ମୁମ୍ବାଇ:ବଲିଉଡ୍ର ଛୋଟେ ନୱାବ ସୈଫ୍ ଅଲ୍ଲୀ ଖାନ୍। ପତ୍ନୀ କରୀନାଙ୍କ ଭଳି ସେ ଭାରି ରୋକ୍ଠୋକ୍। ଯାହା କୁହନ୍ତି ଏକଦମ ସିଧା ସିଧା। ନିକଟରେ ସୈଫ୍ କରଣ ଜୋହରଙ୍କ ଲୋକପ୍ରିୟ ଟକ୍ ଶୋ ‘କଫି ଉଇଥ୍ କରଣ’ରେ ନିଜ ଜୀବନ ଏକ ବଡ଼ କଥାର ଖୋଲାସା କରିଛନ୍ତି।
ସୈଫ୍ କରଣଙ୍କୁ କହିଥିଲେ, କରୀନାଙ୍କ ସହ ତାଙ୍କର ବିବାହ ଦିନ ସେ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂହଙ୍କୁ ଏକ ଚିଠି ଲେଖିଥିଲେ। ସେଥିରେ ସୈଫ୍ ଲେଖିଥିଲେ ଯେ, ସେ ନିଜେ ଏକ ନୂଆ ଜୀବନର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିସହ ଅମୃତା ସିଂହଙ୍କୁ ତାଙ୍କ ଆଗାମୀ ଜୀବନ ପାଇଁ ଶୁଭ କାମନା ଜଣାଇଥିଲେ ।
All's well that ends well!#KoffeeWithKaran #KoffeeWithSara #KoffeeWithSaif pic.twitter.com/l1YKD0xF40
— Star World (@StarWorldIndia) 18 November 2018
ସୈଫ୍ କହିଥିଲେ ସେ ଚିଠି ଦେବା ପୂର୍ବରୁ କରୀନା ସେହି ଚିଠିକୁ ପଢ଼ି ଥିଲେ। ହେଲେ ଏଥିରେ କରୀନାଙ୍କର କୌଣସି ପ୍ରତିକ୍ରୀୟା ନଥିଲା। ବରଂ ତାଙ୍କୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୈଫଙ୍କ ଝିଅ ସାରା ମଧ୍ୟ ଉପସ୍ଥିତ ଥିଲେ। ଆଉ ସେଦିନର ସ୍ମୁତିକୁ ବଖାଣିଛନ୍ତି।