ନେପୋଟିଜିମ୍ ପାଇଁ କିଏ ଦାୟୀ? ଜବାବ ରଖିଲେ ନଓ୍ୱାଜୁଦ୍ଦିନ ସିଦ୍ଦିକି

ମୁମ୍ୱାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ବିଭିନ୍ନ କାରଣ ପାଇଁ ଏବେ ବିବାଦରେ। ନେପୋଟିଜିମ୍ ପାଖରୁ ଆରମ୍ଭ କରି ଡ୍ରଗ୍ସ, ମି”ଠୁ ପ୍ରସଙ୍ଗରେ ଚର୍ଚ୍ଚାରେ ରହିଛି ବଲିଉଡ। ସ୍ଥିତି ଏମିତି ଯେ ନିକଟରେ ଆଲିଆ ଭଟ୍ଟଙ୍କ ‘ସଡକ ଟୁ’ ମୁଭି ସର୍ବାଧିକ ଡିସଲାଇକ୍ ପାଇଛି ୟୁଟ୍ୟୁବରେ। ସମସ୍ତ ପ୍ରସଙ୍ଗରେ ଅନେକ କଳାକାର ଖୋଲିକି କହୁଥିବା ବେଳେ ଆଉ କିଛି ନିରବ ରହିଛନ୍ତି। ଏହାରି ଭତରେ ନିରବ ରହିଥିବା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ପ୍ରତିକ୍ରିୟା ରଖିଛନ୍ତି। […]

nawazuddin siddiqui (1)

Subhransu Sekhar
  • Published: Sunday, 20 September 2020
  • , Updated: 20 September 2020, 08:39 PM IST

ମୁମ୍ୱାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ବିଭିନ୍ନ କାରଣ ପାଇଁ ଏବେ ବିବାଦରେ। ନେପୋଟିଜିମ୍ ପାଖରୁ ଆରମ୍ଭ କରି ଡ୍ରଗ୍ସ, ମି"ଠୁ ପ୍ରସଙ୍ଗରେ ଚର୍ଚ୍ଚାରେ ରହିଛି ବଲିଉଡ। ସ୍ଥିତି ଏମିତି ଯେ ନିକଟରେ ଆଲିଆ ଭଟ୍ଟଙ୍କ 'ସଡକ ଟୁ' ମୁଭି ସର୍ବାଧିକ ଡିସଲାଇକ୍ ପାଇଛି ୟୁଟ୍ୟୁବରେ। ସମସ୍ତ ପ୍ରସଙ୍ଗରେ ଅନେକ କଳାକାର ଖୋଲିକି କହୁଥିବା ବେଳେ ଆଉ କିଛି ନିରବ ରହିଛନ୍ତି। ଏହାରି ଭତରେ ନିରବ ରହିଥିବା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ପ୍ରତିକ୍ରିୟା ରଖିଛନ୍ତି।

ନଓ୍ୱାଜୁଦ୍ଦିନ ସିଦ୍ଦିକ ନିଜ ଅଭିନୟ ପାଇଁ ବଲିଉଡର ନାମକରା କଳାକାରଙ୍କ ମଧ୍ୟରେ ଅନ୍ୟତମ। ସେ କହିଛନ୍ତି ନପୋଟିଜିମ୍ ବା ଆତ୍ମୀୟତା ସବୁଠି ରହିଛି। କିନ୍ତୁ ବଲିଉଡ ତାରକାଙ୍କ ଅପେକ୍ଷା ଦର୍ଶକ ନେପୋଟିଜିମ୍ ପାଇଁ ଅଧିକ ଦାୟୀ।

ଟାଇମ୍ସ ଅଫ୍ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇ ନୱାଜୁଦ୍ଦିନ କହିଛନ୍ତି ଯେ “ସବୁଠାରେ ନେପୋଟିଜିମ୍ ରହିଛି, ହେଲେ ବଲିଉଡରେ ଯେଉଁ ନେପୋଟିଜିମ୍ ରହିଛି ସେଥିପାଇଁ ଦର୍ଶକ ଦାୟୀ, କାରଣ ଦର୍ଶକ ନିଜେ ସିନେମା ହଲକୁ ଯାଇ ସିନେମା ଦେଖନ୍ତି। ପଇସା ତାଙ୍କର ଇଚ୍ଛା ବି ତାଙ୍କର। ପ୍ରତ୍ୟେକ ବାପା ଚାହିଁବ ତାର ବ୍ୟବସାୟ ତାର ପରିବାର ଲୋକ କିମ୍ୱା ପୁଅ ସମ୍ଭାଳୁ। ବାହାର ଲୋକଙ୍କୁ କିଭଳି ଜଣେ ବିଶ୍ୱାସ କରିବ? ଏସବୁ ସତ୍ତ୍ୱେ ଯେଉଁ ଅଭିନେତାମାନେ ବଲିଉଡରେ ଡେବ୍ୟୁ କରୁଛନ୍ତି ଏବଂ ଆଗକୁ କାମ କରୁଛନ୍ତି ସେମାନେ ବହୁତ ଭଲ କାମ କରୁଛନ୍ତି। ସେମାନଙ୍କୁ ସ୍ୱୀକୃତି ଦିଆଯାଉଛି। ଏବେ ନେପୋଟିଜିମକୁ ନେଇ ଯେଉଁ ବିତର୍କ ଚାଲିଛି ଏବେ ଏହା ଭାବି ବନ୍ଦ କରିବା ଦରକାର" ବୋଲି ସେ କହିଛନ୍ତି।

ନୱାଜୁଦ୍ଦିନ ସିଦ୍ଦିକି ଆହୁରି ମଧ୍ୟ କହିଛନ୍ତି ଯେ ବଲିଉଡ ସବୁବେଳେ ସରରାକୁ ସହଯୋଗ କରେ। ଏବେ ବିଭିନ୍ନ ପ୍ରସଙ୍ଗରେ ବଲିଉଡ ମୁହଁ ଖୋଲୁଛି। ହେଲେ ହଲିଉଡରେ ଏଭଳି କିଛି ହୁଏ ନାହିଁ। ଯଦି ଆମେ ଆମର ଇଣ୍ଡଷ୍ଟ୍ରିଙ୍କୁ ନେଇ କମେଣ୍ଟ କରିବା ତାହେଲେ ପରବର୍ତ୍ତୀ ପିଢ଼ି ଓ ନୂଆ କଳାକାରମାନେ ଏଠାକୁ ଆସିବାକୁ ଚାହିଁବେ ନାହିଁ। ସେମାନେ ଭାବିବେ ଯେ ବଲିଉଡକୁ ଗଲେ ହତ୍ୟାର ଶିକାର ହେବେ, ଡ୍ରଗ୍ସ, କୋକିନ ଆଦି ନେବାକୁ ହେବ। ପ୍ରତି ସଂସ୍ଥାରେ ଡାର୍କ ସାଇଡ ରହିଛି। କେଉଁଠି ଅଳ୍ପ ଆଉ କେଉଁଠି ଅଧିକ ରହିଛି। ତେଣୁ ଡାର୍କ ସାଇଡକୁ ନେଇ ଅଧିକ ତର୍ଜମା କଲେ ଅନେକ କଥା ବାହାରିବ। ହେଲେ ଡାର୍କ ସାଇଡ ଘଟଣା କମାଇବା ଦରକାର ବୋଲି ସେ କହିଛନ୍ତି।

Related story