ଐଶ୍ୱର୍ଯ୍ୟାଙ୍କ ମା' ରେଖା! ଚିଠି ଖୋଲିଲା ଗୁମର

ମୁମ୍ବାଇ:ବଲିଉଡର ଏଭରଗ୍ରୀନ  ନାୟିକା ରେଖାଙ୍କୁ ମା’ ବୋଲି ସମ୍ବୋଧନ କରିଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ। ତେବେ ନିସଙ୍ଗ ଜୀବନ ବିତାଉଥିବା ରେଖା ଐଶ୍ୱର୍ଯ୍ୟାଙ୍କ ମା’ ହେଲେ କିପରି? କାହିଁକି ରେଖାଙ୍କୁ ଐଶ୍ୱର୍ଯ୍ୟା ମାଆ ବୋଲି ଦାବି କଲେ। ତେବେ ଆପଣମାନେ କୌଣସି ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। ପ୍ରକୃତ କଥାଟି ଆପଣ ଏହି ଚିଠି ପଢିଲେ ଜାଣିପାରିବେ। କଥାହେଉଛି ଐଶ୍ୱର୍ଯ୍ୟାଙ୍କ ପାଇଁ ବଲିଉଡ ଅଭିନେତ୍ରୀ ରେଖା ଏକ ଭାବବିହ୍ୱଳ ଚିଠି ଲେଖିଥିଲେ। ଏକ ମ୍ୟାଗାଜିନ୍‌ରେ ସେ ଐଶ୍ୱର୍ଯ୍ୟାଙ୍କ ପାଇଁ ଏହି […]

rekha

Rakesh Mallick
  • Published: Sunday, 18 March 2018
  • , Updated: 18 March 2018, 12:33 PM IST

ମୁମ୍ବାଇ:ବଲିଉଡର ଏଭରଗ୍ରୀନ  ନାୟିକା ରେଖାଙ୍କୁ ମା' ବୋଲି ସମ୍ବୋଧନ କରିଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ। ତେବେ ନିସଙ୍ଗ ଜୀବନ ବିତାଉଥିବା ରେଖା ଐଶ୍ୱର୍ଯ୍ୟାଙ୍କ ମା’ ହେଲେ କିପରି? କାହିଁକି ରେଖାଙ୍କୁ ଐଶ୍ୱର୍ଯ୍ୟା ମାଆ ବୋଲି ଦାବି କଲେ। ତେବେ ଆପଣମାନେ କୌଣସି ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। ପ୍ରକୃତ କଥାଟି ଆପଣ ଏହି ଚିଠି ପଢିଲେ ଜାଣିପାରିବେ।

କଥାହେଉଛି ଐଶ୍ୱର୍ଯ୍ୟାଙ୍କ ପାଇଁ ବଲିଉଡ ଅଭିନେତ୍ରୀ ରେଖା ଏକ ଭାବବିହ୍ୱଳ ଚିଠି ଲେଖିଥିଲେ। ଏକ ମ୍ୟାଗାଜିନ୍‌ରେ ସେ ଐଶ୍ୱର୍ଯ୍ୟାଙ୍କ ପାଇଁ ଏହି ଚିଠି ଟି ଲେଖିଛନ୍ତି। ଚିଠିରେ ସେ ଲେଖିଛନ୍ତି " ମୋ ପ୍ରିୟ ଐଶ୍। ତୁମେ ଆଜିପର୍ଯ୍ୟନ୍ତ ସମସ୍ତ ଅଭିନୟକୁ ଭଲ ଭାବେ କରି ଦେଖାଇଛ। ସେ ରିଲ୍‌ ହେଉ ଅବା ରିଅଲ୍‌। ତୁମ ପରି ଜଣେ ନାରୀ ସେଇ ନଦୀ ପରି ଯିଏ ସବୁ ବାଧା ପରେ ବି ଆଗକୁ ବଢି ଚାଲିଯାଏ ଓ ଲକ୍ଷସ୍ଥଳରେ ପହଁଚେ। ଜଣେ ନିଜ ଲକ୍ଷସ୍ଥଳରେ ଏଥି ପାଇଁ ପହଁଚେ କାରଣ ସେ କେବେ ତାର ପରିଚୟ ହରାଇବାକୁ ଚାହେଁ ନାହିଁ। ଯଦିଓ ଲୋକେ ଭୁଲି ଯାଆନ୍ତି ତୁମେ କ'ଣ କହିଲ, କ'ଣ କଲ କିନ୍ତୁ ସେ କେବେ ଭୁଲିବେ ନାହିଁ। ସାହସର ତୁମେ ଜ୍ୱଳନ୍ତ ଉଦାହରଣ। କାହାକୁ କିଛି ପ୍ରମାଣ କରିବାର ଆବଶ୍ୟକତା ନାହିଁ। ବେବି ତୁମେ ବଡ ଲମ୍ବା ରାସ୍ତା ପର୍ଯ୍ୟନ୍ତ ଚାଲିଛ।  ଅନେକ ବାଧା ବିଘ୍ନକୁ ପାର କରିଛ। ସଫଳତା ହାସଲ କରିଛ। ତୁମେ ତୁମ ଜୀବନରେ ଯେତେ ବି ରୋଲ୍‌ କରିଛ ସେସବୁ ମଧ୍ୟରୁ ମୋତେ ତୁମର ଆରାଧ୍ୟାର ମାଆ ରୋଲ୍‌ ଟି  ସବୁଠୁ ବେଶୀ ଭଲ ଲାଗେ। ତୁମ ପାଇଁ ବହୁତ ଖୁସି ଅଛି।"

ତୁମ ମା’ ରେଖା

ରେଖାଙ୍କର ଚିଠିରେ ରେଖା ନିଜକୁ ମାଆ ଲେଖିବା ପଛରେ କାରଣ ହେଉଛି ଏକ ଆୱାର୍ଡ ସମାରୋହରେ ରେଖା ଐଶ୍ୱର୍ଯ୍ୟାଙ୍କୁ 'ଜଜ୍ୱା' ଫିଲ୍ମ ପାଇଁ ପୁରସ୍କାର ପ୍ରଦାନ କରିଥିଲେ। ସେ ସମୟରେ ଐଶ୍ୱର୍ଯ୍ୟା ମାଆ ହାତରୁ ପୁରସ୍କାର ପାଇବା ସମ୍ମାନର କଥା ବୋଲି କହିଥିଲେ।

Related story