ସଲମାନଙ୍କୁ ହତ୍ୟା କରିବାକୁ କରୁଥିଲେ ଯୋଜନା: ପୋଲିସ୍‌ ହାତରେ ଧରାପଡ଼ିଲେ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନଙ୍କୁ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ହରିୟାଣା ପୋଲିସର ଏସଟିଏଫ୍ କରିଛି ଏହି ଖୁଲାସା। କଣ୍ଟ୍ରାକ୍ଟ କିଲର୍‌ ସମ୍ପତ ନେହରା(୨୮)କୁ ଗତ ବୁଧବାର ଦିନ ହାଇଦ୍ରାବାଦ୍‌ରୁ ଗିରଫ କରାଯିବା ପରେ ଏକଥା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସମ୍ପତ ନେହରା ସଲମାନ ଖାନଙ୍କୁ ଜୀବନରୁ ମାରିବାକୁ ଯୋଜନା କରୁଥିଲେ। ସେ ମୁମ୍ବାଇ ଆସି ସଲମାନଙ୍କ ଯିବା ଆସିବା ସମୟ ଓ ତାଙ୍କ ସୁରକ୍ଷା କର୍ମୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିଲେ। ନେହରାଙ୍କ ବିରୁଦ୍ଧରେ […]

Salman-Khan-picsss

Rakesh Mallick
  • Published: Sunday, 10 June 2018
  • , Updated: 10 June 2018, 12:07 PM IST

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନଙ୍କୁ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ହରିୟାଣା ପୋଲିସର ଏସଟିଏଫ୍ କରିଛି ଏହି ଖୁଲାସା। କଣ୍ଟ୍ରାକ୍ଟ କିଲର୍‌ ସମ୍ପତ ନେହରା(୨୮)କୁ ଗତ ବୁଧବାର ଦିନ ହାଇଦ୍ରାବାଦ୍‌ରୁ ଗିରଫ କରାଯିବା ପରେ ଏକଥା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସମ୍ପତ ନେହରା ସଲମାନ ଖାନଙ୍କୁ ଜୀବନରୁ ମାରିବାକୁ ଯୋଜନା କରୁଥିଲେ। ସେ ମୁମ୍ବାଇ ଆସି ସଲମାନଙ୍କ ଯିବା ଆସିବା ସମୟ ଓ ତାଙ୍କ ସୁରକ୍ଷା କର୍ମୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିଲେ। ନେହରାଙ୍କ ବିରୁଦ୍ଧରେ ହତ୍ୟା, ଅପହରଣ ଓ ସୁପାରୀ ନେଇ ହତ୍ୟା କରିବାଭଳି ୨୪ରୁ ଆଧିକ ମାମଲା ରହିଛି।

[caption id="attachment_243853" align="aligncenter" width="714"] ସମ୍ପତ ନେହରା[/caption]

ସମ୍ପତ ନେହରା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପାଇଁ କାମ କରେ। ଏହି ଗ୍ୟାଙ୍ଗ ଗତ ଜାନୁଆରୀ ମାସରେ ସଲମାନଙ୍କୁ ଜୀବନରୁ ମାରିଦେବ ଧମକ ଦେଇଥିଲା।

ଚଳିତ ବର୍ଷ ଜାନୁଆରୀ ମାସରେ  ସଲମାନ ଖାନ୍ କୃଷ୍ଣସାର ମୃଗ ହତ୍ୟା ମାମଲାର ଶୁଣାଣି ପାଇଁ ଯୋଧପୁର କୋର୍ଟ ଯାଇଥିଲେ। ସେଠାରେ ତାଙ୍କୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ତାଙ୍କୁ ଜୀବନରୁ ମାରି ଦେବେ ବୋଲି ଧମକ ଦେଇଥିଲେ। ଖବର ମୁତାବକ ଲରେନ୍ସ ବିଷ୍ଣୋଇ ୧୯୯୮ ମସିହାରେ କୃଷ୍ଣସାର ମୃଗ ହତ୍ୟାକୁ ନେଇ ସଲମାନଙ୍କ ଉପରେ ରାଗ ରଖିଥିଲେ। ଓ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।

Related story