ରିତେଶ ଓ ଜେନେଲିଆଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ସୁଷମା

ମୁମ୍ବାଇ: ସାଧାରଣ ଜନତାଙ୍କ ଅସାଧାରଣ ନେତ୍ରୀ ସୁଷମା ସ୍ୱରାଜ ଆଉ ନାହାନ୍ତି। ବିଜେପିର ଏହି ଲୋକପ୍ରିୟ ନେତ୍ରୀ ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକରେ ସାରା ଦେଶରେ ଖେଳିଯାଇଛି ଶୋକର ଛାୟା। ଏଥିରୁ ବାଦ୍ ପଡ଼ିନି ବଲିଉଡ୍‌। ବଲିଉଡ ଇଣ୍ଡଷ୍ଟ୍ରିର ଅନେକ କଳାକାର ଟ୍ୱିଟ୍‌ କରି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ରିତେଶ ଦେଶମୁଖ ବି ଅଛନ୍ତି। ସେ ସୁଷମାଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହିତ ଏକ ଅନୁଭୂତି ବଖାଣିଛନ୍ତି। […]

ritesh

Chinmayee Roy
  • Published: Wednesday, 07 August 2019
  • , Updated: 07 August 2019, 12:21 PM IST

ମୁମ୍ବାଇ: ସାଧାରଣ ଜନତାଙ୍କ ଅସାଧାରଣ ନେତ୍ରୀ ସୁଷମା ସ୍ୱରାଜ ଆଉ ନାହାନ୍ତି। ବିଜେପିର ଏହି ଲୋକପ୍ରିୟ ନେତ୍ରୀ ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକରେ ସାରା ଦେଶରେ ଖେଳିଯାଇଛି ଶୋକର ଛାୟା। ଏଥିରୁ ବାଦ୍ ପଡ଼ିନି ବଲିଉଡ୍‌। ବଲିଉଡ ଇଣ୍ଡଷ୍ଟ୍ରିର ଅନେକ କଳାକାର ଟ୍ୱିଟ୍‌ କରି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ରିତେଶ ଦେଶମୁଖ ବି ଅଛନ୍ତି। ସେ ସୁଷମାଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହିତ ଏକ ଅନୁଭୂତି ବଖାଣିଛନ୍ତି।

https://twitter.com/Riteishd/status/1158809858021314561

ରିତେଶ ଟ୍ୱିଟ୍ କରି ଲେଖିଛନ୍ତି, ‘୨୦୦୧ ମସିହାରେ ମୁଁ ତତ୍‌କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇଥିଲି। ସେ ସେତେବେଳେ ରାମୋଜି ଫିଲ୍ମସିଟିକୁ ଆସିଥିଲେ। ସେ ସମୟରେ ମୁଁ ଏବଂ ଜେନେଲିଆ ସେଠି ଆମର ପ୍ରଥମ ଫିଲ୍ମ ‘ତୁଝେ ମେରି କସମ୍’ର ଶୁଟିଂ କରୁଥିଲୁ। ସେ ଆମ ଦୁହିଁଙ୍କୁ ଆଶୀର୍ବାଦ କରିଥିଲେ ଓ ଆମର ସଫଳ କାମନା କରିଥିଲେ। ଆମେ ସେତେବେଳେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନୂଆ ଥିଲୁ। ତେଣୁ ତାଙ୍କ ଆଶୀର୍ବାଦ ଆମକୁ ଉତ୍ସାହିତ କରିଥିଲା ଓ ପ୍ରେରଣା ଯୋଗାଇଥିଲା। ଆପଣଙ୍କୁ ଅନେକ ଧନ୍ୟବାଦ୍‌ ସୁଷମା ସ୍ୱରାଜ୍‌ ମ୍ୟାଡାମ୍।’

ଏହା ପୂର୍ବରୁ ଏକ ଟ୍ୱିଟ୍‌ରେ ସେ ସୁଷମାଙ୍କୁ ଶ୍ରଦ୍ଧାଜଳି ଜଣାଇ ଲେଖିଥିଲେ, ଭାରତ ପାଇଁ ଏହା ବହୁତ ବଡ଼ କ୍ଷତି। ସେ ଜଣେ ଭଲ ବକ୍ତା ଓ ଜଣେ ମହାନ ଦେଶଭକ୍ତ ଥିଲେ। ବୈଦେଶିକ ମନ୍ତ୍ରୀ ଭାବେ ସେ ପ୍ରତ୍ୟେକ ଭାରତୀୟଙ୍କୁ ସାହାଯ୍ୟ କରିଛନ୍ତି, ଯେଉଁମାନେ କି ତାଙ୍କର ସହାୟତା ଲୋଡ଼ିଥିଲେ। ଏଭଳି ଏକ ସମୟରେ ମୁଁ ତାଙ୍କ ପରିବାର, ବନ୍ଧୁବାନ୍ଧବ ଓ ପ୍ରଶଂସକଙ୍କୁ ସମବେଦନା ଜଣାଉଛି।”

https://twitter.com/Riteishd/status/1158800329074364416

ସୂଚନାଯୋଗ୍ୟ, ଗତକାଲି ରାତିରେ ସୁଷମା ସ୍ୱରାଜଙ୍କର କାର୍ଡିଆକ୍‌ ଆରେଷ୍ଟ୍ ଯୋଗୁ ଦିଲ୍ଲୀ ଏମ୍‌ସରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ସେ ୭ ଥର ସାଂସଦ ହୋଇଥିବା ବେଳେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ପ୍ରଥମ ସରକାରରେ ବୈଦେଶିକ ମନ୍ତ୍ରୀ ଥିଲେ।

Related story