ମୁମ୍ବାଇ:ଆଉ ନାହାନ୍ତି ବଲିଉଡ୍ର ଭର୍ସାଟାଇଲ ଆକ୍ଟର କାଦର ଖାନ୍। ଏକାଧାରରେ ଅଭିନେତା, ନିର୍ମାତା ଓ ଉଚ୍ଚ କୋଟିର ସଂଳାପ ଲେଖକ ଭାବେ ଦୀର୍ଘ ୫ ଦଶନ୍ଧି ଧରି ନିଜର ଯାତ୍ରା ଜାରି ରଖିଥିବା କାଦର ଖାନ୍ ଆଜି ୮୧ ବର୍ଷ ବୟସରେ କାନାଡ଼ାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କାଦର ଖାନ୍ଙ୍କ ଭଳି କଳାକାରଙ୍କୁ ହରାଇ ଶୋକରେ ବୁଡ଼ିଛି ବଲିଉଡ। ଆଉ ଝୁରୁଛନ୍ତି ସିନେ ପ୍ରେମୀ।
ହାସ୍ୟ ଅଭିନେତା ଭାବେ ତାଙ୍କର ଦର୍ଶକଙ୍କ ପାଖରେ ଅଧିକ ପରିଚୟ ଥିଲେ ବି ପରବାରିସ, ଧନ ଦୌଲତ, ଲୁଟ୍ ମାର ଓ କୁରବାନି ଭଳି ବହୁ ଫିଲ୍ମରେ ତାଙ୍କୁ ଭିଲେନ୍ ରୋଲରେ ଦେଖିଥିଲେ ଦର୍ଶକ । ତା’ସହ ଆଗଧାଡ଼ିର ସଂଳାପ ଲେଖକ ଭାବେ ତାଙ୍କର ଥିଲା ଅଜସ୍ର ଖ୍ୟାତି। ବଲିଉଡର ପ୍ରାୟ ୨୦୦ରୁ ଅଧିକ ଫିଲ୍ମ ପାଇଁ ସେ ସଂଳାପ ଲେଖିଛନ୍ତି। ତାଙ୍କ ବିୟୋଗରେ ଆଜି ଝୁରୁଛି ବଲିଉଡ଼ ଜଗତଅ। ଆଉ ଝୁରୁଛନ୍ତି ସିନେପ୍ରେମୀ।
କାବୁଲରେ ଜନ୍ମ ଓ କାନାଡ଼ାର ନାଗରିକତ୍ୱ ଗ୍ରହଣ କରିଥିବା କାଦର ଖାନ୍ ଅଧ୍ୟାପନା ବୃତ୍ତିରୁ ଅଭିନୟକୁ ଆସିଥିଲେ। ତାଙ୍କ ବାପା କାନ୍ଧାହାରରର ହୋଇଥିବା ବଳେ ତାଙ୍କ ମା’ ବ୍ରିଟିସ୍ ଇଣ୍ଡିଆ ପିସିନ୍ର ଥିଲେ। ଯାହା ପରବର୍ତ୍ତୀ ସମୟରେ ପାକିସ୍ତାନର ବେଲୁଚିସ୍ଥାନ ନାମରରେ ପରିଚିତ ହୋଇ ଆସୁଛି। ତେବେ ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।