ପ୍ରଶ୍ନ ପଚାରିବା କାଳ ହେଲା, ଜୟଲଳିତାଙ୍କ ବାୟୋପିକ୍‌ରୁ ବିଦ୍ୟା ଆଉଟ୍

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ ଖୁବ୍‌ ଶୀଘ୍ର ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳୀଙ୍କ ବାୟୋପିକ୍‌ରେ କାମ କରିବେ। ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଏହି ଫିଲ୍ମରେ ଅଭିନେତ୍ରୀ ବିଦ୍ୟା ବାଲନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ହେଲେ ଏହି ରୋଲ୍‌ କଙ୍ଗନାଙ୍କ ଝୁଲାରେ କିପରି ଖସିଲା ସେ ନେଇ ଆପଣଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଥିବ। ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ। ବିଦ୍ୟା ସବୁବେଳେ ନିଜ ଚରିତ୍ରକୁ ନିଖୁଣ ଭାବେ ପରଦାରେ ଫୁଟାଇବା […]

vidya

Chinmayee Roy
  • Published: Tuesday, 11 June 2019
  • , Updated: 11 June 2019, 02:23 PM IST

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ ଖୁବ୍‌ ଶୀଘ୍ର ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳୀଙ୍କ ବାୟୋପିକ୍‌ରେ କାମ କରିବେ। ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଏହି ଫିଲ୍ମରେ ଅଭିନେତ୍ରୀ ବିଦ୍ୟା ବାଲନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ହେଲେ ଏହି ରୋଲ୍‌ କଙ୍ଗନାଙ୍କ ଝୁଲାରେ କିପରି ଖସିଲା ସେ ନେଇ ଆପଣଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଥିବ। ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ।

ବିଦ୍ୟା ସବୁବେଳେ ନିଜ ଚରିତ୍ରକୁ ନିଖୁଣ ଭାବେ ପରଦାରେ ଫୁଟାଇବା ଲାଗି ଖୁବ୍‌ ପରିଶ୍ରମ କରିଥାନ୍ତି।  ଅପରପକ୍ଷେ ଏହା ଜୟଲଳିତାଙ୍କ ବାୟୋପିକ୍‌ ହୋଇଥିବାରୁ ନିଜ ଚରିତ୍ରକୁ ଜୀବନ୍ତ କରିବାକୁ ସେ ଖୁବ୍‌ ଦମ୍‌ରେ ଲାଗି ପଡିଥିଲେ। ଆଉ ଏଥିପାଇଁ ଫିଲ୍ମ ନିର୍ମାତାଙ୍କୁ ମଧ୍ୟ ନାକେଦମ କରି ଦେଇଥିଲେ। ତାଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନ ସମ୍ପର୍କରେ ନିର୍ମାତାକୁ ପ୍ରଶ୍ନ ପଚାରି ପଚାରି  ଅସ୍ତବ୍ୟସ୍ତ କରି ପକାଉଥିଲେ।

ବିଦ୍ୟା ନିଜ କ୍ୟାରେକ୍ଟରକୁ ନେଇ ବେଶ୍‌ ଉତ୍ସାହିତ ଥିବା ସହ ଏହି ଭୂମିକାକୁ ନେଇ ଅନେକ ପ୍ରଶ୍ନ ତାଙ୍କ ମନକୁ ଆସୁଥିଲା। ତେଣୁ ସେ ବାରମ୍ବାର ଫିଲ୍ମ ନିର୍ମାତାଙ୍କୁ ପ୍ରଶ୍ନ କରୁଥିଲେ। ଆଉ ଏଥିରେ ବ୍ୟସ୍ତବିବ୍ରତ ହୋଇପଡ଼ୁଥିଲେ ନିର୍ମାତା। ବିଦ୍ୟା ଏଭଳି କରିବା ଫଳରେ ଫିଲ୍ମ ନିର୍ମାତା ବିରକ୍ତ ହୋଇଗଲେ ଓ ବିଦ୍ୟାଙ୍କୁ ଫିଲ୍ମରୁ ବାହାରିବାର ବାଟ ଦେଖାଇଦେଲେ।

https://www.instagram.com/p/ByFiod0FBOj/?utm_source=ig_web_copy_link

ଏହାପରେ ଫିଲ୍ମର ଲେଖକ ଏହି ରୋଲ୍‌ ପାଇଁ କଙ୍ଗନା ନାଁ ନିର୍ମାତାଙ୍କ ଆଗରେ ରଖିଥିଲେ। ପରେ କଙ୍ଗନାଙ୍କୁ ଅଫର୍‌ କରିବାରୁ କଙ୍ଗନା ମଧ୍ୟ ରାଜି ହୋଇଯାଇଥିଲେ। ଏଥିପାଇଂ କଙ୍ଗନା ମୋଟା ଆକାରରେ ପ୍ରାପ୍ୟ ମଧ୍ୟ ନେଇଛନ୍ତି। ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମ ପାଇଁ କଙ୍ଗନା ୨୪ କୋଟି ଟଙ୍କା ନେଉଛନ୍ତି।

https://www.instagram.com/p/BxhvmKGB2lM/?utm_source=ig_web_copy_link

ଏହାପରେ ଜୟଲଳିତାଙ୍କ ଚରିତ୍ରରେ ଆମେ କଙ୍ଗନାଙ୍କୁ ହିଁ ପରଦା ଉପରେ ଦେଖିବାକୁ ପାଇବୁ ବୋଲି ଏକ ପ୍ରକାର ଫାଇନାଲ ହୋଇଗଲାଣି। କଙ୍ଗନା ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ମେଣ୍ଟାଲ୍‌ ହୈ କ୍ୟା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ କଙ୍ଗନାଙ୍କ ସହ ରାଜ କୁମାର ରାଓ ନଜର ଆସିବେ। ଫିଲ୍ମଟିକୁ ଏକତା କପୁର ପ୍ରୟୋଜନା କରୁଛନ୍ତି। ଫିଲ୍ମଟି ଜୁଲାଇ ୨୬ରେ ପରଦାକୁ ଆସିବ।

 

Related story