ସଞ୍ଜୁ ହେଲେ ରଣବୀର : ରିଆକ୍ଟ କଲେ କରୀନା

ମୁମ୍ବାଇ: ରଣବୀର କପୁରଙ୍କ ଫିଲ୍ମ ‘ସଞ୍ଜୁ’ର ଟିଜର ରିଲିଜ୍‌ ହେବା ପରେ ଦର୍ଶକେ ଏହି ଟିଜରକୁ ଖୁବ୍‌ ପସନ୍ଦ କରିଛନ୍ତି। ଚାରିଆଡେ ରଣବୀରଙ୍କ ଚର୍ଚ୍ଚା। ଫିଲ୍ମରେ ତାଙ୍କ ଅଭିନୟ ସହ ତାଙ୍କ ଲୁକ୍‌ର ବି ଖୁବ୍‌ ପ୍ରଶଂସା ହେଉଛି। ରଣବୀରଙ୍କ ଫ୍ୟାନ୍‌ମାନଙ୍କ ଛଡ଼ା ତାଙ୍କ ପରିବାର ଓ ଅନେକ ସେଲିବ୍ରେଟି ରଣବୀରଙ୍କୁ ସାବାସି ଦେଉଛନ୍ତି। ନିକଟରେ ରଣବୀରଙ୍କ ଚରିତ୍ର ବିଷୟରେ ତାଙ୍କ ସମ୍ପର୍କୀୟଙ୍କ ଭଉଣୀ କରୀନା କପୁର ଖାନ୍‌ଙ୍କୁ ପଚାରାଯାଇଥିଲା। ସେ ନିଜ ଉତ୍ତରରେ ଏମିତି କଥା […]

karina

Rakesh Mallick
  • Published: Sunday, 29 April 2018
  • , Updated: 30 April 2018, 10:01 AM IST

ମୁମ୍ବାଇ: ରଣବୀର କପୁରଙ୍କ ଫିଲ୍ମ ‘ସଞ୍ଜୁ’ର ଟିଜର ରିଲିଜ୍‌ ହେବା ପରେ ଦର୍ଶକେ ଏହି ଟିଜରକୁ ଖୁବ୍‌ ପସନ୍ଦ କରିଛନ୍ତି। ଚାରିଆଡେ ରଣବୀରଙ୍କ ଚର୍ଚ୍ଚା। ଫିଲ୍ମରେ ତାଙ୍କ ଅଭିନୟ ସହ ତାଙ୍କ ଲୁକ୍‌ର ବି ଖୁବ୍‌ ପ୍ରଶଂସା ହେଉଛି। ରଣବୀରଙ୍କ ଫ୍ୟାନ୍‌ମାନଙ୍କ ଛଡ଼ା ତାଙ୍କ ପରିବାର ଓ ଅନେକ ସେଲିବ୍ରେଟି ରଣବୀରଙ୍କୁ ସାବାସି ଦେଉଛନ୍ତି। ନିକଟରେ ରଣବୀରଙ୍କ ଚରିତ୍ର ବିଷୟରେ ତାଙ୍କ ସମ୍ପର୍କୀୟଙ୍କ ଭଉଣୀ କରୀନା କପୁର ଖାନ୍‌ଙ୍କୁ ପଚାରାଯାଇଥିଲା। ସେ ନିଜ ଉତ୍ତରରେ ଏମିତି କଥା କହିଥିଲେ ନିଶ୍ଚିତ ଭାବେ  ରଣବୀରଙ୍କ ପାଇଁ ଏହା କୌଣସି ଉପହାର ଠାରୁ କମ୍‌ ନୁହେଁ। କାହିଁକିନା କରୀନା ରଣବୀରଙ୍କ ସମ୍ପର୍କୀୟ ଉଉଣୀ ହୋଇଥିଲେ ବି ଦୁହିଁଙ୍କ ମଧ୍ୟରେ ଏତେ ଭଲ ପଡେନି। ତେବେ ଚାଲନ୍ତୁ ଜାଣିବା କରୀନା କ’ଣ କହିଲେ।

କରୀନା କହିଲେ ‘‘ମୁଁ ରଣବୀରଙ୍କ ଲୁକ୍‌କୁ ଦେଖି ପୂରା ଆଶ୍ଚର୍ଯ୍ୟ ହୋଇଗଲି। ଇଣ୍ଡଷ୍ଟ୍ରିରେ ଏତେ ଭଲ କଳାକାର ଥାଇ ବି ସଞ୍ଜୟଙ୍କ ଚରିତ୍ରକୁ ପରଦାରେ କେହି ନିଖୁଣଭାବେ ଉପସ୍ଥାପନ କରିପାରି ନ ଥାନ୍ତେ। ରଣବୀର ହିଁ ଏଥିପାଇଁ ପୂରା ଫିଟ୍‌।’’ କରୀନାଙ୍କ ମତରେ ଏହି ଫିଲ୍ମ ପାଇଁ ସବୁଠାରୁ ଭଲ ପସନ୍ଦ ହେଲେ ରଣବୀର। ଏ ସବୁ ଟିଜର ଦେଖିଲା ପରେ ପ୍ରମାଣିତ ମଧ୍ୟ ହୋଇସାରିଛି।

ରଣବୀରଙ୍କ ବାପା ରିଷି କପୁର ଏହି ଟିଜର ଦେଖିଲା ପରେ ସୋସିଆଲ ମିଡିଆରେ ସେୟାର କରି ନିଜ ମତ ପ୍ରକାଶ କରିଛନ୍ତି। ଏକ ମିନିଟ୍‌ ୪୫ ସେକେଣ୍ଡର ଏହି ଟିଜରକୁ ରିଷି କପୁର ପ୍ରଶଂସା କରିଥିଲେ। ଆଉ ଗୋଟିଏ ଶବ୍ଦରେ ଲେଖିଛନ୍ତି ‘Interesting’। ମା’ ନୀତୁ ସିଂହ ଲେଖିଛନ୍ତି ‘ଆଉ ଫିଲ୍ମ ଆସିବାକୁ ଅପେକ୍ଷା କରି ହେଉନି’। ଏହି ଟିଜରରେ ଅଳ୍ପ ସମୟ ମଧ୍ୟରେ ରଣବୀରଙ୍କର ଅନେକ ଲୁକ୍‌ ଦେଖିବାକୁ ମିଳିଛି। ସେ ପୂରା ସଞ୍ଜୟଙ୍କ କାର୍ବନ କପି ଲାଗୁଛନ୍ତି। ଫିଲ୍ମରେ ରଣବୀର ସଞ୍ଜୟ ଦତ୍ତଙ୍କ ଭିନ୍ନ ଭିନ୍ନ ଚରିତ୍ରକୁ ଉପସ୍ଥାପନା କରିଛନ୍ତି।

Related story