'ଦ ତାଶ୍‌କେଣ୍ଟ ଫାଇଲ୍'ର ଟ୍ରେଲର୍ ରିଲିଜ୍: ଖୋଲିବ କି ଶାସ୍ତ୍ରୀଙ୍କ ମୃତ୍ୟୁର ରହସ୍ୟ?

ମୁମ୍ବାଇ: ବର୍ଷର ଆରମ୍ଭ ପଲିଟିକାଲ ଡ୍ରାମା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଜରିଆରେ ହୋଇଥିଲା। ତା‘ପରେ ‘ଠାକ୍‌ରେ’ ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତିଆରି ହୋଇଥିବା ବାୟୋପିକ୍‌ ଏପ୍ରିଲ୍ ୫ରେ ରିଲିଜ୍ ହେବାକୁ ଯାଉଛି। ତେବେ ଆସନ୍ତା ମାସରେ ଆଉ ଏକ ପଲିଟିକାଲ୍‌ ଡ୍ରାମା ‘ଦ ତାଶକେଣ୍ଟ ଫାଇଲ୍’ ସିନେମା ଘରେ ପହଞ୍ଚିବାକୁ ପ୍ରସ୍ତୁତି ଚଲାଇଛି।  ବର୍ତ୍ତମାନ ଏହାର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ନିଜ ଟ୍ୱିଟର ଆକାଉଣ୍ଟରେ ଫିଲ୍ମର […]

sastri

Chinmayee Roy
  • Published: Tuesday, 26 March 2019
  • , Updated: 26 March 2019, 10:08 AM IST

ମୁମ୍ବାଇ: ବର୍ଷର ଆରମ୍ଭ ପଲିଟିକାଲ ଡ୍ରାମା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଜରିଆରେ ହୋଇଥିଲା। ତା‘ପରେ ‘ଠାକ୍‌ରେ’ ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତିଆରି ହୋଇଥିବା ବାୟୋପିକ୍‌ ଏପ୍ରିଲ୍ ୫ରେ ରିଲିଜ୍ ହେବାକୁ ଯାଉଛି। ତେବେ ଆସନ୍ତା ମାସରେ ଆଉ ଏକ ପଲିଟିକାଲ୍‌ ଡ୍ରାମା 'ଦ ତାଶକେଣ୍ଟ ଫାଇଲ୍' ସିନେମା ଘରେ ପହଞ୍ଚିବାକୁ ପ୍ରସ୍ତୁତି ଚଲାଇଛି।  ବର୍ତ୍ତମାନ ଏହାର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ନିଜ ଟ୍ୱିଟର ଆକାଉଣ୍ଟରେ ଫିଲ୍ମର ଟ୍ରେଲର ଜାରି କରିଛନ୍ତି।

https://twitter.com/taran_adarsh/status/1110100641932705792

ରିଲିଜ୍ ହେବାର ମାତ୍ର ୪ ଘଣ୍ଟା ଭିତରେ ଟ୍ରେଲରଟିକୁ ପାଖାପାଖି ୨ ଲକ୍ଷ ଲୋକ ଦେଖିସାରିଲେଣି। ୨ ମିନିଟ୍‌ ୪୪ ସେକେଣ୍ଡର  ଟ୍ରେଲରରେ ଆରମ୍ଭରୁ ଶେଷ ଯାଏ ସମସ୍ତେ କେବଳ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ କିପରି ହେଲା ସେ ବିଷୟରେ କଥା ହେଉଛନ୍ତି। ଟ୍ରେଲର୍‌ରେ ଦମ୍‌ଦାର୍‌ ଡାଇଲଗ୍ସ ରହିଛି।

ଟ୍ରେଲର୍‌ରେ ନାସିର୍‌ଉଦ୍ଦିନ୍‌ ସାହ, ମିଥୁନ୍‌ ଚକ୍ରବର୍ତ୍ତୀ ଓ ଶ୍ୱେତା ବାସୁ ଚକ୍ରବର୍ତ୍ତୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ସେହିପରି ପଙ୍କଜ ତ୍ରିପାଠୀ, ବିନୟ ପାଠକ, ମନ୍ଦିରା ବେଦୀ, ପଲ୍ଲବୀ ଜୋଶୀ, ଅଙ୍କୁର ରାଠି ଏବଂ ପ୍ରକାଶ ବେଲୱାଡ଼ି ପ୍ରମୁଖ ମଧ୍ୟ ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିବେକ ରଞ୍ଜନ ଅଗ୍ନିହୋତ୍ରୀ।  ଏପ୍ରିଲ୍ ୧୨ ତାରିଖରେ ‘ଦ ତାସ୍‌କେଣ୍ଟ୍ ଫାଇଲ୍’ ପରଦାକୁ ଆସିବ।

https://twitter.com/taran_adarsh/status/1110028626630594560

୧୯୬୬ ଜାନୁଆରୀ ୧୦ରେ ଉଜ୍ଜବେକିସ୍ତାନ୍‌ର ତାଶକେଣ୍ଟ ସହରରେ ଭାରତ ଓ ପାକିସ୍ତାନ୍‌ ମଧ୍ୟରେ ଶାନ୍ତି ବୁଝାମଣା ହୋଇଥିଲା। ଏହି ବୁଝାମଣାର ଗୋଟେ ଦିନ ପରେ ଅର୍ଥାତ୍‌ ୧୧ ଜାନୁଆରୀରେ ଶାସ୍ତ୍ରୀଙ୍କର ରହସ୍ୟମୟ ଢଙ୍ଗରେ ମୃତ୍ୟୁ ହୋଇଥିଲା। ଫିଲ୍ମ ନିର୍ମାତା ଓ ଫିଲ୍ମର ଟିମ୍‌ ୩ ବର୍ଷ ହେବ ଏହି ଘଟଣା ଉପରେ ରିସର୍ଚ୍ଚ କରୁଛନ୍ତି। ସେମାନେ ସାରା ଦୁନିଆରୁ ସମ୍ପୃକ୍ତ ଘଟଣା ସହ ଜଡ଼ିତ ତଥ୍ୟ ସଂଗ୍ରହ କରୁଛନ୍ତି। କାରଣ ସରକାରଙ୍କ ପାଖରେ ଶାସ୍ତ୍ରୀଙ୍କ ମୃତ୍ୟୁ ସହ ଜଡ଼ିତ କୌଣସି ଚୁକ୍ତିପତ୍ର ନାହିଁ।

https://twitter.com/Koimoi/status/1110150284729184256

୫୦ ବର୍ଷ ହେଲାଣି ଭାରତରେ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଛି। ତେବେ ଦେଖିବା ବାକି ରହିଲା ଯେଉଁମାନେ ଶାସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ନାନା ପ୍ରଶ୍ନର ଉତ୍ତର ସନ୍ଧାନରେ ରହିଛନ୍ତି, ସେମାନଙ୍କୁ ଏହି ଫିଲ୍ମ  ଉତ୍ତର ଦେଇପାରୁଛି କି ନାହିଁ। ‘ଦ ତାସ୍‌କେଣ୍ଟ୍ ଫାଇଲ୍’ ଲୋକଙ୍କୁ ସତ୍ୟର କେତେ ପାଖକୁ ନେବାରେ ସଫଳ ହେଉଛି ତାହା ଦେଖିବା ବାକି ରହିଲା।

Related story