ସୁନୀଲ ଦତ୍ତ ଦେଇଥିବା ଶାଢ଼ି କାହିଁକି ପିନ୍ଧୁ ନଥିଲେ ନର୍ଗିସ?

ମୁମ୍ବାଇ: ଆଜି ହେଉଛି ବଲିଉଡ୍ ଅଭିନେତା ସୁନୀଲ ଦତ୍ତଙ୍କ ଜନ୍ମ ଦିନ। ୧୯୨୯ ମସିହା ଜୁନ୍‌ ୬ ତାରିଖରେ ପଞ୍ଜାବର ଝେଲମ୍‌ ଜିଲ୍ଲା ସ୍ଥିତ ଖୁର୍ଦ୍ଦି ନାମକ ସ୍ଥାନରେ ସେ ଜନ୍ମ ହୋଇଥିଲେ। ତାଙ୍କର ପ୍ରକୃତ ନାଁ ଗଲରାଜ ଦତ୍ତ ଥିଲା। ସୁନୀଲ ନିଜ କ୍ୟାରିୟର ରେଡିଓରୁ ଆରମ୍ଭ କରିଥିଲେ।  ସେ radio ceylonରେ  ହିନ୍ଦୀର ସବୁଠୁ ପ୍ରସିଦ୍ଧ ଉପସ୍ଥାପକ ଥିଲେ। ସେ ଜଣେ ଦକ୍ଷ ଅଭିନେତା ସହ ଭଲ ରାଜନେତା ମଧ୍ୟ ଥିଲେ। ତା’ହେଲେ ଆସନ୍ତୁ […]

sunil

Rakesh Mallick
  • Published: Wednesday, 06 June 2018
  • , Updated: 06 June 2018, 05:21 PM IST

ମୁମ୍ବାଇ: ଆଜି ହେଉଛି ବଲିଉଡ୍ ଅଭିନେତା ସୁନୀଲ ଦତ୍ତଙ୍କ ଜନ୍ମ ଦିନ। ୧୯୨୯ ମସିହା ଜୁନ୍‌ ୬ ତାରିଖରେ ପଞ୍ଜାବର ଝେଲମ୍‌ ଜିଲ୍ଲା ସ୍ଥିତ ଖୁର୍ଦ୍ଦି ନାମକ ସ୍ଥାନରେ ସେ ଜନ୍ମ ହୋଇଥିଲେ। ତାଙ୍କର ପ୍ରକୃତ ନାଁ ଗଲରାଜ ଦତ୍ତ ଥିଲା। ସୁନୀଲ ନିଜ କ୍ୟାରିୟର ରେଡିଓରୁ ଆରମ୍ଭ କରିଥିଲେ।  ସେ radio ceylonରେ  ହିନ୍ଦୀର ସବୁଠୁ ପ୍ରସିଦ୍ଧ ଉପସ୍ଥାପକ ଥିଲେ। ସେ ଜଣେ ଦକ୍ଷ ଅଭିନେତା ସହ ଭଲ ରାଜନେତା ମଧ୍ୟ ଥିଲେ। ତା’ହେଲେ ଆସନ୍ତୁ ତାଙ୍କ ଜନ୍ମ ଦିନରେ ଜାଣିବା ତାଙ୍କ ଜୀବନ ସହ ଜଡ଼ିତ କିଛି କଥା।

୧. ସୁନୀଲ ଦତ୍ତ ପ୍ରଥମେ ରେଡ଼ିଓରେ କାମ କରୁଥିଲେ। ତାଙ୍କ ଭିତରେ ଅଭିନେତା ହେବାର ଇଚ୍ଛା ଥିଲା।  ସେଥିପାଇଁ ସେ ମୁମ୍ବାଇ ଆସିଥିଲେ। ୧୯୫୫ରେ ଫିଲ୍ମ ‘ରେଲୱେ ଷ୍ଟେସନ୍‌’ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ।

୨. ୧୯୫୭ରେ ଫିଲ୍ମ 'ମଦର ଇଣ୍ଡିଆ' ରିଲିଜ୍‌ ହେବା ପରେ ତାଙ୍କ ନାଁ ପୂର୍ବରୁ ଷ୍ଟାର ଲାଗିଥିଲା। ଅର୍ଥାତ୍ ସେହି ଫିଲ୍ମରୁ ସେ ଷ୍ଟାର ହୋଇଯାଇଥିଲେ।

