ଭଉଣୀ ଜାହ୍ନବୀଙ୍କୁ କାହିଁକି କ୍ଷମା ମାଗିଲେ ଭାଇ ଅର୍ଜୁନ୍‌ ?

ମୁମ୍ବାଇ: ଶ୍ରୀଦେବୀଙ୍କ ମୃତ୍ୟୁପରେ  ଭାଇ ଅର୍ଜୁନ୍‌ କପୁର ନିଜର ଦୁଇ ଭଉଣୀ ଜାହ୍ନବୀ ଓ ଖୁସିଙ୍କୁ ସମ୍ଭାଳିଛନ୍ତି। ସବୁ ସମୟରେ ସେ ସେମାନଙ୍କ ସହିତ ରହୁଛନ୍ତି। ସବୁ ସମୟରେ ସେ ସେମାନଙ୍କ ସହିତ ରହୁଛନ୍ତି। କିନ୍ତୁ ନିକଟରେ ଏମିତି କ’ଣ ହୋଇଥିଲା କେଜାଣି ଅର୍ଜୁନ ଜାହ୍ନବୀଙ୍କୁ କ୍ଷମା ମାଗିଛନ୍ତି। ତାହା ପୁଣି ଜାହ୍ନବୀଙ୍କ ଫିଲ୍ମ ’ଧଡ଼କ୍’ ଫିଲ୍ମର ଟ୍ରେଲର ରିଲିଜ୍‌ ପୂର୍ବରୁ। କଥାହେଉଛି ୧୧ ଜୁନ୍‌ ତଥା ଆଜି ଜାହ୍ନବୀ କପୁରଙ୍କ ’ଧଡ଼କ୍’  ଫିଲ୍ମ ଟ୍ରେଲର ରିଲିଜ୍‌ […]

arjun_story_0

Rakesh Mallick
  • Published: Monday, 11 June 2018
  • , Updated: 11 June 2018, 06:18 PM IST

ମୁମ୍ବାଇ: ଶ୍ରୀଦେବୀଙ୍କ ମୃତ୍ୟୁପରେ  ଭାଇ ଅର୍ଜୁନ୍‌ କପୁର ନିଜର ଦୁଇ ଭଉଣୀ ଜାହ୍ନବୀ ଓ ଖୁସିଙ୍କୁ ସମ୍ଭାଳିଛନ୍ତି। ସବୁ ସମୟରେ ସେ ସେମାନଙ୍କ ସହିତ ରହୁଛନ୍ତି। ସବୁ ସମୟରେ ସେ ସେମାନଙ୍କ ସହିତ ରହୁଛନ୍ତି। କିନ୍ତୁ ନିକଟରେ ଏମିତି କ’ଣ ହୋଇଥିଲା କେଜାଣି ଅର୍ଜୁନ ଜାହ୍ନବୀଙ୍କୁ କ୍ଷମା ମାଗିଛନ୍ତି। ତାହା ପୁଣି ଜାହ୍ନବୀଙ୍କ ଫିଲ୍ମ ’ଧଡ଼କ୍’ ଫିଲ୍ମର ଟ୍ରେଲର ରିଲିଜ୍‌ ପୂର୍ବରୁ। କଥାହେଉଛି ୧୧ ଜୁନ୍‌ ତଥା ଆଜି ଜାହ୍ନବୀ କପୁରଙ୍କ ’ଧଡ଼କ୍’  ଫିଲ୍ମ ଟ୍ରେଲର ରିଲିଜ୍‌ ହୋଇଛି।  କିନ୍ତୁ ତା’ ପୂର୍ବରୁ ଅର୍ଜୁନ୍‌ ଟ୍ୱିଟ୍‌ କରି ତାଙ୍କୁ କ୍ଷମା ମାଗିଛନ୍ତି। ଟ୍ୱିଟ୍‌ରେ ଲେଖିଛନ୍ତି କି, ‘‘ ଜାହ୍ନବୀ ଏବେ ଆପଣ ସବୁଦିନ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଦର୍ଶକଙ୍କ ଜଡ଼ିତ ହୋଇଯିବେ।

କାହିଁକି ନା ଆପଣଙ୍କ ଫିଲ୍ମର ଟ୍ରେଲର ଆସିବାର ଅଛି। ହେଲେ ମୁଁ ଆପଣଙ୍କୁ କ୍ଷମା ମାଗୁଛି। କାରଣ  ଏହି ସମୟରେ ମୁଁ ତୁମ ସହିତ ନାହିଁ।  କିନ୍ତୁ ଆପଣ କିଛି ଚିନ୍ତା କରନ୍ତୁ ନାହିଁ। ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଏହି ପ୍ରଫେସନ୍‌ ଖୁବ୍‌ ଭଲ।

ଯଦି ତୁମେ କଠିନ ପରିଶ୍ରମ କରିବ।  ସଚ୍ଚୋଟତାର  ସହ ବା ସଠିକ୍‌ ରାସ୍ତା ଅନୁସରଣ କରିବ। ତେବେ ସଫଳତା ନିଶ୍ଚିତ ମିଳିବ। ଏହା ଏତେ ସହଜ ନୁହେଁ ତତାପି  ମୁଁ ଜାଣିଛି ଏହା ତୁମେ ନିଶ୍ଚିତ କରିପାରିବ। ଧଡକ୍‌ ପାଇଁ ତୁମକୁ ଅଶେଷ ଅଶେଷ ଶୁଭ କାମନା। ମୋର ବିଶ୍ୱାସ ଯେ, ମୋ ବନ୍ଧୁ ଶଶାଙ୍କ ଖେତନ୍‌  ଓ କରଣ ଜୋହର  ଆପଣଙ୍କର ଇଶାନ୍‌ ଖଟ୍ଟରଙ୍କୁ ମର୍ଡନ୍‌ ରୋମିଓ ଓ ଜୁଲେଟ୍‌ ରୂପରେ ଉପସ୍ଥାପନା କରିଥିବେ। କୁହାଯାଉଛି , ଅର୍ଜୁନ୍‌ ଏବେ ଲଣ୍ଡନରେ ନିଜ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ର ସୁଟିଂ  କରୁଛନ୍ତି।ଫିଲ୍ମରେ ତାଙ୍କ ସହ ପରିଣିତି ଚୋପ୍ରା ଅଛନ୍ତି।

Related story