ଝିଅକୁ ଦେବାର ଥିଲା ଚୁମା: ହେଲେ ମାଆ କଲେ…

ମୁମ୍ବାଇ: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ତୁ ଆସିକି’ରେ ପଂକ୍ତି ଓ ଅହାନଙ୍କ ଲଭ୍‌ଷ୍ଟୋରୀକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ଖୁବ୍‌ କମ୍‌ ସମୟରେ ଏହାର ଲୋକପ୍ରିୟତା ବଢ଼ିଯାଇଛି। ଶୋ’ରେ ପଂକ୍ତି ଚରିତ୍ରରେ ଜନ୍ନତ ଜୁବେର ରହମାନୀ ଓ ଅହାନ ଚରିତ୍ରରେ ରିତ୍ୱିକ୍‌ ଅରୋଡ଼ା ନଜରକୁ ଆସୁଛନ୍ତି। ଖବର ମୁତାବିକ୍‌ ଏଥିରେ ପ୍ରଦର୍ଶନ ହୋଇଥିବା ରୋମାଣ୍ଟିକ୍‌ ସିନ୍‌କୁ ନାପସନ୍ଦ କରିଛନ୍ତି ଜନ୍ନତଙ୍କ ମାଆ। ସିରିୟଲରେ କିଛିଦିନ ହେବ ପଂକ୍ତି ଓ ଅହାନଙ୍କ ଲଭ୍‌ ସିନ୍‌ […]

Jannat-Zubair-Rahmani

Rakesh Mallick
  • Published: Tuesday, 13 March 2018
  • , Updated: 13 March 2018, 12:00 PM IST

ମୁମ୍ବାଇ: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ତୁ ଆସିକି’ରେ ପଂକ୍ତି ଓ ଅହାନଙ୍କ ଲଭ୍‌ଷ୍ଟୋରୀକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ଖୁବ୍‌ କମ୍‌ ସମୟରେ ଏହାର ଲୋକପ୍ରିୟତା ବଢ଼ିଯାଇଛି। ଶୋ’ରେ ପଂକ୍ତି ଚରିତ୍ରରେ ଜନ୍ନତ ଜୁବେର ରହମାନୀ ଓ ଅହାନ ଚରିତ୍ରରେ ରିତ୍ୱିକ୍‌ ଅରୋଡ଼ା ନଜରକୁ ଆସୁଛନ୍ତି। ଖବର ମୁତାବିକ୍‌ ଏଥିରେ ପ୍ରଦର୍ଶନ ହୋଇଥିବା ରୋମାଣ୍ଟିକ୍‌ ସିନ୍‌କୁ ନାପସନ୍ଦ କରିଛନ୍ତି ଜନ୍ନତଙ୍କ ମାଆ।

ସିରିୟଲରେ କିଛିଦିନ ହେବ ପଂକ୍ତି ଓ ଅହାନଙ୍କ ଲଭ୍‌ ସିନ୍‌ ଦେଖାଯାଉଛି। ଗୋଟିଏ ସିନ୍‌ରେ ଦୁହିଁଙ୍କୁ କିସ୍‌ କରିବାର ଥିଲା। ଏହି ସିନ୍‌ କରିବାକୁ ଯୋଜନା ଚାଲିଥିବା ବେଳେ ଜନ୍ନତଙ୍କ ମାଆ ବିରୋଧ କରିଥିଲେ। ଏହା ପରେ ତାଙ୍କ ମାଆ ଓ ପ୍ରଯୋଜକଙ୍କ ମଧ୍ୟରେ ଖୁବ୍‌ କଥା କଟାକଟି ହୋଇଥିଲା।

ଜନ୍ନତ ଏବେ ମାତ୍ର ୧୬ ବୟସର ତେଣୁ ତାଙ୍କ ମାଆ ଚାହୁଁ ନାହାନ୍ତି କି ସେ ଏତେ କମ୍‌ ବୟସରେ ଏମିତି ସିନ୍‌ କରନ୍ତୁ। ଖବର ମୁତାବକ ଜନ୍ନତଙ୍କ ମାଆ ଶୋ‘ ସାଇନ୍‌ କରିବା ପୂର୍ବରୁ ବି ଏସବୁ ବିଷୟରେ ସ୍ପଷ୍ଟ କରିଦେଇଥିଲେ।

ଜନ୍ନତ ସିରିଏଲ୍ ‘ଫୁଲୱା’ରେ ଫୁଲୱାଙ୍କ ଛୋଟବେଳ ଚରିତ୍ରରେ ନଜର ଆସିଥିଲେ।

Related story