‘ତିରଙ୍ଗା’ ନିର୍ଦ୍ଦେଶକ ମେହୁଲ କୁମାରଙ୍କୁ ୬ ମାସ ଜେଲ୍

ଅହମ୍ମଦାବାଦ: ବଲିଉଡ୍‌ ନିର୍ଦ୍ଦେଶକ ଓ ନିର୍ମାତା ମେହୁଲ କୁମାରଙ୍କୁ ଚେକ୍ ବାଉନସ୍‌ ଅଭିଯୋଗରେ ଜାମନଗରର ଏକ କୋର୍ଟ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ଏହାସହିତ ମେହୁଲଙ୍କୁ ୫ ହଜାର ଟଙ୍କାର ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟ ତାଙ୍କ ଦଣ୍ଡାଦେଶ ଉପରେ ଏକମାସ ରୋକ ଲଗାଇଛନ୍ତି। ଏବେ ସେ ଏଇ ଆଦେଶ ବିରୋଧରେ ସେ ଉପର କୋର୍ଟକୁ ଯାଇପାରିବେ। ୨୦୦୮ରେ ମେହୁଲ ଜାମନଗରର ଅରକାଡିଆ ଶପିଂ ଆଣ୍ଡ୍ ଟ୍ରେଡିଂ କମ୍ପାନୀ ମ୍ୟାନେଜରଙ୍କୁ ୬୩,୮୦୫ଙ୍କୁ […]

MEHUL_KUMAR

Rakesh Mallick
  • Published: Sunday, 08 May 2016
  • , Updated: 08 May 2016, 10:54 AM IST

ଅହମ୍ମଦାବାଦ: ବଲିଉଡ୍‌ ନିର୍ଦ୍ଦେଶକ ଓ ନିର୍ମାତା ମେହୁଲ କୁମାରଙ୍କୁ ଚେକ୍ ବାଉନସ୍‌ ଅଭିଯୋଗରେ ଜାମନଗରର ଏକ କୋର୍ଟ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ଏହାସହିତ ମେହୁଲଙ୍କୁ ୫ ହଜାର ଟଙ୍କାର ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ କୋର୍ଟ ତାଙ୍କ ଦଣ୍ଡାଦେଶ ଉପରେ ଏକମାସ ରୋକ ଲଗାଇଛନ୍ତି। ଏବେ ସେ ଏଇ ଆଦେଶ ବିରୋଧରେ ସେ ଉପର କୋର୍ଟକୁ ଯାଇପାରିବେ। ୨୦୦୮ରେ ମେହୁଲ ଜାମନଗରର ଅରକାଡିଆ ଶପିଂ ଆଣ୍ଡ୍ ଟ୍ରେଡିଂ କମ୍ପାନୀ ମ୍ୟାନେଜରଙ୍କୁ ୬୩,୮୦୫ଙ୍କୁ ଚେକ୍ ଦେଇଥିଲେ। ତେବେ ତାଙ୍କ ଆକାଉଣ୍ଟରେ ଆବଶ୍ୟକ ପରିମାଣର ଟଙ୍କା ନ ଥିବାରୁ ଚେକ୍ ବାଉନସ୍ ହୋଇଯାଇଥିଲା।

ମେହୁଲ କୁମାର ‘ତିରଙ୍ଗା’, ‘ମରତେ ଦମ୍ ତକ୍’, ’କୋହରାମ୍’ ଓ ’କ୍ରାନ୍ତିବୀର’ ପରି ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ସେ ବିଗ୍‌ ବି ଅମିତାଭ ବଚ୍ଚନ, ନାନା ପାଟ୍ଟକର୍, ଅକ୍ଷୟ କୁମାର, ମାଧୁରୀ ଦୀକ୍ଷିତ ଓ ଡିମ୍ପଲ କାପୋଡିଆଙ୍କ ପରି କଳାକାରଙ୍କ ସହ କାମ କରିଛନ୍ତି।

Related story