ବଲିଡଉକୁ ଆଉଏକ ଝଟକା, ପରଲୋକରେ ଜଣାଶୁଣା ପ୍ରଯୋଜକ ଅନୀଲ ସୁରୀ

ମୁମ୍ବାଇ: ବଲିଉଡଙ୍କୁ ପୁଣି ଏକ ବଡ଼ କ୍ଷତି ହୋଇଛି। ଅଭିନେତା ଇରଫାନ୍ ଖାନ୍, ଋଷି କପୁର‍, ସଂଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍ ଏବଂ ପ୍ରଖ୍ୟାତ  ଫିଲ୍ମ ନିର୍ଦ୍ଦେଶକ ବାସୁ ଚାଟାର୍ଜୀଙ୍କ ପରେ ଜଣାଶୁଣା ବଲିଉଡ ପ୍ରଯୋଜକ ଅନୀଲ ସୁରିଙ୍କର କରୋନା ଭାଇରସ୍ ସଂକ୍ରମଣ ଯୋଗୁ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏ ନେଇ ତାଙ୍କ ଭାଇ ରାଜୀବ ସୁରୀ ସୂଚନା ଦେଇଛନ୍ତି। ପ୍ରଯୋଜକ ରାଜୀବ ସୁରୀ କହିଛନ୍ତି, ଗତ ୨ ତାରିଖରେ ଅନୀଲଙ୍କ ଜ୍ୱର ହୋଇଥିଲା। […]

nil-suri

Ranjit Kumar Jena
  • Published: Friday, 05 June 2020
  • , Updated: 05 June 2020, 09:36 PM IST

ମୁମ୍ବାଇ: ବଲିଉଡଙ୍କୁ ପୁଣି ଏକ ବଡ଼ କ୍ଷତି ହୋଇଛି। ଅଭିନେତା ଇରଫାନ୍ ଖାନ୍, ଋଷି କପୁର‍, ସଂଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍ ଏବଂ ପ୍ରଖ୍ୟାତ  ଫିଲ୍ମ ନିର୍ଦ୍ଦେଶକ ବାସୁ ଚାଟାର୍ଜୀଙ୍କ ପରେ ଜଣାଶୁଣା ବଲିଉଡ ପ୍ରଯୋଜକ ଅନୀଲ ସୁରିଙ୍କର କରୋନା ଭାଇରସ୍ ସଂକ୍ରମଣ ଯୋଗୁ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି।

ଏ ନେଇ ତାଙ୍କ ଭାଇ ରାଜୀବ ସୁରୀ ସୂଚନା ଦେଇଛନ୍ତି। ପ୍ରଯୋଜକ ରାଜୀବ ସୁରୀ କହିଛନ୍ତି, ଗତ ୨ ତାରିଖରେ ଅନୀଲଙ୍କ ଜ୍ୱର ହୋଇଥିଲା। ତେବେ ପରଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା, ଯେଉଁକାରଣରୁ ତାଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା।

ତାଙ୍କୁ ଦୁଇଟି ବଡ଼ ହସ୍ପିଟାଲ୍ ଚିକିତ୍ସା କରିବାକୁ ମନା କରିଦେଇଥିଲେ। ଏହା ପରେ ବୁଧବାର ରାତିରେ ଆଡଭାନ୍ସ ମଲ୍ଟିସ୍ପେଶାଲିଷ୍ଟ ହସ୍ପିଟାଲ ନିଆଯାଇଥିଲା। ଯେଉଁଠାରେ ତାଙ୍କର କୋଭିଡ-୧୯ ଟେଷ୍ଟ ହୋଇଥିଲା ଏବଂ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା।

ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା ଏବଂ ସନ୍ଧ୍ୟା ପ୍ରାୟ ୭ଟା ବେଳେ ତାଙ୍କର ଦେହାନ୍ତ ହୋଇଥିଲା। ଅନୀଲଙ୍କ ଶେଷକୃତ ଶୁକ୍ରବାର ସକାଳେ ଓଶିୱାରା ଶବାଗାରରେ କରାଯାଇଥିଲା। ସେଠାରେ ତାଙ୍କ ପରିବାରର କେବଳ ଚାରିଜଣ ସଦସ୍ୟ ଉପସ୍ଥିତ ଥିଲେ ଏବଂ ସମସ୍ତେ ପିପିଇ କିଟ୍ ପରିଧାନ କରିଥିଲେ। ଅନୀଲ ସୁରୀଙ୍କର ପତ୍ନୀ ଓ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।

ଅନୀଲ ସୁରୀ ରାଜ କୁମାର ଓ ରେଖାଙ୍କ ଅଭିନୀତ ଫିଲ୍ମ 'କର୍ମଯୋଗୀ' ଓ 'ରାଜତିଲକ' ଭଳି ଫିଲ୍ମର ପ୍ରଯୋଜନା ଦେଇଥିଲେ। ଅନୀଲ ସୁରୀଙ୍କ ଭାଇ ରାଜୀବ ମଧ୍ୟ ଜଣେ ପ୍ରଯୋଜକ, ଯିଏ ୧୯୭୯ରେ ବାସୁ ଚାଟାର୍ଜୀଙ୍କ ନିର୍ଦ୍ଦେଶନାରେ 'ମଞ୍ଜିଲ୍'ର ପ୍ରଯୋଜନା କରିଥିଲେ। ଏହି ଫିଲ୍ମରେ ଅମିତାଭ ବଚ୍ଚନ ଓ ମୌସୁମୀ ଚାଟାର୍ଜୀ ଲିଡ୍ ରୋଲରେ ଥିଲେ।

Related story