ମୁମ୍ବାଇ: ଏକତା କପୁରଙ୍କ ପ୍ରଡକ୍ସନ ହାଉସର ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପିଲ୍ମର ପୋଷ୍ଟରରେ କଙ୍ଗନା ରାଣାୱତଙ୍କ ଅନ୍ଦାଜ ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସୁଛି। କିନ୍ତୁ ବଲିଉଡ ଟାଇଗରଙ୍କୁ ଏହା ଆଦୌ ପସନ୍ଦ ଆସିଲା ନାହିଁ। ଶୁଣିବାକୁ ମିଳିଛି ଏହି ଫିଲ୍ମ ପାଇଁ କୁଆଡ଼େ ସଲମାନ ଏକlତାଙ୍କ ଉପରେ ରାଗିଯାଇଛନ୍ତି। ଭାଇଜାନଙ୍କ ରାଗକୁ ତ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଜାଣିଛି। ସେଥିପାଇଁ ତ କେହି ବି ସଲମାନଙ୍କ ସହ ଶତ୍ରୁତା କରିବାକୁ ଚାହାଁନ୍ତିନି। କିନ୍ତୁ ଏମିତି କ’ଣ ହେଲା ଯେ ଏକ୍ତା କପୁରଙ୍କ ଉପରେ ସଲମାନ ଏତେ ରାଗିଗଲେ।
କିନ୍ତୁ ସଲମାନଙ୍କ ଇଚ୍ଛା କେବଳ ଇଚ୍ଛାରେ ହିଁ ରହିଗଲା। କାରଣ ଏକ୍ତା କପୁର ଏହି ଟାଇଟଲ୍ଟି ନେଇସାରିଛନ୍ତି। ସୂଚନା ଅନୂଯାୟୀ ଏକ୍ତା ଏ ସମ୍ପର୍କରେ ସଲମାନ କିମ୍ବା ସୋହିଲଙ୍କ ସହ କିଛି କଥା ହେଇନାହାଁନ୍ତି। ସେ ଖାନ୍ ବ୍ରଦର୍ସଙ୍କ ସହ କୌଣସି ସମ୍ପର୍କ ନ କରି ଫିଲ୍ମର ନାଁ ଘୋଷଣା କରିଦେଇଛନ୍ତି। ଏଥିପାଇଁ ଖାନ ବ୍ରଦର୍ସ ରାଗି ଯାଇଛନ୍ତି। ସୋହିଲଙ୍କୁ ଏସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, “ଆମେ ଏକତାଙ୍କୁ ‘ମେଣ୍ଟାଲ’ ଟାଇଟଲ୍ ଦେଇନାହୁଁ। ଏପରିକି ଏକତା ଆମକୁ ଏ ବିଷୟରେ କିଛି ବି ପଚାରି ନାହାଁନ୍ତି।”