ଲେଖିକା ସନ୍ନି ଲିଓନ
ମୁମ୍ବାଇ: ଅଳ୍ପ ସମୟ ମଧ୍ୟରେ ବଲିଉଡ୍ରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ସନ୍ନି ଲିଓନ ନିଜ କ୍ୟାରିୟରରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଅଭିନୟର ଯାଦୁ ଦେଖାଇବା ପରେ ଏବେ ନିଜ ଲେଖାର ଯାଦୁ ଦେଖାଇଛନ୍ତି ସନ୍ନି। ସେ ଏକ ବହି ଲେଖିଛନ୍ତି। ଏହାର ନାଁ “ସୁଇଟ୍ ଡ୍ରିମ୍ସ”। ଏହା ଏକ ଗଳ୍ପ ସଂକଳନ। ଏଥିରେ ୧୨ଟି କ୍ଷୁଦ୍ର ଗଳ୍ପ ରହିଛି। ସନ୍ନି କହିଛନ୍ତି,“ଲେଖିବା କଥା ମୋ ମୁଣ୍ଡରେ ନ ଥିଲା। ତେବେ ଅନେକ ଗୁଡ଼ାଏ ଗପ ଓ […]
ମୁମ୍ବାଇ: ଅଳ୍ପ ସମୟ ମଧ୍ୟରେ ବଲିଉଡ୍ରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ସନ୍ନି ଲିଓନ ନିଜ କ୍ୟାରିୟରରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଅଭିନୟର ଯାଦୁ ଦେଖାଇବା ପରେ ଏବେ ନିଜ ଲେଖାର ଯାଦୁ ଦେଖାଇଛନ୍ତି ସନ୍ନି। ସେ ଏକ ବହି ଲେଖିଛନ୍ତି। ଏହାର ନାଁ “ସୁଇଟ୍ ଡ୍ରିମ୍ସ”। ଏହା ଏକ ଗଳ୍ପ ସଂକଳନ। ଏଥିରେ ୧୨ଟି କ୍ଷୁଦ୍ର ଗଳ୍ପ ରହିଛି।
ସନ୍ନି କହିଛନ୍ତି,“ଲେଖିବା କଥା ମୋ ମୁଣ୍ଡରେ ନ ଥିଲା। ତେବେ ଅନେକ ଗୁଡ଼ାଏ ଗପ ଓ ଭାବନା ମୋ ମୁଣ୍ଡରେ ଅନେକ ବର୍ଷ ଧରି ରହିଥିଲା। ମୁଁ ସେଗୁଡ଼ିକୁ କେବେ ଲେଖି ପାରି ନ ଥିଲି। ଏବେ ମୁଁ ସେଗୁଡ଼ିକୁ ଲେଖିଛି। ଯେତେବେଳେ ମୁଁ ଛୋଟ ଥିଲି ଡାଇରୀ ଲେଖୁଥିଲି। ମୋ ମା’ ଥରେ ଡାଇରୀ ପଢ଼ି ଦେଲେ। ତା’ପରଠୁ ଡାଇରୀ ଲେଖା ବନ୍ଦ ହୋଇଗଲା।”
ସେ କହିଛନ୍ତି,“ମୁଁ ତିନି ମାସରେ ଏହି ଗପଗୁଡ଼ିକୁ ଶେଷ କରିଛି। ‘୭ ଇ’ ଗପଟି ଲେଖିବା ବେଳେ ଖୁବ୍ କଷ୍ଟ ହୋଇଥିଲା। କାରଣ ଏଇଟି ମୋର ପ୍ରଥମ ଗପ ଥିଲା।’’