‘ଟ୍ୱିଷ୍ଟ୍ ୱାଲା ଲଭ୍’ର ସୁଟିଂ ଆରମ୍ଭ

ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଆ ଫିଲ୍ମ ‘ଟ୍ୱିଷ୍ଟ୍ ୱାଲା ଲଭ୍’ର ସୁଟିଂ। ଡି.କେ ମୁଭିଜ୍‌ ଓ ତରଙ୍ଗ ସିନେ ପ୍ରଡକ୍ସନ୍ସ ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ଫିଲ୍ମର ସୁଟିଂ ଢେଙ୍କାନାଳର ସିନର୍ଜି ଇଞ୍ଜିନିୟରିଂ କଲେଜରୁ ଆରମ୍ଭ ହୋଇଛି। ଆଜି ସୁଟିଂ ସେଟ୍‌ରେ ବରିଷ୍ଠ ଅଭିନେତା ମିହିର ଦାସ, ହାସ୍ୟ ଅଭିନେତା ବ୍ରଜ, ନବାଗତା ଭୂମିକା ଓ ନବାଗତ ସ୍ୱରାଜ ଉପସ୍ଥିତ ଥିଲେ। ଫିଲ୍ମଟିକୁ ନେଇ ନବାଗତା ଭୂମିକା ଖୁବ୍ ଉତ୍ସାହିତ ଅଛନ୍ତି। ଫିଲ୍ମଟିର କାହାଣୀରେ ବହୁତ […]

bhumika

Rakesh Mallick
  • Published: Friday, 25 November 2016
  • , Updated: 25 November 2016, 06:15 PM IST

[caption id="attachment_112160" align="alignleft" width="225"] ‘ଟ୍ୱିଷ୍ଟ୍ ୱାଲା ଲଭ୍’ର ହୀରୋଇନ୍ ଭୂମିକା[/caption]

ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଆ ଫିଲ୍ମ ‘ଟ୍ୱିଷ୍ଟ୍ ୱାଲା ଲଭ୍’ର ସୁଟିଂ। ଡି.କେ ମୁଭିଜ୍‌ ଓ ତରଙ୍ଗ ସିନେ ପ୍ରଡକ୍ସନ୍ସ ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ଫିଲ୍ମର ସୁଟିଂ ଢେଙ୍କାନାଳର ସିନର୍ଜି ଇଞ୍ଜିନିୟରିଂ କଲେଜରୁ ଆରମ୍ଭ ହୋଇଛି। ଆଜି ସୁଟିଂ ସେଟ୍‌ରେ ବରିଷ୍ଠ ଅଭିନେତା ମିହିର ଦାସ, ହାସ୍ୟ ଅଭିନେତା ବ୍ରଜ, ନବାଗତା ଭୂମିକା ଓ ନବାଗତ ସ୍ୱରାଜ ଉପସ୍ଥିତ ଥିଲେ।

ଫିଲ୍ମଟିକୁ ନେଇ ନବାଗତା ଭୂମିକା ଖୁବ୍ ଉତ୍ସାହିତ ଅଛନ୍ତି। ଫିଲ୍ମଟିର କାହାଣୀରେ ବହୁତ ସସ୍‌ପେନ୍ସ ଅଛି ବୋଲି ସେ କହିଛନ୍ତି। ଫିଲ୍ମଟି ନିଶ୍ଚୟ ଦର୍ଶକଙ୍କୁ ମନକୁ ଛୁଇଁବ ବୋଲି ସେ କହିଛନ୍ତି।

ଏ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ତାପସ ସରଗରିଆ। ଫିଲ୍ମଟି ନୂଆ ବର୍ଷରେ ରିଲିଜ୍ ହେବ।

Related story