୩.  ସୁନୀଲ ଦତ୍ତ ବାସ୍ତବ ଜୀବନରେ ବି କୌଣସି ହିରୋଠୁ କମ୍‌ ନଥିଲେ। ୧୯୫୭ରେ ନିର୍ମିତ ହୋଇଥିବା ମେହେବୁବ୍‌ ଖାନ୍‌ଙ୍କ ଫିଲ୍ମ ‘ମଦର ଇଣ୍ଡିଆ’ର ସୁଟିଂ ସମୟରେ ସେଟ୍‌ରେ ନିଆଁ ଲାଗିଯାଇଥିଲା।  ସୁନୀଲ ନିଜ ସହ ଅଭିନେତ୍ରୀ ନର୍ଗିସ୍‌ଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ି ହୋଇଥିଲେ। ପରେ ତାଙ୍କର ଏହି ଫିଲ୍ମ ଓସ୍କାର ପାଇଁ ମନୋନୀତ ହୋଇଥିଲା। ଏହି ଫିଲ୍ମ ପରଠୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ତା’ପରେ ଦୁହେଁ ବିବାହ କରିଥିଲେ।

୪. ସୁନୀଲ ଯେବେ ବାହାରକୁ ଯାଆନ୍ତି ସେ ନର୍ଗିସଙ୍କ ପାଇଁ ଶାଢ଼ି ନିଶ୍ଚିତ ଆଣନ୍ତି।  କିନ୍ତୁ  ସୁନୀଲ ଦେଇଥିବା ଗୋଟିଏ ବି ଶାଢ଼ି ନର୍ଗିସ୍ ପିନ୍ଧନ୍ତି ନାହିଁ। କାରଣ ସୁନୀଲ ଦେଇଥିବା ଶାଢ଼ିଗୁଡ଼ିକ ତାଙ୍କୁ ଆଦୌ ମାନୁ ନଥିଲା।

୫. ସୁନୀଲ ଅଭିନୟ କରିଥିବା କିଛି ଫିଲ୍ମ ଦର୍ଶକେ ଆଜି ବି ମନେ ରଖିଛନ୍ତି। ସେହି ଫିଲ୍ମ ଗୁଡ଼ିକ ମଧ୍ୟରୁ  ସାଧନା (୧୯୫୮), ସୁଜାତା(୧୯୫୯),  ମୁଝେ ଜିନେ ଦୋ( ୧୯୬୩),  ଗୁମ୍‌ରାହ (୧୯୬୩), ୱକ୍ତ (୧୯୬୫), ଖାନ୍‌ଦାନ୍‌ (୧୯୬୫), ପଡୋଶନ୍‌ (୧୯୬୭) ଓ ହମ୍‌ରାଜ (୧୯୬୭) ଅନ୍ୟତମ।

୬. ସୁନୀଲ ନିଜ ପିଲାମାନଙ୍କୁ  ଖୁବ୍‌ ଭଲ ପାଉଥିଲେ। ତେବେ ତାଙ୍କ ପୁଅ ତଥା ଅଭିନେତା ସଞ୍ଜୟ ଦତ୍ତ ଡ୍ରଗ୍ସ ନେବାରେ ପୂରା ଅଭ୍ୟସ୍ତ ହୋଇଯାଇଥିଲେ।  ତାଙ୍କୁ ସେଥିରୁ ନିବୃତ୍ତ କରିବା ପାଇଁ ସୁନୀଲ ଆକାଶ ପାତ୍ତାଳ ଏକ କରି ଦେଇଥିଲେ। ସେ ସଞ୍ଜୟଙ୍କୁ ଚିକିତ୍ସା ପାଇଁ ଆମେରିକା ନେଇ ଯାଇଥିଲେ। ସେଠାରେ ଦୀର୍ଘଦିନ ଧରି ଚିକିତ୍ସା ହେବା ପରେ ସଞ୍ଜୟ ଦତ୍ତ ଡ୍ରଗ୍ସ ନେବା ଛାଡ଼ି ଦେଇଥିଲେ।

୭. ନର୍ଗିସଙ୍କ ମୃତ୍ୟୁପରେ  ସୁନୀଲ ‘ନରଗିସ୍ ଦତ୍ତ ମେମୋରିୟାଲ୍‌ କ୍ୟାନ୍‌ସର୍‌ ଫାଉଣ୍ଡେସନ୍‌’ ସ୍ଥାପନା କରିଥିଲେ।

୮. ସୁନୀଲ ଦତ୍ତ ଜୀବନର ୪୦ ବର୍ଷ ଫିଲ୍ମକୁ ସମର୍ପିତ କରିଥିଲେ। ସେଥିପାଇଁ ତାଙ୍କୁ Filmfare Lifetime Achivement Awardରେ ସମ୍ମାନିତ କରାଯାଇଥିଲା।

Related story