଜୀବନ ଆରମ୍ଭ ହୋଇଛି।

ସେ ଆହୁରି ଲେଖିଛନ୍ତି, ଏହି ଯାଆଁଳା ଶିଶୁ ଆସିବା ପରେ ଆମ ପରିସର ବଢ଼ିଛି। ଅବୀର ଓ ଅବୀରାଙ୍କୁ ସ୍ୱାଗତ।

ତେବେ ଏହି ଛୁଆ ଦୁଇଟିର ବାପାମା’ କିଏ, ସେ ବିଷୟରେ ଅଙ୍କିତା କିଛି ଲେଖିନାହାନ୍ତି। କିନ୍ତୁ ସେ ଏହି ପୋଷ୍ଟରେ ତାଙ୍କ ବୟଫ୍ରେଣ୍ଡ ଭିକି ଜୈନ୍‌, ଅଭିଷେକ ଶ୍ରୀବାସ୍ତବ, ବର୍ଷା ଜୈନ ଓ ରେଶୁ ଜୈନଙ୍କୁ ଟ୍ୟାଗ୍ କରିଛନ୍ତି।

 

View this post on Instagram

 

Our family rejoices - a new life’s begun , Our circle is richer with the birth of these TWINS ❤️. WELCOME Abeer and Abeera

A post shared by Ankita Lokhande (@lokhandeankita) on

ଏହି ପୋଷ୍ଟ କରିବା ପରେ ଅଙ୍କିତା ଲୋଖଣ୍ଡେଙ୍କୁ ବହୁତ ଶୁଭେଚ୍ଛା ବାର୍ତ୍ତା ଆସିଛି। ଟେଲିଭିଜନ ଅଭିନେତା କରନ ପଟେଲ ଓ କରନବୀର ବୋହରାଙ୍କ ସମେତ ବହୁ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଭିକି ଜୈନଙ୍କୁ ଅଙ୍କିତା ଡେଟ୍ କରୁଛନ୍ତି। ଅଙ୍କିତା ବହୁ ସମୟରେ ଭିକ୍ ଜୈନଙ୍କ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରୁଛନ୍ତି।

ଏକ ସାକ୍ଷାତକାରରେ ଅଙ୍କିତା କହିଥିଲେ ଯେ ଭିକି ଜଣେ ଭଲ ମଣିଷ। ସେ ବିଳାସପୁରର। ସେ ଜଣେ ବ୍ୟବସାୟୀ।

 

View this post on Instagram

 

Tell me somethin', girl Are you happy in this modern world? Or do you need more? Is there somethin' else you're searchin' for? I'm falling In all the good times I find myself Longin' for change And in the bad times I fear myself Tell me something, boy Aren't you tired tryin' to fill that void? Or do you need more? Ain't it hard keeping it so hardcore? I'm falling In all the good times I find myself Longing for a change And in the bad times I fear myself I'm off the deep end, watch as I dive in I'll never meet the ground Crash through the surface, where they can't hurt us We're far from the shallow now In the shallow, shallow In the shallow, shallow In the shallow, shallow We're far from… ❤️ @jainvick

A post shared by Ankita Lokhande (@lokhandeankita) on

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସହିତ ବି ଛିଡ଼ା ହୋଇଛନ୍ତି ଅଙ୍କିତା ଲୋଖଣ୍ଡେ। ସେ ‘ପବିତ୍ର ରିସ୍ତା’ରେ ସୁଶାନ୍ତଙ୍କ ସହିତ ଅଭିନୟ କରିଥିଲେ। ସୁଶାନ୍ତ ଓ ଅଙ୍କିତା ପରସ୍ପରକୁ ଡେଟ୍ କରୁଥିଲେ ଓ ଦୁହେଁ ଛଅ ବର୍ଷ ଧରି ଏକାଠି ରହୁଥିଲେ। କିନ୍ତୁ ୨୦୧୬ରେ ସେମାନେ ଅଲଗା ହୋଇଯାଇଥିଲେ।

Related story