କାହାର ହେବେ ଅନୁଭବ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): କାହାର ହେବେ ଅନୁଭବ? ଶିବାନୀଙ୍କର ନାଁ ତମନ୍ନାଙ୍କର। କାରଣ ଦୁହେଁ ଏବେ ତାଙ୍କ ପ୍ରେମରେ ପାଗଳ। ଉଭୟ ତାଙ୍କୁ ପାଇବାକୁ ଚାହାଁନ୍ତି। କିନ୍ତୁ ଏହି ଦୁଇ ସୁନ୍ଦରୀଙ୍କ ମଝିରେ ଫସି ଯାଇଛନ୍ତି ଅନୁଭବ। ଆପଣ କନ୍‌ଫ୍ୟୁଜ୍‌ ହେଉଥିବେ, ଅନୁଭବ ତ ବିବାହିତ। ବର୍ଷାଙ୍କ ସହ ସେ ବିବାହ କରିଛନ୍ତି। କିନ୍ତୁ ଏବେ ସେ କାହା ସହ ରହିବା କଥା କାହିଁକି ଉଠୁଚି। କଥାଟି ହେଉଛି ରିଅଲ୍‌ରେ ନୁହେଁ ରିଲ୍‌ରେ ଅନୁଭବଙ୍କୁ ଜଣଙ୍କୁ ବାଛିବାକୁ ପଡିବ। […]

prem-kumar2-864x450

Rakesh Mallick
  • Published: Wednesday, 18 April 2018
  • , Updated: 18 April 2018, 05:36 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): କାହାର ହେବେ ଅନୁଭବ? ଶିବାନୀଙ୍କର ନାଁ ତମନ୍ନାଙ୍କର। କାରଣ ଦୁହେଁ ଏବେ ତାଙ୍କ ପ୍ରେମରେ ପାଗଳ। ଉଭୟ ତାଙ୍କୁ ପାଇବାକୁ ଚାହାଁନ୍ତି। କିନ୍ତୁ ଏହି ଦୁଇ ସୁନ୍ଦରୀଙ୍କ ମଝିରେ ଫସି ଯାଇଛନ୍ତି ଅନୁଭବ। ଆପଣ କନ୍‌ଫ୍ୟୁଜ୍‌ ହେଉଥିବେ, ଅନୁଭବ ତ ବିବାହିତ। ବର୍ଷାଙ୍କ ସହ ସେ ବିବାହ କରିଛନ୍ତି। କିନ୍ତୁ ଏବେ ସେ କାହା ସହ ରହିବା କଥା କାହିଁକି ଉଠୁଚି। କଥାଟି ହେଉଛି ରିଅଲ୍‌ରେ ନୁହେଁ ରିଲ୍‌ରେ ଅନୁଭବଙ୍କୁ ଜଣଙ୍କୁ ବାଛିବାକୁ ପଡିବ।

ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସସନ୍ସର ଫିଲ୍ମ 'ପ୍ରେମ୍‌ କୁମାର'। ଯେଉଁଥିରେ ଲିଡ୍‌ ରୋଲରେ ନଜର ଆସିବେ ଅନୁଭବ ଓ ଦୁଇ ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଓ ଶିବାନୀ।  ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ।

ପ୍ରଥମ ଥର ପାଇଁ ଅନୁଭବଙ୍କ ସହ କାମ କରିବେ ଏହି ଦୁଇ ଅଭିନେତ୍ରୀ। ପିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି। ଫିଲ୍ମରେ ତ୍ରିକୋଣୀୟ ପ୍ରେମ କାହାଣୀକୁ ଦେଖିବାକୁ ମିଳିବ। ଦୁଇ ହିରୋଇନ୍‌ ଗୋଟେ ହିରୋ ପଛରେ ବାୟା। ଉଭୟ ହିରୋକୁ ପାଇବାକୁ ଚାହୁଁଛନ୍ତି। ହେଲେ ଶେଷରେ ଅନୁଭବ କାହାକୁ ମିଳିବେ ତାହା ଫିଲ୍ମ ଦେଖିବା ପରେ ଜଣା ପଡିବ।

କିଛିଦିନ ତଳେ ଫିଲ୍ମର କିଛି ପୋଷ୍ଟର ରିଲିଜ୍‌ ହୋଇଥିଲା ଯାହାକୁ ଦେଖି ଲେକମାନଙ୍କ ମଧ୍ୟରେ ଉତ୍କଣ୍ଠା ଆହୁରୀ ବଢି ଯାଇଛି। କିଛି ପୋଷ୍ଟରରେ ଅନୁଭବଙ୍କୁ ନାଲି ସ୍କୁଟି ଏବଂ ହେଲ୍‌ମେଣ୍ଟରେ ଦେଖିବାକୁ ମିଳିଥିବା ବେଳେ ଆଉ କିଛି ପୋଷ୍ଟରରେ କଳା ସୁଟ୍‌ ବୁଟ୍‌ରେ ଏକଦମ୍‌ ହ୍ୟାଣ୍ଡସମ୍‌ ଲାଗୁଛନ୍ତି।

Related story