ପ୍ରିୟଙ୍କାଙ୍କ ପାର୍ଟିରେ ସେଲିବ୍ରିଟିଙ୍କ ଭିଡ଼
ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କର ଗତକାଲି ନିର୍ବନ୍ଧ ସରିଯାଇଛି। ଗତକାଲି ସକାଳେ ପ୍ରିୟଙ୍କାଙ୍କ ଘରେ ପାରମ୍ପରିକ ରୀତିନୀତିରେ ନିର୍ବନ୍ଧ ହୋଇଥିଲା। ଏହାପରେ ସନ୍ଧ୍ୟାରେ ପୋଷ୍ଟ ଏନ୍ଗେଜ୍ମେଣ୍ଟ ପାର୍ଟି ହୋଇଥିଲା। ଏଥିରେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ବ୍ୟବସାୟ ଜଗତରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
ପ୍ରିୟଙ୍କା ଚୋପ୍ରାଙ୍କ ମା’ ମଧୁ ଚୋପ୍ରା ସିଲଭର୍ କଲର୍ ଶାଢ଼ି ପିନ୍ଧି ପାର୍ଟିରେ ଉପସ୍ଥିତ ଥିଲେ।
ଏହି ପାର୍ଟିରେ ମୁକେଶ ଆମ୍ବାନୀ, ତାଙ୍କ ପତ୍ନୀ ନୀତା ଅମ୍ବାନୀ ଓ ଝିଅ ଇଶା ଅମ୍ବାନୀ ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଆଲିଆ ଭଟ୍ଟ, ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲି, ପରିନୀତି ଚୋପ୍ରା, ସଲମାନଙ୍କ ଭଉଣୀ ଅର୍ପିତା ଓ ତାଙ୍କ ସ୍ୱାମୀ ଆୟୂଷ ପାର୍ଟିକୁ ଆସିଥିଲେ।
ପ୍ରିୟଙ୍କା ଓ ନିକ୍ ଉଭୟ ସୋଶାଲ୍ ମିଡିଆରେ ସେମାନଙ୍କ ଫଟୋ ପୋଷ୍ଟ୍ କରିଛନ୍ତି। ଏହି ପୋଷ୍ଟ୍ରେ ହ୍ରିତିକ୍ ରୋଶନ୍, ବରୁଣ ଧୱନ୍, ଆଲିଆ ଭଟ୍ଟ, ରଣଭୀର ସିଂହ, ପ୍ରୀତି ଜିଣ୍ଟା ଓ ସାନିଆ ମୀର୍ଜାଙ୍କ ଭଳି ସେଲେବ୍ରିଟିମାନେ ଶୁଭକାମନା ଜଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।