ଶିଳ୍ପାଙ୍କ ସ୍ୱାମୀଙ୍କୁ ମିଳିଲା ବେଲ୍ , ଓକିଲ ରଖିଲେ ଏମିତି ଯୁକ୍ତି  

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ନିର୍ମାଣ ଅଭିଯୋଗରେ ଫସିଥିବା ବ୍ୟବସାୟୀ ତଥା ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଛି। ଏହି ବ୍ୟବସାୟୀଙ୍କୁ ମୁମ୍ବାଇ କୋର୍ଟ ୫୦,୦୦୦ ଟଙ୍କା ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେହିପରି ରାଜ କୁନ୍ଦ୍ରାଙ୍କ ଆଇଟି ହେଡ୍‌ ରିୟାନ୍‌ ଥୋରପେଙ୍କୁ ମଧ୍ୟ ଜାମିନ ମିଳିଛି। ଉଭୟଙ୍କ ପାଇଁ ଓକିଲ ପ୍ରଶାନ୍ତ ପାଟିଲ କୋର୍ଟରେ ଯୁକ୍ତି ସ୍ଥାପନ କରିଥିଲେ। ସେ କହିଥିଲେ ଯେ, ପ୍ଲାଟଫର୍ମରେ କେଉଁ କଣ୍ଟେଣ୍ଟ ଅପଲୋଡ଼ ହେବ ତାହା ସେଲିବ୍ରେଟି […]

Shilpa-Raj

Tapas Behera
  • Published: Monday, 20 September 2021
  • , Updated: 20 September 2021, 06:50 PM IST

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ନିର୍ମାଣ ଅଭିଯୋଗରେ ଫସିଥିବା ବ୍ୟବସାୟୀ ତଥା ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଛି। ଏହି ବ୍ୟବସାୟୀଙ୍କୁ ମୁମ୍ବାଇ କୋର୍ଟ ୫୦,୦୦୦ ଟଙ୍କା ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେହିପରି ରାଜ କୁନ୍ଦ୍ରାଙ୍କ ଆଇଟି ହେଡ୍‌ ରିୟାନ୍‌ ଥୋରପେଙ୍କୁ ମଧ୍ୟ ଜାମିନ ମିଳିଛି। ଉଭୟଙ୍କ ପାଇଁ ଓକିଲ ପ୍ରଶାନ୍ତ ପାଟିଲ କୋର୍ଟରେ ଯୁକ୍ତି ସ୍ଥାପନ କରିଥିଲେ। ସେ କହିଥିଲେ ଯେ, ପ୍ଲାଟଫର୍ମରେ କେଉଁ କଣ୍ଟେଣ୍ଟ ଅପଲୋଡ଼ ହେବ ତାହା ସେଲିବ୍ରେଟି ଓ କଣ୍ଟେଣ୍ଟ ପ୍ରଡ୍ୟୁସର ନିଷ୍ପତ୍ତି ନିଅନ୍ତି। ତାହା ରାଜ କୁନ୍ଦ୍ରା ଓ ରିୟାନ୍‌ ନିଷ୍ପତ୍ତି ନିଅନ୍ତି ନାହିଁ ବୋଲି ତାଙ୍କ ଓକିଲ ଯୁକ୍ତି ରଖିଥିଲେ । ୧୪୦୦ ପୃଷ୍ଟା ସମ୍ବଳିତ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ କେଉଁଠି ବି ରାଜ କୁନ୍ଦ୍ରା କଣ୍ଟେଣ୍ଟ ଅପଲୋଡ଼ କରୁଥିବା ପ୍ରମାଣ ନାହିଁ ବୋଲି ଓକିଲ ପ୍ରଶାନ୍ତ କହିଛନ୍ତି ।

ଅପରପକ୍ଷରେ  ସରକାରୀ ଓକିଲଙ୍କ ପକ୍ଷରୁ ଜାମିନ ପ୍ରଦାନକୁ ବିରୋଧ କରାଯାଇଥିଲା। ଉଭୟଙ୍କୁ ଜାମିନ ମିଳିଲେ ପ୍ରମାଣ ଟ୍ୟାମ୍ପରିଂ ହେବାର ଆଶଙ୍କା ରହିଛି ବୋଲି କୁହାଯାଇଥିଲା। ତଥାପି କୋର୍ଟ ଉଭୟଙ୍କ ଜାମିନ ମଞ୍ଜୁର କରିଥିଲେ। ଆସନ୍ତା କାଲି ରାଜ୍ ଜେଲରୁ ମୁକୁଳି ପାରିନ୍ତି ବୋଲି ସୂଚନା ମିଳିଛି। ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ କରିବା ଅଭିଯୋଗରେ ଗତ ଜୁଲାଇ ୧୯ରେ ଗିରଫ ହୋଇଥିଲେ ରାଜ୍ । ରାଜଙ୍କ ପ୍ରଡକ୍ସନ ହାଉସରେ ପର୍ଣ୍ଣ ଫିଲ୍ମ ସୁଟିଂ ହେଉଥିବାବେଳେ ଲଣ୍ଡନ ଏକ କଂପାନି ଜରିଆରେ ସେ ଏହାକୁ ହଟସଟ୍ସ ନାମକ ଏକ ଆପ୍ଲିକେସନରେ ଅପଲୋଡ଼ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।

୨୦୧୯ରୁ ରାଜ କୁନ୍ଦ୍ରା ୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିଥିବା ନେଇ ଯାଞ୍ଚ କରୁଥିବା ପୁଲିସ ଅଧିକାରୀ କହିଥିଲେ  ମୁମ୍ବାଇର ଅନ୍ଧେରି ୱେଷ୍ଟରେ ଥିବା ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ବେଳେ କ୍ରାଇମ ବ୍ରାଞ୍ଚ ଅଶ୍ଳୀଳ ଚଳଚ୍ଚିତ୍ରକୁ ନେଇ କିଛି ତଥ୍ୟ ମଧ୍ୟ ପାଇଥିଲା । ଏହା ସହ ଏକାଧିକ ତଥ୍ୟକୁ ଡିଲିଟ କରାଯାଇଛି ଏବଂ ଏହାକୁ ହାସଲ କରିବା ପାଇଁ ସମୟ ଲାଗିବ ବୋଲି କହିଛି କ୍ରାଇମବ୍ରାଞ୍ଚ ପକ୍ଷରୁ ସେତେବେଳେ କୁହାଯାଇଥିଲା।

Related story