ମଞ୍ଚରେ ରାନୀଙ୍କ ନିଆଁ ଲଗା ଡ୍ୟାନ୍ସ ପରେ ଯଲିଉଡ୍‌ରେ ଝଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପେରା ମଞ୍ଚରେ ପୁଣି ରାନୀ ଚର୍ଚ୍ଚା। ଇଏ ରାନୀ ପଣ୍ଡା ନୁହଁନ୍ତି। ସେ ହେଉଛନ୍ତି ରାନୀ ପ୍ରିୟଦର୍ଶିନୀ। ଯାହାଙ୍କ ନୃତ୍ୟ ପ୍ରଦର୍ଶନକୁ ନେଇ ହୋଇଥିଲା ହୁଲସ୍ତୁଲ୍‌। ମଞ୍ଚରେ ହୋଇଥିଲା ତମ୍ବିତୋଫାନ। ଅଙ୍ଗ ପ୍ରଦର୍ଶନର ସୀମା ଏତେ ଟପିଯାଇଥିଲା ଯେ, ନିଜ କ୍ରୋଧକୁ ସମ୍ଭାଳି ପାରିନଥିଲେ ପେଣ୍ଡାଲ ନିକଟରେ ବସିଥିବା ମନ୍ଦାକିନି ପଣ୍ଡା। ସିଧା ଛିଡ଼ା ହୋଇ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ଉପରକୁ ଫିଙ୍ଗିଥିଲେ ନିଜ ପିନ୍ଧା ଚପଲ୍। ଅକ୍ଟୋବର ୨୭ ତାରିଖ ରାତିରେ ଭଦ୍ରକ […]

Rani

Rani

Manoranjan Sial
  • Published: Saturday, 29 October 2022
  • Updated: 29 October 2022, 10:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପେରା ମଞ୍ଚରେ ପୁଣି ରାନୀ ଚର୍ଚ୍ଚା। ଇଏ ରାନୀ ପଣ୍ଡା ନୁହଁନ୍ତି। ସେ ହେଉଛନ୍ତି ରାନୀ ପ୍ରିୟଦର୍ଶିନୀ। ଯାହାଙ୍କ ନୃତ୍ୟ ପ୍ରଦର୍ଶନକୁ ନେଇ ହୋଇଥିଲା ହୁଲସ୍ତୁଲ୍‌। ମଞ୍ଚରେ ହୋଇଥିଲା ତମ୍ବିତୋଫାନ। ଅଙ୍ଗ ପ୍ରଦର୍ଶନର ସୀମା ଏତେ ଟପିଯାଇଥିଲା ଯେ, ନିଜ କ୍ରୋଧକୁ ସମ୍ଭାଳି ପାରିନଥିଲେ ପେଣ୍ଡାଲ ନିକଟରେ ବସିଥିବା ମନ୍ଦାକିନି ପଣ୍ଡା। ସିଧା ଛିଡ଼ା ହୋଇ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ଉପରକୁ ଫିଙ୍ଗିଥିଲେ ନିଜ ପିନ୍ଧା ଚପଲ୍।

ଅକ୍ଟୋବର ୨୭ ତାରିଖ ରାତିରେ ଭଦ୍ରକ ଜିଲ୍ଲା ଚରମ୍ପାରେ ଖେଳୁଥିଲା ରାଜ ନନ୍ଦିନୀ ଅପେରା। ନାଟକ ଆରମ୍ଭ ହେବା ପୂର୍ବରୁ ହୋଇଥିଲା ରଙ୍ଗାରଙ୍ଗ ରେକର୍ଡ ଡ୍ୟାନ୍ସ। ମଞ୍ଚକୁ ଆସିଥିଲେ ରାନୀ ପ୍ରିୟଦର୍ଶନୀ। ଆଉ ପରିବେଷଣ କରିଥିଲେ ଫୁଙ୍ଗୁଳା ନୃତ୍ୟ। ଅଙ୍ଗଭଙ୍ଗୀ ଦେଖି କିଛି ଦର୍ଶକ ତାଳିମାଡ଼ କରି କୁରୁଳି ଉଠୁଥିବା ବେଳେ ଆଉ କିଛି ତାଳ ଦେଇ ନାଚି ଉଠୁଥିଲେ। ତାହାରି ଭିତରେ କିନ୍ତୁ କୁହୁଳି ଉଠୁଥିଲେ ପେଣ୍ଡାଲ ନିକଟରେ ବସିଥିବା ମହିଳା ଦର୍ଶକ ମନ୍ଦାକିନୀ ପଣ୍ଡା।

