ବଲିଉଡ୍‌ରେ ଏହି ୪ ଜଣ ଅଭିନେତ୍ରୀଙ୍କ ପାଖରେ ଅଛି ପ୍ରାଇଭେଟ୍‌ ଜେଟ୍‌: ଚତୁର୍ଥ ଜଣଙ୍କ ନାଁ ଶୁଣିଲେ ବିଶ୍ୱାସ ହବନି

ମୁମ୍ବାଇ: ବଲିଉଡ୍‌ରେ ଏମିତି ଅନେକ ଅଭିନେତ୍ରୀ  ଅଛନ୍ତି  ଯେଉଁମାନେ ଖୁବ୍‌ ଧନୀ। ତେଣୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସେମାନେ ବିଳାସମୟ ଜୀବନ ଅତିବାହିତ କରୁଥିବେ । ନିଜ ଘର, ପୋଷାକ ଠାରୁ ଆରମ୍ଭ କରି ଗାଡ଼ି ପର୍ଯ୍ୟନ୍ତ ସବୁ ଜିନିଷରେ ସେମାନେ ଭଲ ଖୋଜନ୍ତି। କିନ୍ତୁ ଜାଣିଛନ୍ତି ବଲିଉଡ୍‌ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ପାଖରେ ନିଜର ପ୍ରାଇଭେଟ୍‌ ଜେଟ୍ ବି ଅଛି। ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ସଂପର୍କରେ। ଶିଳ୍ପାସେଟ୍ଟୀ: […]

jet copy

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 11:59 AM IST

ମୁମ୍ବାଇ: ବଲିଉଡ୍‌ରେ ଏମିତି ଅନେକ ଅଭିନେତ୍ରୀ  ଅଛନ୍ତି  ଯେଉଁମାନେ ଖୁବ୍‌ ଧନୀ। ତେଣୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସେମାନେ ବିଳାସମୟ ଜୀବନ ଅତିବାହିତ କରୁଥିବେ । ନିଜ ଘର, ପୋଷାକ ଠାରୁ ଆରମ୍ଭ କରି ଗାଡ଼ି ପର୍ଯ୍ୟନ୍ତ ସବୁ ଜିନିଷରେ ସେମାନେ ଭଲ ଖୋଜନ୍ତି। କିନ୍ତୁ ଜାଣିଛନ୍ତି ବଲିଉଡ୍‌ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ପାଖରେ ନିଜର ପ୍ରାଇଭେଟ୍‌ ଜେଟ୍ ବି ଅଛି। ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ସଂପର୍କରେ।

ଶିଳ୍ପାସେଟ୍ଟୀ: ବଲିଉଡ୍‌ ସୁନ୍ଦରୀ ଶିଳ୍ପାଙ୍କର ନିଜର ଏକ ପ୍ରାଇଭେଟ୍‌ ଜେଟ୍‌ ଅଛି। ଅବଶ୍ୟ ଏହା ତାଙ୍କ ପାଇଁ କିଛି ବଡ଼ କଥା ନୁହେଁ। କାରଣ ତାଙ୍କ ପାଖରେ ଧନ ସମ୍ପତ୍ତିର ଅଭାବ ନାହିଁ। ତାଙ୍କ ସ୍ୱାମୀ ରାଜ୍‌କୁନ୍ଦ୍ରା ଜଣେ ପ୍ରତିଷ୍ଠିତ ଓ ସଫଳ ବ୍ୟବସାୟୀ।

ପ୍ରିୟଙ୍କା ଚୋପ୍ରା: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ବଲିଉଡ୍‌ର ଟପ୍‌ ଓ ବଲିଉଡ୍‌ର ସବୁଠୁ ଧନୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ବଲିଉଡ୍‌ ଛଡ଼ା ସେ ହଲିଉଡ୍‌ରେ ବି ବେଶ୍‌ ନାଁ କରି ସାରିଛନ୍ତି।  ସେ ଏକ ପ୍ରାଇଭେଟ୍‌ ଜେଟ୍‌ କିଣିଛନ୍ତି। କିନ୍ତୁ ଏବେ ତାକୁ ସେ ଖୁବ୍‌ କମ୍‌ ବ୍ୟବହାର କରୁଛନ୍ତି।

ଐଶ୍ୱର୍ଯ୍ୟା ରାୟ:  ମହାନାୟକ ଅମିତାଭ ବଚ୍ଚନଙ୍କ ପାଖରେ ତ ନିଜର ପ୍ରାଇଭେଟ୍‌ ଜେଟ୍‌ ଅଛି, କିନ୍ତୁ ତାଙ୍କ ବୋହୂ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ଓ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ପାଖରେ ମଧ୍ୟ ଅଲଗା ଅଲଗା ପ୍ରାଇଭେଟ୍‌ ଜେଟ୍‌ ଅଛି।

ମଲ୍ଲିକା ସେରାୱତ: ବଲିଉଡ୍‌ର ହଟ୍‌ ଆଣ୍ଡ ବୋଲ୍ଡ୍‌ ଅଭିନେତ୍ରୀ ମଲ୍ଲିକା ସେରାୱତଙ୍କ ପାଖରେ ବି ନିଜର ଏକ ପ୍ରାଇଭେଟ୍‌ ଜେଟ୍‌ ଅଛି।  କଥାଟା ଶୁଣିଲା ବେଳକୁ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। କାରଣ କିଛିଦିନ ପୂର୍ବରୁ ଘରଭଡ଼ା ଦେଇ ପାରି ନ ଥିବାରୁ ତାଙ୍କ ଘର ମାଲିକ ତାଙ୍କୁ ବାହାର କରିଦେଇଥିବା ଶୁଣିବାକୁ ମିଳିଥିଲା। ତେଣୁ ଏକଥା ହୁଏତ ଆପଣଙ୍କୁ ବିଶ୍ୱାସ ହେଉ ନଥିବ କିନ୍ତୁ କଥାଟା ସତ ବୋଲି ବିଭିନ୍ନ ୱେବସାଇଟ୍‌ରେ ଖବର ପ୍ରକାଶ ପାଇଛି।

 

 

 

 

Related story