ଅକ୍ଷୟଙ୍କୁ ବଲିଉଡ୍‌ରେ କେଉଁ ଅଭିନେତା ଟକ୍କର ଦେଇପାରିବେ? ସେ ନିଜେ ଦେଲେ ଏହି ଉତ୍ତର  

ମୁମ୍ବାଇ: ଏବେ ଅକ୍ଷୟ କୁମାର ନିଜ ଫିଲ୍ମ ‘ଗୋଲ୍ଡ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ସେ ଅନେକ ଟେଲିଭିଜନ୍ ଶୋ’କୁ ଯାଇ ନିଜ ଫିଲ୍ମର ପ୍ରମୋସନ୍ କରୁଛନ୍ତି। ଟ୍ୱିଟରରେ ମଧ୍ୟ ସେ ତାଙ୍କ ଫିଲ୍ମର ପ୍ରମୋସନ୍ କରୁଛନ୍ତି। ଫଳରେ ଫ୍ୟାନ୍‌ମାନେ ଶୁକ୍ରବାର ସକାଳେ ଟ୍ୱିଟର ମାଧ୍ୟମରେ ତାଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ। ଏମିତି ସୁଯୋଗକୁ ହାତଛଡ଼ା ନକରି ଅନେକ ଫ୍ୟାନ୍‌ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ତାଙ୍କର ବେଷ୍ଟ୍ ଫ୍ରେଣ୍ଡଙ୍କଠାରୁ ଆରମ୍ଭ କରି ତାଙ୍କ ମନପସନ୍ଦର ଖାଦ୍ୟ […]

akhaya2

Ordigital Desk
  • Published: Saturday, 11 August 2018
  • , Updated: 11 August 2018, 01:48 PM IST

ମୁମ୍ବାଇ: ଏବେ ଅକ୍ଷୟ କୁମାର ନିଜ ଫିଲ୍ମ ‘ଗୋଲ୍ଡ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ସେ ଅନେକ ଟେଲିଭିଜନ୍ ଶୋ’କୁ ଯାଇ ନିଜ ଫିଲ୍ମର ପ୍ରମୋସନ୍ କରୁଛନ୍ତି।

ଟ୍ୱିଟରରେ ମଧ୍ୟ ସେ ତାଙ୍କ ଫିଲ୍ମର ପ୍ରମୋସନ୍ କରୁଛନ୍ତି। ଫଳରେ ଫ୍ୟାନ୍‌ମାନେ ଶୁକ୍ରବାର ସକାଳେ ଟ୍ୱିଟର ମାଧ୍ୟମରେ ତାଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ।

ଏମିତି ସୁଯୋଗକୁ ହାତଛଡ଼ା ନକରି ଅନେକ ଫ୍ୟାନ୍‌ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ତାଙ୍କର ବେଷ୍ଟ୍ ଫ୍ରେଣ୍ଡଙ୍କଠାରୁ ଆରମ୍ଭ କରି ତାଙ୍କ ମନପସନ୍ଦର ଖାଦ୍ୟ ପର୍ଯ୍ୟନ୍ତ- ଗୁଡ଼ାଏ ପ୍ରଶ୍ନ ପଚରା ଯାଇଥିଲା।  ଅକ୍ଷୟ ବି ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ।

ଜଣେ ଫ୍ୟାନ୍ ତାଙ୍କୁ ପଚାରିଲେ ଏହି ପିଢ଼ିର ଅଭିନେତାଙ୍କ ମଧ୍ୟରେ କିଏ ତାଙ୍କୁ ଟକ୍କର ଦେଇ ପାରିବ। ସେ କହିଥିଲେ,‘‘ରଣବୀର ସିଂହ। ତାଙ୍କ ଏନର୍ଜି ଲେବଲ୍‌ ମୋ ସହ ମ୍ୟାଚ୍‌ କରିପାରେ।’’

[caption id="attachment_262619" align="alignnone" width="798"] ଗୋଲ୍ଡ ଫିଲ୍ମରେ ଅକ୍ଷୟ[/caption]

ସେହିପରି ଆ‌ଉ ଜଣେ ଫ୍ୟାନ୍ ପଚାରିଥିଲେ ବଙ୍ଗାଳୀଙ୍କ କେଉଁ ଗୁଣଟି ଆପଣଙ୍କୁ ଭଲ ଲାଗେ। ସେ କହିଥିଲେ,“ଏଥିରେ ସେ ମୌନି ରୟଙ୍କ ନାଁ ନେଇଥିଲେ ଓ କହିଥିଲେ, ବଙ୍ଗାଳୀମାନେ ବହୁତ ଆଦରରେ ଖାଦ୍ୟ ପରଷି ଥାଆନ୍ତି। ମତେ ସେମାନଙ୍କର ସେହି ଗୁଣ ଭାରି ଭଲ ଲାଗେ।”

ଟ୍ୱିଟରରେ  ଅକ୍ଷୟଙ୍କୁ ଏମିତି ଆଉ କିଛି ପ୍ରଶ୍ନ ପଚରା ଯାଇଥିଲା। ତା’ହେଲେ ଚାଲନ୍ତୁ ଜାଣିବା ଆଉ କିଛି ପ୍ରଶ୍ନର ଉତ୍ତର ସେ କ’ଣ କହିଥିଲେ।

ବେଷ୍ଟ୍ ଫ୍ରେଣ୍ଡ୍‌- ପୁଅ ଆରବ

ଯଦି ଅଭିନେତା ହୋଇନଥାନ୍ତ ତେବେ କ’ଣ ହୋଇଥାନ୍ତେ- ମାର୍ଶାଲ୍‌ ଆର୍ଟ୍‌ସ କୋଚ୍‌ କିମ୍ବା ଆର୍ମୀ ଅଫିସର୍‌

ମୁମ୍ବାଇର ସବୁଠୁ ଖାସ୍‌ କଥା- ସମୁଦ୍ର

କ’ଣ ରୋଷେଇ କରିବାକୁ ପସନ୍ଦ କରନ୍ତି- ଥାଇ ଗ୍ରୀନ୍‌ ଚିକେନ୍‌ କରି

ଫିଲ୍ମ ଜଗତ ସହ ଜଡ଼ିତ ଏକ ସ୍ମରଣୀୟ ମୁହୂର୍ତ୍ତ - ଯେତେବେଳେ ନିଜ ବାପାମା’ଙ୍କୁ ପ୍ରଥମ ଥର ଫିଲ୍ମ ସେଟ୍‌କୁ ନେଇ ଯାଇଥିଲି।

ପ୍ରିୟ ଖେଳ- ବିଚ୍‌ ଭଲିବଲ୍‌

ପ୍ରିୟ ଖାଦ୍ୟ- ଜାପାନିଜ୍‌ ଡିସ୍‌ ସୁଶୀ

Related story