ବଲିଉଡ୍‌ରେ ସଲମାନ୍‌ କେବଳ ଏହି ଅଭିନେତାଙ୍କୁ ଅନୁକରଣ କରନ୍ତି

ଦବଙ୍ଗ ଖାନ୍‌ ନିଜେ ଏକଥା ଦର୍ଶକଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍‌ର ‘ଦବଙ୍ଗ୍ ଖାନ୍‌’ ସଲମାନ୍‌ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି, ସେ ତାଙ୍କ ପ୍ରଫେସ୍‌ନାଲ୍‌ ଲାଇଫ୍‌ ହେଉକି ପର୍ସନାଲ୍‌ ଲାଇଫ୍‌।

ବ୍ୟକ୍ତିଗତ କଥା କହିଲେ, ସେ ଏବେ କ୍ୟାଟ୍ରିନାଙ୍କ ନିକଟତର ହେବା ନେଇ ଚର୍ଚ୍ଚାରେ ଅଛନ୍ତି। ଆଉ ପ୍ରଫେସ୍‌ନାଲ୍‌ ଲାଇଫ୍‌ କଥା କହିଲେ, ସେ ଏବେ ତାଙ୍କ ଶୋ’ ‘ଦଶ୍‌ କା ଦମ୍‌’ ଓ ‘ବିଗ୍‌ବସ୍‌-୧୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି।

ନିକଟରେ ତାଙ୍କୁ ନେଇ ଆଉ ଏକ କଥା ସାମ୍ନାକୁ ଆସିଛି। ବଲିଉଡ୍‌ରେ ଏମିତି ଜଣେ ସୁପରଷ୍ଟାର୍‌ ଅଛନ୍ତି ଯାହାଙ୍କୁ ସେ ଅନୁକରଣ କରନ୍ତି। ଜାଣିଛନ୍ତି ସେ କିଏ? ସେ ହେଉଛନ୍ତି ଧର୍ମେନ୍ଦ୍ର।

dharmendra1
image credit- internet

ଧର୍ମେନ୍ଦ୍ର ଓ ତାଙ୍କ ପୁଅ ବବି ଦେୱଲ ନିକଟରେ ସଲମାନ୍‌ଙ୍କ ଶୋ’ ଦଶ୍‌ କା ଦମ୍‌’କୁ ଯାଇଥିଲେ। ଏହି ଅବସରରେ ବବି ଦେଓଲ ଉଭୟ ସଲମାନ ଓ ଧର୍ମେନ୍ଦ୍ରଙ୍କୁ କିଛି ପ୍ରଶ୍ନ କରିଥିଲେ।

ଆଉ ସେହି ସମୟରେ ନିଜେ ସଲମାନ୍ କହିଥିଲେ ଯେ ସେ ଯଦି ବଲିଉଡ୍‌ରେ କାହାକୁ ଅନୁକରଣ କରୁଥାଆନ୍ତି, ତା’ହେଲେ ସେ ହେଉଛନ୍ତି କେବଳ ଧର୍ମେନ୍ଦ୍ର।

ଏତେ ଭଲ ପାଇବା ପାଇଁ ଧର୍ମେନ୍ଦ୍ର ତାଙ୍କୁ ଧନ୍ୟବାଦ୍ ଦେଇଥିଲେ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।