ବାପାଙ୍କ ସେନା ପୋଷାକରେ କିଏ ଏହି ବଲିଉଡ୍ ଅଭିନେତ୍ରୀ?

ମୁମ୍ବାଇ: ତାଙ୍କ ବାପା ଭାରତୀୟ ସେନାରେ ଥିଲେ। ଆଉ ଛୋଟ ବେଳେ ସେ ତାଙ୍କ ବାପାଙ୍କ ସେନା ପୋଷାକ ପିନ୍ଧିବାକୁ ଭଲ ପାଉଥିଲେ। ସେ ହେଉଛନ୍ତି ବଲିଉଡ୍‌ର ‘ଦେଶୀଗର୍ଲ’ ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କା ଏହି ଫଟୋଟିକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ଏହି ଫଟୋଟି ତାଙ୍କର ଆଗାମୀ ପୁସ୍ତକରେ ସ୍ଥାନ ପାଇଛି। ଘରେ ସେ ସେନା ପୋଷାକ ପିନ୍ଧି ତାଙ୍କ ବାପାଙ୍କ ପଛେ ପଛେ ଦୌଡ଼ନ୍ତି। ସେ ଠିକ୍ ତାଙ୍କ ବାପାଙ୍କ […]

priyanka

Jitendra Garnayak
  • Published: Friday, 11 December 2020
  • , Updated: 11 December 2020, 01:57 PM IST

ମୁମ୍ବାଇ: ତାଙ୍କ ବାପା ଭାରତୀୟ ସେନାରେ ଥିଲେ। ଆଉ ଛୋଟ ବେଳେ ସେ ତାଙ୍କ ବାପାଙ୍କ ସେନା ପୋଷାକ ପିନ୍ଧିବାକୁ ଭଲ ପାଉଥିଲେ। ସେ ହେଉଛନ୍ତି ବଲିଉଡ୍‌ର ‘ଦେଶୀଗର୍ଲ’ ପ୍ରିୟଙ୍କା ଚୋପ୍ରା।

ପ୍ରିୟଙ୍କା ଏହି ଫଟୋଟିକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ଏହି ଫଟୋଟି ତାଙ୍କର ଆଗାମୀ ପୁସ୍ତକରେ ସ୍ଥାନ ପାଇଛି। ଘରେ ସେ ସେନା ପୋଷାକ ପିନ୍ଧି ତାଙ୍କ ବାପାଙ୍କ ପଛେ ପଛେ ଦୌଡ଼ନ୍ତି। ସେ ଠିକ୍ ତାଙ୍କ ବାପାଙ୍କ ଭଳି ହେବାକୁ ଚାହୁଁଥିଲେ। ବାପା ତାଙ୍କ ଆଦର୍ଶ ଥିଲେ। ଛୋଟ ଥିବା ସତ୍ତ୍ୱେ ତାଙ୍କ ଭିତରେ ଥିବା ଆଡ୍‌ଭେଞ୍ଚର ସେନ୍‌ସକୁ ତାଙ୍କ ବାପା ଉତ୍ସାହିତ କରିଥିଲେ।

ପ୍ରିୟଙ୍କା ଆହୁରି ଲେଖିଛନ୍ତି ଯେ ସେ କିଛି ନୂଆ କରିବାକୁ ଚାହୁଁଥିଲେ। ସେ ସବୁବେଳେ ପ୍ରଥମ ହେବା ପାଇଁ ଚାହୁଁଥିଲେ। ଆଉ ଏହା ତାଙ୍କୁ ପ୍ରତ୍ୟେକ ଦିନ ପ୍ରତ୍ୟେକ କାମରେ ଆଗକୁ ବଢ଼ିବାର ପ୍ରେରଣା ଯୋଗାଇଥାଏ।

ସୂଚନାଯୋଗ୍ୟ, ଆଗକୁ ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର’ ରିଲିଜ୍ ହେବ। ଏଥିରେ ତାଙ୍କ ସହିତ ସ୍କ୍ରିନ୍ ଶେଆର କରିବେ ରାଜ କୁମାର ରାଓ।

View this post on Instagram

A post shared by Priyanka Chopra Jonas (@priyankachopra)

Related story