ମଥାରେ ସିନ୍ଦୂର , ହାତରେ ମେହେନ୍ଦି ଲଗାଇ ସଂସଦରେ ପହଞ୍ଚିଲେ ନୁସରତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ଦଳର ନବନିର୍ବାଚିତ ବେଙ୍ଗଲି ଅଭିନେତ୍ରୀ ମିମି ଚର୍କବର୍ତ୍ତୀ ଓ ନୁସରତ ଜାହାନ ମଙ୍ଗଳବାର ଶପଥ ନେବାକୁ ସଂସଦରେ ପହଞ୍ଚିଥିଲେ। ଅଭିନେତ୍ରୀରୁ ସାଂସଦ ହୋଇଥିବା ଏହି ୨ ଅଭିନେତ୍ରୀ ଶପଥ ନେବା ପରେ ସ୍ପିକର ଓମ୍‌ ବିର୍ଲାଙ୍କ ପାଦ ଛୁଇଁ ଆର୍ଶିବାଦ ନେଇଥିଲେ।  ସଂସଦରେ ଉଭୟ ପାରମ୍ପରିକ ପରିଧାନରେ ନଜର ଆସିଥିଲେ। ବିବାହ ପରେ ନୁସରତ ଶାଢି ପିନ୍ଧି ସଂସଦକୁ ଆସିଥିବା ବେଳେ ମିମି ମଧ୍ୟ ସିମ୍ପଲ ସୁଟ୍‌ରେ ସୁନ୍ଦର ଲାଗୁଥିଲେ। ନବବିବାହିତା […]

nusrat-2..

Niharika Rout
  • Published: Tuesday, 25 June 2019
  • , Updated: 25 June 2019, 02:27 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ଦଳର ନବନିର୍ବାଚିତ ବେଙ୍ଗଲି ଅଭିନେତ୍ରୀ ମିମି ଚର୍କବର୍ତ୍ତୀ ଓ ନୁସରତ ଜାହାନ ମଙ୍ଗଳବାର ଶପଥ ନେବାକୁ ସଂସଦରେ ପହଞ୍ଚିଥିଲେ। ଅଭିନେତ୍ରୀରୁ ସାଂସଦ ହୋଇଥିବା ଏହି ୨ ଅଭିନେତ୍ରୀ ଶପଥ ନେବା ପରେ ସ୍ପିକର ଓମ୍‌ ବିର୍ଲାଙ୍କ ପାଦ ଛୁଇଁ ଆର୍ଶିବାଦ ନେଇଥିଲେ।  ସଂସଦରେ ଉଭୟ ପାରମ୍ପରିକ ପରିଧାନରେ ନଜର ଆସିଥିଲେ। ବିବାହ ପରେ ନୁସରତ ଶାଢି ପିନ୍ଧି ସଂସଦକୁ ଆସିଥିବା ବେଳେ ମିମି ମଧ୍ୟ ସିମ୍ପଲ ସୁଟ୍‌ରେ ସୁନ୍ଦର ଲାଗୁଥିଲେ।

ନବବିବାହିତା ନୁସରତ ହାତରେ ମେହେନ୍ଦି, ଚୁଡା ଓ ମଥାରେ ସିନ୍ଦୂର ପିନ୍ଧି ବେଶ ସୁନ୍ଦର ଲାଗୁଥିଲେ। ନୁସରତ ଗତ ୧୯ ତାରିଖରେ ପଶ୍ଚିମବଙ୍ଗର ବିଜନେସ ମ୍ୟାନ ନିଖିଳ ଜୈନଙ୍କ ସହ ତୁର୍କୀରେ ବିବାହ କରିଥିଲେ। ଏହି ବିବାହରେ ଯୋଗ ଦେବା ଲାଗି  ମିମି ମଧ୍ୟ  ତୁର୍କୀ ଯାଇଥିଲେ।

ଏଥିଯୋଗୁ ସଂସଦ ଅଧିବେଶନର ପ୍ରଥମ ଦିନରେ ଶପଥ ନେବାକୁ ଉଭୟ ପହଞ୍ଚି ପାରି ନ ଥିଲେ।  ଏଥିଯୋଗୁ ସେମାନେ ଖୁବ୍‌ ଟ୍ରଲର ଶିକାର ହୋଇଥିଲେ। ୟୁଜର୍ସ କହିଥିଲେ ଯେ, ବିବାହ ଓ ରିସେପସନ ପାର୍ଟି ଲାଗି ଉଭୟଙ୍କ ନିକଟରେ ସମୟ ଅଛି, ହେଲେ ସଂସଦରେ ଶପଥ ନେବାକୁ ବେଳ ନାହିଁ।

ଜଣେ ୟୁଜର ଲେଖିଛନ୍ତି, ସଂସଦ ଅଧିବେଶନ ଆରମ୍ଭ ହେବାର ତାରିଖ ପୂର୍ବରୁ ଜଣାଥିବା ବେଳେ ଆପଣ ବିବାହ ତାରିଖ ଘୁଞ୍ଚାଇ ପାରିଥାନ୍ତେ। ଇଏ ହେଉଛନ୍ତି ଆମ କଲିକତା ଏମ୍‌ପି, ଯେକି ନିଜ ବିବାହରେ ଖୁବ୍‌ ବ୍ୟସ୍ତ। ଏଭଳି ସାଂସଦ ଭବିଷ୍ୟତରେ କିପରି ସବୁ ଦାୟିତ୍ୱ ତୁଲାଇବେ ତାକୁ  ନେଇ ୟୁଜରମାନେ ପ୍ରଶ୍ନ କରିଥିଲେ।

ଜୁଲାଇ ୫ ତାରିଖରେ ନୁସରତ ଓ ନିଖିଳଙ୍କ ଗ୍ରାଣ୍ଡ ରିସେପସନ ପାର୍ଟି ହେବ ବୋଲି ସ୍ଥିର ହୋଇଛି। ଏଥିରେ ଟଲିଉଡର ବହୁ କଳାକାରଙ୍କ ସମେତ ରାଜନୈତିକ ମହଲର ବହୁ ବଡ ବଡ ନେତା ଯୋଗ ଦେବେ ବୋଲି କୁହାଯାଉଛି।

Related story