ଆମୀରଙ୍କ ୧୦୦୦ କୋଟି ମହାଭାରତରେ କିଏ ହେବେ କୃଷ୍ଣ ?

ମୁମ୍ବାଇ: କିଛିଦିନ ହେବ ଆମୀର ଖାନ୍‌ ନିଜ ଡ୍ରିମ୍‌ ପ୍ରୋଜେକ୍ଟ  ‘ମହାଭାରତ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଥିପାଇଁ ୧୦୦୦ କୋଟିର ବଜେଟ୍‌ ନିର୍ଦ୍ଧାରିତ କରାଯାଇଛି। କିନ୍ତୁ ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ଏ ପର୍ଯ୍ୟନ୍ତ କିଛି ବିଦ୍ଧିବଦ୍ଧ ଘୋଷଣା କରାଯାଇନାହିଁ। କୋଉ ଚରିତ୍ରରେ କିଏ ଅଭିନୟ କରିବେ ସେଥିପାଇଁ ଏବେ ସନ୍ଧାନ ଜାରି ରହିଛି। କିନ୍ତୁ ନିକଟରେ ଶୁଣିବାକୁ ମିଳିଛି ଏହି ଫିଲ୍ମରେ ସଲମାନ୍‌ ଖାନ୍‌ କୃଷ୍ଣ ଭୂମିକାର ଅଭିନୟ କରିପାରନ୍ତି। ଆଉ ନିଜେ ଆମୀର  କର୍ଣ୍ଣ ଚରିତ୍ରରେ […]

amir-khan

Rakesh Mallick
  • Published: Saturday, 19 May 2018
  • , Updated: 19 May 2018, 08:31 PM IST

ମୁମ୍ବାଇ: କିଛିଦିନ ହେବ ଆମୀର ଖାନ୍‌ ନିଜ ଡ୍ରିମ୍‌ ପ୍ରୋଜେକ୍ଟ  ‘ମହାଭାରତ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଥିପାଇଁ ୧୦୦୦ କୋଟିର ବଜେଟ୍‌ ନିର୍ଦ୍ଧାରିତ କରାଯାଇଛି। କିନ୍ତୁ ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ଏ ପର୍ଯ୍ୟନ୍ତ କିଛି ବିଦ୍ଧିବଦ୍ଧ ଘୋଷଣା କରାଯାଇନାହିଁ। କୋଉ ଚରିତ୍ରରେ କିଏ ଅଭିନୟ କରିବେ ସେଥିପାଇଁ ଏବେ ସନ୍ଧାନ ଜାରି ରହିଛି।

କିନ୍ତୁ ନିକଟରେ ଶୁଣିବାକୁ ମିଳିଛି ଏହି ଫିଲ୍ମରେ ସଲମାନ୍‌ ଖାନ୍‌ କୃଷ୍ଣ ଭୂମିକାର ଅଭିନୟ କରିପାରନ୍ତି। ଆଉ ନିଜେ ଆମୀର  କର୍ଣ୍ଣ ଚରିତ୍ରରେ ଅଭିନୟ କରିପାରନ୍ତି।  ଏବେ ଏହି କଥା ଉପରେ କୌଣସି ସ୍ପଷ୍ଟୀକରଣ ହୋଇନଥିଲେ ବି ଏହି ସବୁ କଥା ଶୁଣିବାକୁ ମିଲିଛି।  ସୂତ୍ର ମୁତାବକ  ଆମୀର ଖାନ୍‌  ‘ମହାଭାରତ’ରେ ଦ୍ରୌପଦୀ ଚରିତ୍ର ପାଇଁ  ଦୀପିକା ପାଦୁକୋନ୍‌ ଓ ସନ୍ନା ଶେକ୍‌ଙ୍କୁ ଆପ୍ରୋଚ କରାଯାଇଛି।

କୁହାଯାଉଛି ଯେ ଫିଲ୍ମର କାହାଣୀ ଦ୍ରୌପଦୀଙ୍କ ଚରିତ୍ରକୁ ନେଇ ଗତିଶୀଳ ହୋଇଛି। ସେଥିପାଇଁ ପିଲ୍ମର ଚରିତ୍ରମାନଙ୍କର ଖୁବ୍‌ ଗୁରୁତ୍ୱ ରହିଛି। ପ୍ରଥମରୁ ଆମୀର ଏହି ଫିଲ୍ମକୁ ୭ ରୁ ୮ଟି ପର୍ଯ୍ୟାୟରେ ତିଆରି କରିବାକୁ  ଯୋଜନା କରିଥିଲେ।  କିନ୍ତୁ ଏବେ ତିନୋଟି ପର୍ଯ୍ୟାୟରେ ପୂରା କାହାଣୀକୁ ଦେଖାଇବାକୁ ଚାହାନ୍ତି। ଏହାର ସବୁ ପର୍ଯ୍ୟାୟ  ସୁଟିଂ ସରିବା ପରେ ଫିଲ୍ମକୁ ରିଲିଜ୍‌ କରାଯିବାର ଯୋଜନା ରହିଛି।

ଆମୀର ଏବେ ନିର୍ଦ୍ଦେଶକ ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ଫିଲ୍ମ ‘‘ଠଗ୍ସ ଅପ୍‌ ହିନ୍ଦୁସ୍ଥାନ୍‌’’ ସୁଟିଂରେ ବ୍ୟସ୍ତ ଅଛନ୍ତି।

 

 

Related story