ୟୁବି ଓ ହେଜଲଙ୍କ ବିବାହ ଚଳିତ ମାସ ୩୦ରେ

ମୁମ୍ବାଇ: କ୍ରିକେଟ୍‌ ଖେଳାଳି ଯୁବରାଜ ସିଂହ ଓ ବଲିଉଡର ହେଜଲ କିଜ୍‌ଙ୍କ ପ୍ରେମକାହାଣୀ ଏବେ ବିବାହ ବନ୍ଧନରେ ବାନ୍ଧି ହେବ। ଚଳିତ ମାସ ୩୦ ତାରିଖରେ ଭଭୟ ବିବାହ କରିବାକୁ ଯାଉଛନ୍ତି। ଏହି ପ୍ରେମୀ ଯୁଗଳ ଥରେ ନୁହେଁ ଦୁଇଥର ବିବାହ କରିବେ। ପ୍ରଥମେ ଚଣ୍ଡୀଗଡ଼ର ଏକ ଗୁରୁଦ୍ୱାର ଏବଂ ଦ୍ୱିତୀୟଥର ଗୋଆରେ ହିନ୍ଦୁ ରୀତିନୀତି ଅନୁଯାୟୀ କରାଯିବ। ଚଣ୍ଡୀଗଡ଼ରେ ୟୁବିଙ୍କ ପରିବାର ବିବାହ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଥିବା ବେଳେ ଗୋଆରେ ହେଜଲଙ୍କ ପରିବାର ଲୋକେ ଆୟୋଜନ କରିବେ। […]

sezel

Rakesh Mallick
  • Published: Wednesday, 16 November 2016
  • , Updated: 16 November 2016, 04:58 PM IST

ମୁମ୍ବାଇ: କ୍ରିକେଟ୍‌ ଖେଳାଳି ଯୁବରାଜ ସିଂହ ଓ ବଲିଉଡର ହେଜଲ କିଜ୍‌ଙ୍କ ପ୍ରେମକାହାଣୀ ଏବେ ବିବାହ ବନ୍ଧନରେ ବାନ୍ଧି ହେବ। ଚଳିତ ମାସ ୩୦ ତାରିଖରେ ଭଭୟ ବିବାହ କରିବାକୁ ଯାଉଛନ୍ତି। ଏହି ପ୍ରେମୀ ଯୁଗଳ ଥରେ ନୁହେଁ ଦୁଇଥର ବିବାହ କରିବେ। ପ୍ରଥମେ ଚଣ୍ଡୀଗଡ଼ର ଏକ ଗୁରୁଦ୍ୱାର ଏବଂ ଦ୍ୱିତୀୟଥର ଗୋଆରେ ହିନ୍ଦୁ ରୀତିନୀତି ଅନୁଯାୟୀ କରାଯିବ। ଚଣ୍ଡୀଗଡ଼ରେ ୟୁବିଙ୍କ ପରିବାର ବିବାହ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଥିବା ବେଳେ ଗୋଆରେ ହେଜଲଙ୍କ ପରିବାର ଲୋକେ ଆୟୋଜନ କରିବେ।

ଖବର ମୁତାବକ ହେଜଲ ଅନେକ ଗୁଡ଼ିଏ ଆଡ୍‌ ଫିଲ୍ମ ସହ ସଲମାନଙ୍କ ବଡିଗାର୍ଡ ଫିଲ୍ମରେ କରୀନାଙ୍କ ଘନିଷ୍ଠ ବାନ୍ଧବୀର ଅଭିନୟ କରିଛନ୍ତି।

Related story