ଚାଲିଗଲେ ବିଦ୍ୟା ବାଲାନଙ୍କ ସହ ଅଭିନେତ୍ରୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଅଭୀନିତ ‘ଡର୍ଟି ପିକ୍ଚର’ରେ ଶକିଲା ଭୂମିକାରେ ଅଭିନୟ କରିଥିବା ଆର୍ଯ୍ୟା ବାନାର୍ଜୀଙ୍କର ଦେହାନ୍ତ ହୋଇଯାଇଛି। ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ସୂଚନା ରହିଛି। ପୁଲିସ ଏବେ ଆତ୍ମହତ୍ୟା ମାମଲା ଆଧାରରେ ତଦନ୍ତ କରୁଛି। ଦକ୍ଷିଣ କୋଲକାତାର ଯୋଧପୁର ପାର୍କରେ ଆର୍ଯ୍ୟଙ୍କ ଘର। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆର୍ଯ୍ୟ ବାନାର୍ଜୀ ‘ଲଭ୍ ସେକ୍ସ ଓ […]

shakila

Subhransu Sekhar
  • Published: Friday, 11 December 2020
  • , Updated: 11 December 2020, 10:35 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଅଭୀନିତ ‘ଡର୍ଟି ପିକ୍ଚର’ରେ ଶକିଲା ଭୂମିକାରେ ଅଭିନୟ କରିଥିବା ଆର୍ଯ୍ୟା ବାନାର୍ଜୀଙ୍କର ଦେହାନ୍ତ ହୋଇଯାଇଛି। ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ସୂଚନା ରହିଛି। ପୁଲିସ ଏବେ ଆତ୍ମହତ୍ୟା ମାମଲା ଆଧାରରେ ତଦନ୍ତ କରୁଛି। ଦକ୍ଷିଣ କୋଲକାତାର ଯୋଧପୁର ପାର୍କରେ ଆର୍ଯ୍ୟଙ୍କ ଘର। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ଆର୍ଯ୍ୟ ବାନାର୍ଜୀ 'ଲଭ୍ ସେକ୍ସ ଓ ଧୋକ୍କା' ସିନେମା ପରେ ‘ଡର୍ଟି ପିକ୍ଚର’ରେ ଆସିଥିଲେ। ଏହା ବ୍ୟତୀତ ସେ ଅନ୍ୟ କୌଣସି ଫିଲ୍ମ କରି ନାହାନ୍ତି। ଲୋକପ୍ରିୟ ହୀନ୍ଦୀ ଧାରାବାହିକ ସାବଧାନ ଇଣ୍ଡିଆର କିଛି ଏପିସୋଡରେ ମଧ୍ୟ ସେ ନଜର ଆସିଥିଲେ।

ଆର୍ଯ୍ୟଙ୍କ ମୃତ୍ୟୁ ଖବର ସକାଳ ୧୦ଟା ପରେ ଜଣାପଡ଼ିଛି। ଆର୍ଯ୍ୟଙ୍କ ଚାକରାଣୀ ସବୁଦିନ ପରେ ଆଜି ବି ତାଙ୍କ ଘରକୁ ଆସିଥିଲେ କାମ କରିବା ପାଇଁ। ତେବେ ବାରମ୍ବାର କଲିଂ ବେଲ୍ ମାରିବା ପରେ ମଧ୍ୟ ସେ କବାଟ ଖୋଲି ନଥିଲେ। ଏହା ପରେ ସେ ଆର୍ଯ୍ୟାଙ୍କୁ ଡାକିଥିଲେ। ତେବେ ଅନେକ ଥର କଲ କରିବା ପରେ ବି ଆର୍ଯ୍ୟ ଫୋନ୍ ଉଠାଇ ନଥିଲେ। ଏହା ପରେ ସେ ପଡୋଶୀଙ୍କୁ ପଚାରିଥିଲେ, ଆଉ ସେମାନେ ମଧ୍ୟ କିଛି କହିପାରିନଥିଲେ।

ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଯାଇଥିଲା। ଆଉ ଆର୍ଯ୍ୟାଙ୍କୁ ରକ୍ତ ଜୁଡୁବୁଡୁ ଭାବରେ ଉଦ୍ଧାର କରିଥିଲା ପୁଲିସ। ଆର୍ଯ୍ୟଙ୍କ ନାକରେ ପ୍ରବଳ ରକ୍ତ ବାହାରିବା ସହ ସେ ବାନ୍ତି କରିଥିଲେ। ପୁଲିସ ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି।

ଚାକରାଣୀ ଜଣଙ୍କ କହିଛନ୍ତି ଆର୍ଯ୍ୟା ଏକାକୀ ରହିବାକୁ ପସନ୍ଦ କରନ୍ତି। ତାଙ୍କ ଘରକୁ କେହି ଦେଖା କରୁନଥିଲେ। ଆର୍ଯ୍ୟ ତାଙ୍କ ସହ ଗୁରୁବାର କଥା ହୋଇଥିଲେ।

Related story