ମୁମ୍ୱାଇ: ଷ୍ଟାରପ୍ଲସ୍ରେ ପ୍ରସାରିତ ‘ୟେ ହେ ମୋହବତେଁ’ ଧାରାବାହିକକୁ ପ୍ରସାରଣ ବନ୍ଦ କରିବା ଲାଗି ସୋସିଆଲ ମିଡିଆରେ ଦାବି ଜୋର ଧରିଛି। ଏହି ଧାରାବାହିକକୁ ବନ୍ଦ କରିବା ଲାଗି ସୋସିଆଲ ମିଡିଆରେ #EndYHM ଲେଖିବା ଲୋକେ ଆରମ୍ଭ କରିଦେଇଛନ୍ତି।
କିଛିଦିନ ଲୋକେ ଏପରି ଲେଖିବା ପରେ ଶେଷରେ ପ୍ରଯୋଜକ ଏକତା କପୁର ଏହାକୁ ନେଇ ନିଜର ଜବାବ୍ ରଖିଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ଏକତା ଲେଖିଛନ୍ତି, ଯଦି ଶୋ’ ପସନ୍ଦ ଆସୁନାହିଁ ତେବେ ଦେଖ ନାହିଁ। କାରଣ ଶୋ’ର କାହାଣୀ ଦର୍ଶକଙ୍କ ହିସାବରେ ଲେଖାଯାଏ ନାହିଁ। ମୁଁ ମୋ ବନ୍ଧୁମାନଙ୍କୁ ଏହା କହିବାକୁ ଚାହୁଁଛି କି #EndYHMର ଟ୍ରେଣ୍ଡ୍ ବନ୍ଦ କରନ୍ତୁ। ପସନ୍ଦ ନ ଆସିଲେ ସିରିୟଲ ଦେଖିବା ବନ୍ଦ କରିଦିଅନ୍ତୁ।
ବିବାଦଟି କାରଣ: କାହାଣୀ ଅନୁସାରେ ଇଶିତା ନିଜ ପୁଅକୁ ମାରିବାର ଦେଖାଇବା ଦର୍ଶକ ଗ୍ରହଣ କରିପାରୁ ନାହାଁନ୍ତି। ଏହାକୁ ନେଇ ଦର୍ଶକ ବିରକ୍ତ ପ୍ରକାଶ କରିଛନ୍ତି। ଏହି କାରଣରୁ ଶୋ’ ଟିକୁ ବନ୍ଦ କରିବାକୁ ଦାବି କରାଯାଇଛି।