ଜାଣିଛନ୍ତି କି କେଉଁ ଖାଦ୍ୟ ଓ କେଉଁ ପ୍ରାର୍ଥନା ଅଭିନେତ୍ରୀ ନନ୍ଦିତା ଦାସଙ୍କର ପ୍ରିୟ?

Ordigital Desk
  • Published: Friday, 12 January 2018
  • , Updated: 12 January 2018, 07:11 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ଦକ୍ଷ ଅଭିନେତ୍ରୀ ହେଉଛନ୍ତି ନନ୍ଦିତା ଦାସ। କେବଳ ଫିଲ୍ମ ନୁହେଁ ସମାଜସେବା ଓ ଲେଖାଲେଖି ପାଇଁ ମଧ୍ୟ ସେ ବେସ୍ ପରିଚିତ। &lsquo; ଜନନାଟ୍ୟ&rsquo; ମଞ୍ଚରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ହିନ୍ଦି, ଓଡିଆ ଏବଂ ଇଂରାଜୀ ସମେତ ୧୦ଟି ଭାଷାରେ ସେ ଫିଲ୍ମ କରିଛନ୍ତି।&nbsp; ଆଇ ଆମ୍, ରାମଚନ୍ଦ୍ ପାକିସ୍ତାନୀ, ବିଫୋର୍ ଦି ରେନ୍&zwnj;ସ, ବିଶ୍ୱପ୍ରକାଶ, ଆର୍ଥ, ଫାୟାର ପ୍ରମୁଖ ଚଳଚ୍ଚିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ପାଖରେ ଲୋକପ୍ରିୟ ହୋଇପରିଛନ୍ତି।</p> <p>ଭାରତୀୟ ଫିଲ୍ମ ଜଗତରେ ନାଁ କମାଇଥିବା ନନ୍ଦିତା ଦାସଙ୍କ ଘର ଓଡିଶାର ବାରିପଦାରେ। ପିଲାଦିନ ବି କଟିଛି ନିଜ ଗାଁ&#039;ରେ। ଓଡିଶା ପାଣି ପବନ ସହ ସେ ଅଙ୍ଗାଅଙ୍ଗୀ ଭାବେ ଜଡିତ। ଏବେ ସେ ମୁମ୍ବାଇରେ ରହୁଛନ୍ତି ଓ ଦୀର୍ଘ ଦିନ ହେବ ଓଡିଶା ଛାଡି ସାରିଲେଣି। ତଥାପି ନନ୍ଦିତାଙ୍କ ପାଇଁ ସବୁଠୁ ସୁନ୍ଦର ହେଉଛି ତାଙ୍କ ଜନ୍ମମାଟି ଓଡିଶା। ରାଜ୍ୟ ଓଡିଶା। ନିକଟରେ &lsquo;ଜେଡିସିଏ ଫିଲ୍ମ ଫେଫ୍ଟିଭାଲ&rsquo;ରେ ସାମିଲ ହେବା ପାଇଁ ଆସିଥିବା ନନ୍ଦିତା କହିଥିଲେ ତାଙ୍କ ପସନ୍ଦର ଓଡିଆ ଖାଦ୍ୟ ବିଷୟରେ । ସେ କ&rsquo;ଣ ଖାଇବାକୁ ଭଲ ପାଆନ୍ତି ଜାଣିଛନ୍ତି କି? ଜାଣିଲେ ଆଶ୍ଟର୍ଯ୍ୟ ହେବେ। ବଲିଉଡର ଏହି ଆଗ ଧାଡିର ସେଲିବ୍ରିଟି ପଖାଳ ଭାତ ସାଙ୍ଗକୁ ଚୁଲିରେ ପୋଡା ଯାଇଥିବା ବିଲାତି, ପୋଟଳ ଏବଂ ଆଳୁ ଖାଇବାକୁ ଭାରି ପସନ୍ଦ କରନ୍ତି। ଏଥିସହ ତାଙ୍କୁ ପିଠା ଖାଇବାକୁ ମଧ୍ୟ ଭଲଲାଗେ। ଗାଁରେ ବିତିଥିବା ପିଲାଦିନର ସ୍ମୃତିକୁ ମନେପକାଇ ସେ କହିଥିଲେ, ପିଲାଦିନେ ସେ ଗାଡିଆ ପୋଖରୀରୁ ମାଛ ଧରୁଥିଲେ। ଗାଁ ନଇରେ ଗାଧୋଉଥିଲେ ଓ ଭାଇ ଭଉଣୀଙ୍କ ସହ ମିଶି ଯେଉଁ &#039;ଆହେ ଦୟା ମୟା ବିଶ୍ୱ ବିହାରୀ&#039; ପ୍ରାର୍ଥନା ଗାଉଥିଲେ, ତାହା ଆଜି ବି ତାଙ୍କ ପାଇଁ ଆଭୂଲା।</p>

Related story