‘ଯୋଦ୍ଧା ଆକ୍‌ବର’ ଅଭିନେତ୍ରୀଙ୍କ ପରଲୋକ

ମୁମ୍ବାଇ: ଟେଲିଭିଜନ ଧାରାବାହିକ ‘ଯୋଦ୍ଧା ଆକ୍‌ବର’ରେ ସଲିମା ବେଗମ୍ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମନୀଷା ଯାଦବଙ୍କର ପରଲୋକ ହୋଇଯାଇଛି। ଶୁକ୍ରବାର ବ୍ରେନ୍ ହାମ୍ରେଜ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ କୋ-ଷ୍ଟାର ତଥା ଏହି ଧାରାବାହିକରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିବା ପରିଧି ଶର୍ମା ସୋଶାଲ୍ ମିଡିଆ ଯୋଗେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ସେ ମନୀଷାଙ୍କର ‘ଯୋଦ୍ଧା ଆକବର’ର ଏକ ଫଟୋକୁ ପୋଷ୍ଟ କରି ଏହି ଦୁଃଖଦ ଖବର ଦେଇଛନ୍ତି। ମିଳିଥିବା ଖବର ଅନୁଯାୟୀ, […]

Manish Yadav

Manish Yadav

Jitendra Garnayak
  • Published: Saturday, 02 October 2021
  • Updated: 02 October 2021, 07:40 PM IST

Sports

Latest News

ମୁମ୍ବାଇ: ଟେଲିଭିଜନ ଧାରାବାହିକ ‘ଯୋଦ୍ଧା ଆକ୍‌ବର’ରେ ସଲିମା ବେଗମ୍ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମନୀଷା ଯାଦବଙ୍କର ପରଲୋକ ହୋଇଯାଇଛି। ଶୁକ୍ରବାର ବ୍ରେନ୍ ହାମ୍ରେଜ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ କୋ-ଷ୍ଟାର ତଥା ଏହି ଧାରାବାହିକରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିବା ପରିଧି ଶର୍ମା ସୋଶାଲ୍ ମିଡିଆ ଯୋଗେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ସେ ମନୀଷାଙ୍କର ‘ଯୋଦ୍ଧା ଆକବର’ର ଏକ ଫଟୋକୁ ପୋଷ୍ଟ କରି ଏହି ଦୁଃଖଦ ଖବର ଦେଇଛନ୍ତି।

ମିଳିଥିବା ଖବର ଅନୁଯାୟୀ, ମନୀଷା ହଠାତ୍ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ପରେ ତାଙ୍କର ବ୍ରେନ୍‌ ହାମ୍‌ରେଜ୍ ହୋଇଥିବା ଜଣାପଡ଼ିଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା।

ମନୀଷାଙ୍କର ଏକ ପୁତ୍ର ସନ୍ତାନ ଅଛି। ଗତ ଜୁଲାଇରେ ତାକୁ ଏକ ବର୍ଷ ପୂରିଛି। ପୁଅର ପ୍ରଥମ ଜନ୍ମଦିନରେ ମନୀଷା ଖୁବ୍ ଖୁସି ଥିଲେ। ସେ ସୋଶାଲ୍ ମିଡିଆରେ ପୁଅର ଫଟୋ ମଧ୍ୟ ପୋଷ୍ଟ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos