ରାଜପାଲ ଜେଲ୍ ଯାଇଥିଲେ କ'ଣ ପାଇଁ ?

ମୁମ୍ୱାଇ: ବଲିଉଡର କମେଡି କିଙ୍ଗ୍‌ ଭାବେ ପରିଚିତ ରାଜପାଲ ଯାଦବଙ୍କ ଆଜି ଜନ୍ମଦିନ। ବଲିଉଡର ଏହି ହାସ୍ୟ ଅଭିନେତାଭଙ୍କୁ  ଆଜି ୪୬ ବର୍ଷ ପୂରିଛି। ୧୯୭୧ ମସିହା ୧୬ ମାର୍ଚ୍ଚରେ ସେ ଉତ୍ତରପ୍ରଦେଶର ସାରଜହାଁପୁରରେ ଜନ୍ମଗ୍ରହଣ କରିଥିଲେ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଅଭିନେତାଙ୍କୁ ଏକଦା ଜେଲ୍‌ ଯିବାକୁ ପଡିଥିଲା। କାରଣ ଜାଣିଲେ ତାଜୁବ ହେବେ। ୨୦୧୩ରେ ରାଜପାଲଙ୍କୁ ଦିଲ୍ଲୀ ହାଇକୋର୍ଟ ଭୁଲ ଆଫିଡେଭିଡ୍ ଦେବା ଦୋଷରେ ୧୦ ଦିନରେ ଜେଲ ଦଣ୍ଡ ଶୁଣାଇଥିଲେ।  ଏହାପରେ […]

rajpal12

Rakesh Mallick
  • Published: Friday, 16 March 2018
  • , Updated: 16 March 2018, 12:47 PM IST

ମୁମ୍ୱାଇ: ବଲିଉଡର କମେଡି କିଙ୍ଗ୍‌ ଭାବେ ପରିଚିତ ରାଜପାଲ ଯାଦବଙ୍କ ଆଜି ଜନ୍ମଦିନ। ବଲିଉଡର ଏହି ହାସ୍ୟ ଅଭିନେତାଭଙ୍କୁ  ଆଜି ୪୬ ବର୍ଷ ପୂରିଛି। ୧୯୭୧ ମସିହା ୧୬ ମାର୍ଚ୍ଚରେ ସେ ଉତ୍ତରପ୍ରଦେଶର ସାରଜହାଁପୁରରେ ଜନ୍ମଗ୍ରହଣ କରିଥିଲେ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଅଭିନେତାଙ୍କୁ ଏକଦା ଜେଲ୍‌ ଯିବାକୁ ପଡିଥିଲା। କାରଣ ଜାଣିଲେ ତାଜୁବ ହେବେ।

୨୦୧୩ରେ ରାଜପାଲଙ୍କୁ ଦିଲ୍ଲୀ ହାଇକୋର୍ଟ ଭୁଲ ଆଫିଡେଭିଡ୍ ଦେବା ଦୋଷରେ ୧୦ ଦିନରେ ଜେଲ ଦଣ୍ଡ ଶୁଣାଇଥିଲେ।  ଏହାପରେ ରାଜପାଲ ଜେଲ୍‌ରେ ମଧ୍ୟ ରହିଥିଲେ। ଦିଲ୍ଲୀର ଜଣେ ବଡ ବ୍ୟବସାୟୀ ଏମ୍‌ ଜି ଅଗ୍ରୱାଲ୍‌ ଙ୍କଠାରୁ ୫କୋଟି ଟଙ୍କା ଲୋନ୍‌ ଆକାରରେ ନେଇଥିଲେ। ଲୋନ୍‌ ସୁଝିବାରେ ବିଫଳ ହେବାରୁ ରାଜପାଲ ଏବଂ ତାଙ୍କ ପତ୍ନୀଙ୍କ ନାମରେ  କେସ୍‌ ହୋଇଥିଲା। ୨୦୧୦ରେ ନିର୍ଦ୍ଦେଶକ ଭାବେ ପ୍ରଥମ ଫିଲ୍ମ ପାଇଁ ରାଜପାଲ ଲୋନ୍‌ ନେଇଥିଲେ। ଏହି ମାମଲାରେ ଅଦାଲାତକୁ ବୋକା ବନାଇବା ଲାଗି ରାଜପାଲ ମିଛ ଆଫିଡେଭିଟ୍‌ ଦାଖଲ କରିଥିବା ଅଭିଯୋଗ ରହିଛି ।

କ୍ୟାରିଅର୍‌ ଆରମ୍ଭ ସମୟରେ ରାଜପାଲ ଖଳନାୟକ ଚରିତ୍ରରେ ନଜର ଆସିଥିଲେ। ‘ପ୍ୟାର ତୁନେ କ୍ୟା କିଆ’ ସିନେମାରେ ପ୍ରଥମ ଥର ଲାଗି କମେଡି ଚରିତ୍ରରେ ଅଭିନୟ କରିଥିଲେ ଯାଦବ। ତାଙ୍କ ଅଭିନୀତ କମେଡି ସିନେମା ଗୁଡିକ ମଧ୍ୟରେ ହଙ୍ଗାମା, ୱକ୍ସ ଦି ରେସ୍‌, ଚୁପ୍‌ ଚୁପ୍‌କେ, ଗରମ ମସାଲା, ଫିର୍‌ ହେରାଫେରୀ, ଢୋଲ୍‌  ଆଦି ଚଳଚ୍ଚିତ୍ର ରହିଛି।

Related story