ବ୍ୟକ୍ତିତ୍ୱ ନ ବଦଳାଇ ଆଗକୁ ବଢ଼ିବାର କଳା କାହାଠୁ ଶିଖିଛନ୍ତି ସନ୍ନି?

ମୁମ୍ବାଇ: ନିଜର ସୌନ୍ଦର୍ଯ୍ୟ ଓ ବୋଲ୍ଡନେସ୍‌ରେ  ଦର୍ଶକଙ୍କୁ ଦିୱାନା କରୁଥିବା ବଲିଉଡ୍‌ ହଟ୍‌ ଅଭିନେତ୍ରୀ ସନ୍ନି ଲିଓନୀ ସବୁବେଳେ କିଛିନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଫିଲ୍ମ ‘ତେରା ଇନ୍ତିଜାର’ କାରଣରୁ ଚର୍ଚ୍ଚାରେ ଥିଲେ। ତାଙ୍କ ବିଷୟରେ ଅନେକ ସମୟରେ ଅନେକ ଖବର ଆସେ। ଆଜି ଆମେ ତାଙ୍କ ବିଷୟରେ ଯେଉଁ କଥାଟି କହିବାକୁ ଯାଉଛୁ ହୁଏତ ସମସ୍ତେ ଜାଣିନଥିବେ! ଜାଣିଛନ୍ତି ତାଙ୍କର ଆଦର୍ଶ କିଏ, ଜୀବନ ଜିଇଁବା ପାଇଁ କାହାଠୁ ପ୍ରେରଣା ପାଆନ୍ତି? ଏକ […]

sunny

Ordigital Desk
  • Published: Saturday, 23 December 2017
  • , Updated: 23 December 2017, 12:40 PM IST

ମୁମ୍ବାଇ: ନିଜର ସୌନ୍ଦର୍ଯ୍ୟ ଓ ବୋଲ୍ଡନେସ୍‌ରେ  ଦର୍ଶକଙ୍କୁ ଦିୱାନା କରୁଥିବା ବଲିଉଡ୍‌ ହଟ୍‌ ଅଭିନେତ୍ରୀ ସନ୍ନି ଲିଓନୀ ସବୁବେଳେ କିଛିନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଫିଲ୍ମ ‘ତେରା ଇନ୍ତିଜାର’ କାରଣରୁ ଚର୍ଚ୍ଚାରେ ଥିଲେ। ତାଙ୍କ ବିଷୟରେ ଅନେକ ସମୟରେ ଅନେକ ଖବର ଆସେ। ଆଜି ଆମେ ତାଙ୍କ ବିଷୟରେ ଯେଉଁ କଥାଟି କହିବାକୁ ଯାଉଛୁ ହୁଏତ ସମସ୍ତେ ଜାଣିନଥିବେ! ଜାଣିଛନ୍ତି ତାଙ୍କର ଆଦର୍ଶ କିଏ, ଜୀବନ ଜିଇଁବା ପାଇଁ କାହାଠୁ ପ୍ରେରଣା ପାଆନ୍ତି?

ଏକ ସାକ୍ଷତକାରରେ ସନ୍ନିଙ୍କୁ ଏ ବିଷୟରେ ପଚାରା ଯାଇଥିଲା। ସେ ମନ୍ଦାକିନୀ, ରେଖା, ଜୀନତ ଆମାନଙ୍କୁ ନିଜ ଆଦର୍ଶ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ‘‘ମୁଁ ମଧୁବାଲା, ଶର୍ମିଲା ଟାଗୋର, ଓ ଡିମ୍ପଲ କପାଡିଆଙ୍କ ଭଳି ହିରୋଇନ୍‌ଙ୍କ ଠାରୁ ଶିଖିଛି କେମିତି ନିଜ ବ୍ୟକ୍ତିତ୍ୱକୁ ନ ବଦଳାଇ ଆଗକୁ ବଢିବାକୁ ହେବ। ଯିଏ ଯେମିତି ସେମିତି ରହିବା ଉଚିତ୍‌।’’

ସନ୍ନିଙ୍କ ଫିଲ୍ମ ‘ତେରା ଇନ୍ତିଜାର’ ଡିସେମ୍ବର ମାସ ଆରମ୍ଭରେ ରିଲିଜ୍‌ ହୋଇଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସ୍‌ରେ  ଫ୍ଲପ୍‌ ହୋଇଥିଲା। ୨୦୧୨ରେ ଫିଲ୍ମ ‘ଜିସ୍ମ-୨’ ସହ ସନି ନିଜ ବଲିଉଡ୍‌ କ୍ୟାରିଅର ଆରମ୍ଭ କରିଥିଲେ। ସେ ‘ରାଗିଣି ଏମ୍‌ ଏମ୍‌ ଏସ୍‌’, ‘ହେଟ୍‌ ଷ୍ଟୋରୀ- ୨’, ‘ମସ୍ତି ଜାଦେ’ ଓ ‘ୱାନ୍‌ ନାଇଟ୍‌ ଷ୍ଟାଣ୍ଡ’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

Related story