ସାଉଥ୍‌ କମେଡିଆନ୍‌ ଭେନୁ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ !

ହାଇଦ୍ରାବାଦ: ଖୁବ୍‌ କମ୍‌ ବୟସରେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡ଼ିର କମେଡିଆନ ଭାବେ ପରିଚିତ ହୋଇପାରିଥିବା ଭେନୁ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କୁ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଲାଇଭ୍‌ ସପୋର୍ଟ ସିଷ୍ଟମ୍‌ରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି । ଏହି ୩୯ ବର୍ଷୀୟ ଅଭିନେତା ଦୀର୍ଘ ଦିନ ହେଲା ଲିଭର୍‌ ଓ କିଡ୍‌ନୀ ସଂକ୍ରାନ୍ତୀୟ ରୋଗରେ ପୀଡ଼ିତ ଅଛନ୍ତି। ପୂର୍ବରୁ ମଧ୍ୟ […]

venu-madav..1

Niharika Rout
  • Published: Wednesday, 25 September 2019
  • , Updated: 25 September 2019, 10:11 AM IST

ହାଇଦ୍ରାବାଦ: ଖୁବ୍‌ କମ୍‌ ବୟସରେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡ଼ିର କମେଡିଆନ ଭାବେ ପରିଚିତ ହୋଇପାରିଥିବା ଭେନୁ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କୁ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଲାଇଭ୍‌ ସପୋର୍ଟ ସିଷ୍ଟମ୍‌ରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି । ଏହି ୩୯ ବର୍ଷୀୟ ଅଭିନେତା ଦୀର୍ଘ ଦିନ ହେଲା ଲିଭର୍‌ ଓ କିଡ୍‌ନୀ ସଂକ୍ରାନ୍ତୀୟ ରୋଗରେ ପୀଡ଼ିତ ଅଛନ୍ତି।

ପୂର୍ବରୁ ମଧ୍ୟ ବହୁ ଥର ଭେନୁ ମାଧବଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ମିଡ଼ିଆରେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଇଛି। କିନ୍ତୁ ସବୁ ଥର ସେ ଏହାକୁ ଭୁଲ୍‌ ପ୍ରମାଣିତ କରି ପୁଣି ପରଦାକୁ ଫେରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଏଥର ମଧ୍ୟ ସେ ଖୁବ୍‌ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ତାଙ୍କ ଫ୍ୟାନ୍‌ମାନେ ଆଶା ରଖିଛନ୍ତି।

୧୯୭୯ ମସିହାରେ ତେଲେଙ୍ଗାନା ରାଜ୍ୟର କୋଡ଼ାଡ଼ରେ ଜନ୍ମ ଗ୍ରହଣ କରିଥିବା ଭେନୁ ଜଣେ ପ୍ରସିଦ୍ଧ ମିମିକ୍ରି ଆର୍ଟିଷ୍ଟ ଥିଲେ। ୧୯୯୬ ମସିହାରେ ‘ସମ୍ପ୍ରଦାୟମ୍‌’ ଫିଲ୍ମ  ଜରିଆରେ ସେ ଟଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ।  ଏହା ପର ବର୍ଷ ତାଙ୍କୁ ‘ମାଷ୍ଟର୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲା।  ହାସ୍ୟ ଅଭିନେତା ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ଅଭିନେତା ବହୁ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଏହା ବ୍ୟତୀତ ବହୁ ଟେଲିଭିଜନ୍ ପ୍ରୋଗ୍ରାମରେ ସେ ହୋଷ୍ଟ ଭାବେ ଦର୍ଶକଙ୍କ ତାଳି ସାଉଣ୍ଟିଛନ୍ତି।

Related story