ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଏଥର ଫେବୃଆରୀ ମାସ ଫୁଲ୍ ଏଣ୍ଟରଟେନ୍ମେଣ୍ଟ୍ ହେବ। ମାସ ଆରମ୍ଭରେ ରିଲିଜ୍ ହେବ ଅନିଲ କପୁର ଓ ତାଙ୍କ ଝିଅ ସୋନମ କପୁରଙ୍କ ଅଭିନୀତ ଫିଲ୍ମ ‘ଏକ୍ ଲଡକି କୋ ଦେଖା ତୋ ଐସା ଲଗା’ ଓ ଫରହାନ ଅଖ୍ତର୍ଙ୍କ ଫିଲ୍ମ ‘ଫକିର ଅଫ୍ ବେନିସ୍’ ରିଲିଜ ହେବ। ଏହି ଦୁଇଟି ଫିଲ୍ମ୍ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି ସିନେ କ୍ରିଟିକ୍ ଆଶା କରୁଛନ୍ତି।
‘ଏକ ଲଡକି କୋ ଦେଖା ତୋ ଐସା ଲଗା’ ଫିଲ୍ମ ରିଲିଜ ପୂର୍ବରୁ ଏହାର ଟ୍ରେଲର ବଲିଉଡ୍ରେ ଧମାଲ୍ ମଚାଉଛି। ଫିଲ୍ମର କାହାଣୀ ସମଲିଙ୍ଗୀ ସମ୍ପର୍କକୁ ନେଇ ତିଆରି ହୋଇଛି। ଏଥିସହ ରିଅଲ୍ ଲାଇଫ୍ର ବାପା-ଝିଅ ଯୋଡ଼ିଙ୍କୁ ପ୍ରଥମ ଥର ପାଇଁ ରିଲ୍ ଲାଇଫ୍ରେ ମଧ୍ୟ ବାପା-ଝିଅ ଭୂମିକାରେ ଦେଖିବାକୁ ମିଳିବ। ଦୀର୍ଘ ବ୍ୟବଧାନ ପରେ ଜୁହି ଚାୱଲା ମଧ୍ୟ ଏହି ଫିଲ୍ମ ଜରିଆରେ କମ୍ବ୍ୟାକ୍ କରୁଛନ୍ତି।
‘ଫକିର ଅଫ୍ ବେନିସ୍’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ସୁରାପୁର ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏଆର୍ ରହମାନ୍ ଓ ସାଗର ଦେଶାଇ। ଫିଲ୍ମରେ ଫରହାନ୍ ଅଖ୍ତର୍, ଅନୁ କପୁର ଓ କମଲ ସିନ୍ଧୁ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।
ସେହିପରି ଫେବୃଆରୀ ୧୪ ତାରିଖରେ ରଣବୀର ସିଂହ ଅଭିନୀତ ‘ଗଲି ବଏ’ ରିଲିଜ ହେବ। ଏହାଛଡ଼ା ମଲ୍ଟି ଷ୍ଟାରର୍ କମେଡି ଫିଲ୍ମ ‘ଟୋଟାଲ୍ ଧମାଲ’ ମଧ୍ୟ ସେହି ମାସରେ ଧମାଲ୍ ମଚାଇବ।