ଭାଇରାଲ ହେଲେ ଶେହନାଜ

ମୁମ୍ବାଇ: ଭାଇରଲ ହେଉଛନ୍ତି ବିଗବସ୍ ଫେମ ଅଭିନେତ୍ରୀ ଶେହନାଜ ଗିଲ୍ । ପଞ୍ଜାବର କ୍ୟାଟ୍ରିନା କୈଫ କୁହାଯାଉଥିବା ଶେହନାଜଙ୍କ ଏକ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।  ‘ରସୋଡେ ମେଁ କୌନ ଥା’ ଗୀତ ପରେ ଏବେ ଶେହନାଜଙ୍କ ଏକ ରାପ୍ ଗୀତ ସୋଶାଲ ମିଡିଆରେ ଘୁରିବୁଲୁଛି, ଯାହାକୁ ଏଯାଏଁ ୧୬ ଲକ୍ଷରୁ ବି ଅଧିକ ଲୋକ ଦେଖିସାରିଲେଣି । ପ୍ରକୃତରେ ଚର୍ଚ୍ଚିତ ରାପ୍ ମ୍ୟୁଜିକ ପ୍ରଡ୍ୟୁସର ୟଶରାଜ ମୁଖାତେ ଶେହନାଜଙ୍କ ଏକ ଡାଏଲଗ ଉପରେ […]

shenaz-gil

Madhupriya Mistry
  • Published: Wednesday, 09 December 2020
  • , Updated: 09 December 2020, 01:59 PM IST

ମୁମ୍ବାଇ: ଭାଇରଲ ହେଉଛନ୍ତି ବିଗବସ୍ ଫେମ ଅଭିନେତ୍ରୀ ଶେହନାଜ ଗିଲ୍ । ପଞ୍ଜାବର କ୍ୟାଟ୍ରିନା କୈଫ କୁହାଯାଉଥିବା ଶେହନାଜଙ୍କ ଏକ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।  ‘ରସୋଡେ ମେଁ କୌନ ଥା’ ଗୀତ ପରେ ଏବେ ଶେହନାଜଙ୍କ ଏକ ରାପ୍ ଗୀତ ସୋଶାଲ ମିଡିଆରେ ଘୁରିବୁଲୁଛି, ଯାହାକୁ ଏଯାଏଁ ୧୬ ଲକ୍ଷରୁ ବି ଅଧିକ ଲୋକ ଦେଖିସାରିଲେଣି ।

ପ୍ରକୃତରେ ଚର୍ଚ୍ଚିତ ରାପ୍ ମ୍ୟୁଜିକ ପ୍ରଡ୍ୟୁସର ୟଶରାଜ ମୁଖାତେ ଶେହନାଜଙ୍କ ଏକ ଡାଏଲଗ ଉପରେ ମ୍ୟୁଜିକ ଭିଡିଓ ତିଆରି କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ ଶେହନାଜ ଦୁଃଖି ମନରେ ‘ମେଁ କ୍ୟା କରୁ, ମରଜାଉଁ । ତୁହ୍ମାରା କୁତା ଟମି ମେରା କୁତା କୁତା’ । ତାଙ୍କର କିଛି ଏଭଳି ଡାଏଲଗ ସହ ବିଶାଲ ଆଦିତ୍ୟ ସିଂହଙ୍କ ଡାଏଲଗ ଏବଂ ଶାହାରୁଖ ଖାନ ଢ଼ୋଲ ବଜାଉଥିବାର ଏକ ଭିଡିଓକୁ ମିକ୍ସ କରାଯାଇଛି । ଯାହା ଦେଖିବାକୁ ବେଶ ମଜାଦାର ଲାଗୁଛି।

 

View this post on Instagram

 

A post shared by Yashraj Mukhate (@yashrajmukhate)


ସୂଚନାଯୋଗ ଯେ, ବିଗବସ-୧୩ର ସଦସ୍ୟ ଥିଲେ ଶେହନାଜ । ସେଠାରୁ ହିଁ ତାଙ୍କୁ ବେଶ ଲୋକପ୍ରିୟତା ମିଳିଥିଲା । ଏହାପରେ ତାଙ୍କ ହାତକୁ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ଆସିବାରେ ଲାଗିଛି ।

Related story