ସ୍ୱାମୀ ବିରୋଧରେ ବାଣ ଛାଡ଼ିଲେ ବୀଣା

ମୁମ୍ବାଇ: ପାକିସ୍ଥାନୀ ଅଭିନେତ୍ରୀ ବୀଣା ମଲ୍ଲିକଙ୍କ ଆଜିକାଲି ମୁଡ୍ ଭଲ ନାହିଁ। କଥା କଥା କେ ସେ ଛିଟକୁଛନ୍ତି। ସ୍ୱାମୀ ନାଁ ଶୁଣିଲେ ଆହୁରୀ ଡେଉଁଛନ୍ତି ବୀଣା। ରାଗ ପୁରା ପଞ୍ଚମରେ। ସ୍ୱାମୀ କଥା ଉଠିଲେ ଧୁମ୍ ବର୍ଷୁଛନ୍ତି ବୀଣା। ହେଲେ କାହିଁକି ସେ ଏମିତି ହେଉଛନ୍ତି। କଥା ହେଉଛି ନିର୍ଯାତନା ସହି ନ ପାରି ନିକଟରେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଛନ୍ତି  ବୀଣା । ସବୁ କାମ ଛାଡ଼ି ତାଙ୍କ ପାଇଁ ପୁରା ଦିନ ଦେବାକୁ […]

veenamalik

Rakesh Mallick
  • Published: Thursday, 16 March 2017
  • , Updated: 16 March 2017, 07:29 PM IST

ମୁମ୍ବାଇ: ପାକିସ୍ଥାନୀ ଅଭିନେତ୍ରୀ ବୀଣା ମଲ୍ଲିକଙ୍କ ଆଜିକାଲି ମୁଡ୍ ଭଲ ନାହିଁ। କଥା କଥା କେ ସେ ଛିଟକୁଛନ୍ତି। ସ୍ୱାମୀ ନାଁ ଶୁଣିଲେ ଆହୁରୀ ଡେଉଁଛନ୍ତି ବୀଣା। ରାଗ ପୁରା ପଞ୍ଚମରେ। ସ୍ୱାମୀ କଥା ଉଠିଲେ ଧୁମ୍ ବର୍ଷୁଛନ୍ତି ବୀଣା। ହେଲେ କାହିଁକି ସେ ଏମିତି ହେଉଛନ୍ତି।

କଥା ହେଉଛି ନିର୍ଯାତନା ସହି ନ ପାରି ନିକଟରେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଛନ୍ତି  ବୀଣା । ସବୁ କାମ ଛାଡ଼ି ତାଙ୍କ ପାଇଁ ପୁରା ଦିନ ଦେବାକୁ ଦାବିକଲେ ସ୍ୱାମୀ। ହେଲେ ଏଥିରେ ବୀଣା ରାଜି ହେଲେ ନାହିଁ। ଆଉ ଏହି ରାଗରେ ସ୍ୱାମୀ ତାଙ୍କୁ ମାରପିଟ୍ କଲେ। ଏପରିକି ଅସଦାଚରଣ ଠାରୁ ଆରମ୍ଭ କରି ନିର୍ଯାତନା ପର୍ଯ୍ୟନ୍ତ ସବୁ ସୀମା ଲଂଘିଗଲା।  ଆଉ ଶେଷରେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ବାଧ୍ୟ ହୋଇଥିବା କହିଛନ୍ତି ବୀଣା। ପାକିସ୍ତାନର ଆର୍ଯ୍ୟ ଟିଭି ଚ୍ୟାନେଲକୁ ଏକ ସାକ୍ଷାତକାରରେ ଏଭଳି ନିର୍ଯାତନାର କାହାଣୀ ବଖାଣିଛନ୍ତି ସେ।

ଏହି ଅଭିନେତ୍ରୀ ଜଣକ ସିନେମା ଏବଂ ଟିଭିରେ ଅନେକ କାର୍ଯ୍ୟକ୍ରମ କରିଛନ୍ତି। ଭାରତରେ ବହୁଚର୍ଚ୍ଚିତ ରିଆଲିଟି ଟିଭି ସୋ ବିଗ ବସ୍-୪ରେ ବୀଣା ଜଣେ ପ୍ରତିଯୋଗୀ ଥିଲେ। ୨୦୧୩ରେ ବିଶିଷ୍ଟ ବ୍ୟବସାୟୀ  ଅସଦ୍ ଖଟକ୍‌ଙ୍କୁ ବିବାହ କରିଥିଲେ ବୀଣା। ଦୁବାଇରେ ଏହି ଦମ୍ପତ୍ତିଙ୍କ ବିବାହ ହୋଇଥିଲା।  ବିବାହର ୩ ବର୍ଷ ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍ ହୋଇଥିଲା। ଗତ ଜାନୁୟାରୀ ୩୧ ତାରିଖରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି।

Related story