ଅଙ୍ଗ ପ୍ରଦର୍ଶନର ସୀମା ଏତେ ଲଙ୍ଘିଯାଇଥିଲା ଯେ, ଶେଷରେ ନିଜ ପିନ୍ଧା ଚପଲ ଖୋଲି ସିଧା ମଞ୍ଚ ଉପରକୁ ଫୋପାଡ଼ିଥିଲେ ମନ୍ଦାକିନୀ। କଥା ଏତିକିରେ ସରିନଥିଲା। ମଞ୍ଚ ଉପରକୁ ଯାଇ ପ୍ରତିବାଦ ମଧ୍ୟ କରିଥିଲେ। ଜଣେ ମହିଳା କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲେ। ତେବେ ଆୟୋଜନ କମିଟି ସଦସ୍ୟ ତାଙ୍କୁ ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ଶେଷରେ ଶାନ୍ତ ପଡ଼ିଥିଲା ସ୍ଥିତି। ହେଲେ ଅଶ୍ଳୀଳ ନୃତ୍ୟକୁ ବିରୋଧ କରିବାକୁ ଯାଇଥିବା ମନ୍ଦାକିନୀ ଓ ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ ଏବେ ମୁହାଁମୁହିଁ ହୋଇଛନ୍ତି।

ନୃତ୍ୟ ଆଳରେ ଅଙ୍ଗ ପ୍ରଦର୍ଶନକୁ ନେଇ ଏବେ ପୁଣି ମୁଣ୍ଡ ଟେକିଛି ନୂଆ ବିବାଦ। ଛିଡ଼ା ହୋଇଛି ବିତର୍କ। ମୁହାଁମୁହିଁ କଳାକାର ସଂଘ ଓ ଆୟୋଜକ। ରାଜ୍ୟ କଳାକାର ମହାସଂଘ ସମ୍ପାଦକ ଅଭିନେତା ବାପି ପଣ୍ଡା ଯାତ୍ରା ପେଣ୍ଡାଲରେ ଖୁଲମ୍‌ଖୁଲା ଅଙ୍ଗ ପ୍ରଦର୍ଶନ ପାଇଁ ଆୟୋଜକଙ୍କୁ ସିଧାସଳଖ ଦାୟୀ କରିଛନ୍ତି।  ଖୋଲାମଞ୍ଚରେ ନଗ୍ନତା ଅନୁଚିତ। କୋର କମିଟି ଏହାର ସତ୍ୟାସତ୍ୟ ଅନୁଧ୍ୟାନ କରିବ। ସତ ପ୍ରମାଣିତ ହେଲେ ସଂପୃକ୍ତ ଅଭିନେତ୍ରୀଙ୍କୁ ଚେତାବନୀ ଦିଆଯିବ। ସେପଟେ ରାଜନନ୍ଦିନୀ ଅପେରାର ମ୍ୟାନେଜର କହିଛନ୍ତି, କେବେ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯାଇନି କି ଦିଆଯିବନି।

ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟକ୍ଷରେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଆଇଟମ୍‌ ନୃତ୍ୟ ଆଳରେ ଅଙ୍ଗ ପ୍ରଦର୍ଶନ ଏବେ ପାଲଟିଛି ନୂଆ ଟ୍ରେଣ୍ଡ। ଦିନେ ଖଣ୍ଡଗିରି ଯାତ୍ରାରେ ଜଣେ ଦର୍ଶକଙ୍କ କାନ କାମୁଡ଼ି ଚର୍ଚ୍ଚାକୁ ଆସିଥିଲେ ଯାତ୍ରା ଜଗତର ଆଇଟମ୍‌ କୁଇନ୍‌ ରାଣୀ ପଣ୍ଡା। ଆଉ ଏବେ ରାନୀ ପ୍ରିୟଦର୍ଶିନୀଙ୍କ କଳା ପ୍ରଦର୍ଶନକୁ ନେଇ ହଟଚମଟ। ତେବେ ଯାତ୍ରା ପେଣ୍ଡାଲର ଖୋଲାମଞ୍ଚରେ ଏଭଳି ନୃତ୍ୟ ପ୍ରଦର୍ଶନ କେତେ ଉଚିତ?

https://www.youtube.com/watch?v=DZpFqKEOcEI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos