ମୁମ୍ବାଇ: ଟେଲି ଅଭିନେତ୍ରୀ ହିନା ଖାନ୍ଙ୍କୁ ନେଇ ଏବେ ବି-ଟାଉନ୍ରେ ଗସିପ୍ ଜୋର ଧରିଛି। ରିୟାଲିଟି ଶୋ’ ‘ବିଗବସ୍-୧୧’ରେ ହିନାଙ୍କୁ ଜବରଦସ୍ତ ପପୁଲାରିଟି ମିଳିବା ପରେ ଏବେ ସେ ବଲିଉଡ୍ରେ ଡେବ୍ୟୁ କରିବାକୁ ଜୋର୍ସୋର୍ରେ ପ୍ରସ୍ତୁତି ଚଲାଇଛନ୍ତି। ତାଙ୍କ ପାଖରେ ଏବେ ୩ଟି ଫିଲ୍ମର ଅଫର୍ ରହିଛି। ଏଥିସହିତ ତାଙ୍କ ହାତରେ ଏକ ଅନ୍ତରାଷ୍ଟ୍ରୀୟ ପ୍ରୋଜେକ୍ଟ ମଧ୍ୟ ରହିଛି। କେବଳ ଏତିକି ନୁହେଁ ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲ୍ର ରେଡ୍ କାର୍ପେଟ୍ରେ ହିନା ଫରିଦା ଜଲାଲ୍ଙ୍କ ସହିତ ଚାଲିବେ। ଯେଉଁଠି ଚାଲିବାର ସୌଭାଗ୍ୟ ବହୁତ ବଡ଼ ବଡ଼ ବଲିଉଡ୍ କଳାକାର ବି ଆଜି ଯାଏ ପାଇପାରି ନାହାନ୍ତି। ତେବେ ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ ବଲିଉଡ୍ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ନିଜ ଫିଲ୍ମରେ ହିନା ଖାନ୍ଙ୍କୁ ସାଇନ୍ କରିଛନ୍ତି।
https://www.instagram.com/p/BuxoVWnjc4V/?utm_source=ig_web_copy_link
ଏହି ଫିଲ୍ମ ଚଳିତ ବର୍ଷ ଜୁନ୍ ମାସରେ ମଇଦାନକୁ ଓହ୍ଲାଇବ। ଏହା ହିନାଙ୍କର ପ୍ରଥମ ଫିଲ୍ମ ହେବ। ଏକ ସାକ୍ଷାତ୍କାରରେ ବିକ୍ରମ ଭଟ୍ଟ ଫିଲ୍ମ ବିଷୟରେ ଅନେକ ସୂଚନା ଦେଇଥିଲେ। ଏଥିସହ ସେ ହିନା ଖାନ୍ଙ୍କୁ ସାଇନ୍ କରିବା ପଛର କାରଣ ମଧ୍ୟ କହିଲେ। ବିକ୍ରମ କହିଲେ, ‘ମୋତେ ଲାଗୁଛି ଯେ ଫିଲ୍ମ ପାଇଁ ହିନାଙ୍କ ନିକଟରେ କିଛି ଏପରି ଅଛି ଯାହା ବହୁତ ଆକର୍ଷକ। ସେ ସେନ୍ସୁଆଲିଟି ଓ କ୍ଲାସ୍ର ମିଶ୍ରଣ’।
https://www.instagram.com/p/Bt8VKSqD5rE/?utm_source=ig_web_copy_link
ସେ ଆହୁରି କହିଛନ୍ତି , ‘ହିନାଙ୍କ ଇନ୍ଷ୍ଟାଗ୍ରାମ୍ର ଫଟୋ ବହୁତ୍ କ୍ଲାସି ହୋଇଥାଏ। ସେ ଜଣେ ଭଲ ଅଭିନେତ୍ରୀ ହେବା ସହ ଫ୍ୟାଶନ୍ ବିଷୟରେ ତାଙ୍କୁ ବେଶ୍ ଭଲ ଭାବେ ଜଣା। ତେଣୁ ମୋତେ ଲାଗୁଛି ହିନା ମୋ ଫିଲ୍ମର ଏହି ରୋଲ୍ ପାଇଁ ଏକଦମ୍ ଫିଟ୍। ସେ ଫିଲ୍ମରେ ଜଣେ ଫ୍ୟାଶନ୍ ମାଗାଜିନ୍ର ଏଡିଟର୍ ଭୂମିକାରେ ଅଭିନୟ କରିବେ।’
https://www.instagram.com/p/Bvb8N6tj_fO/?utm_source=ig_web_copy_link
ସାକ୍ଷାତ୍କାରରେ ଯେତେବେଳେ ବିକ୍ରମଙ୍କୁ ପଚରାଗଲେ ଯେ ସେ ହିନାଙ୍କ କିଛି ଶୋ’ ଦେଖିଛନ୍ତି କି ନାହିଁ, ସେ କହିଥିଲେ,’ମୋତେ ବିଗ୍ବସ୍ ଏତେ ପସନ୍ଦ ନୁହେଁ ହେଲେ ତା’ର କିଛି ଭିଡିଓ କ୍ଲିପ୍ ଦେଖିଛି। ‘କସୌଟି ଜିନ୍ଦେଗୀ କି-୨’ରେ କମୋଲିକା ରୋଲ୍ରେ ବେଶ୍ ଶାନ୍ଦାର୍ ଲାଗୁଛନ୍ତି ହିନା।’ ହିନା ଏକ ଦଶନ୍ଧିରୁ ଅଧିକ ସମୟହେବ ଟେଲିଭିଜନ୍ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି। ହେଲେ ରିୟାଲିଟି ଶୋ’ ‘ବିଗବସ୍-୧୧’ରେ ଭାଗ ନେବା ପରେ ହିନାଙ୍କୁ ଜବରଦସ୍ତ ପପୁଲାରିଟି ମିଳିଥିଲା।
https://www.instagram.com/p/Bttb9QBjiIs/?utm_source=ig_web_copy_link
ସୂଚନାଯୋଗ୍ୟ ବିକ୍ରମ ଭଟ୍ଟ ହରର୍ ଫିଲ୍ମ ତିଆରି ପାଇଁ ପରିଚିତ। ତାଙ୍କର ଶେଷ ଫିଲ୍ମ ‘1921’ ଗତ ବର୍ଷ ଜାନୁଆରୀର୍ ରିଲିଜ୍ ହୋଇଥିଲା। କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସ୍ରେ ବିଶେଷ କିଛି କରିପାରିଲା ନାହିଁ। ଏହି ଫିଲ୍ମ ବ୍ୟତୀତ ସେ ’ରାଜ୍-ସିରିଜ୍’, ‘ଖାମୋସିୟାଁ’, ‘ହମାରି ଅଧୁରି କାହାନି’ ଓ ‘ହେଟ୍ ଷ୍ଟୋରୀ’ ପରି ଅନେକ ସୁପର ହିଟ୍ ଫିଲ୍ମ କରିଛନ୍ତି।