Advertisment

ଶହୀଦ ଦିବସ: ଏକାଠି ଫାଶୀ ପାଇଥିଲେ ଏହି ୩ ବୀର

ମାର୍ଚ୍ଚ ୨୩, ୧୯୩୧ରେ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଫାଶୀ ଦେଇଥିଲେ ଗୋରା ସରକାର।

author-image
Debibandita Barick
ଅଦ୍ୟତନ ହୋଇଛି
Sukhdev, Bhagat Singh, Rajguru

Sukhdev, Bhagat Singh, Rajguru

ବୀର ଶହୀଦମାନଙ୍କ ବଳିଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୩ରେ ଶହୀଦ ଦିବସ ପାଳନ କରାଯାଏ। ଏହି ଦିନ ଶହୀଦ ଦିବସ ପାଳନ କରିବାର ଇତିହାସ ଖୁବ୍ ପୁରୁଣା। ମାର୍ଚ୍ଚ ୨୩, ୧୯୩୧ରେ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଫାଶୀ ଦେଇଥିଲେ ଗୋରା ସରକାର। 

Advertisment

ଇଂରେଜ ସରକାରଙ୍କ ସେଣ୍ଟ୍ରାଲ ଆସେମ୍ବ୍ଲିରେ ବୋମା ପକାଇବା ଅଭିଯୋଗରେ ବ୍ରିଟିଶମାନେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମରେ ଏହି ତିନି ଜଣ ମହାନାୟକଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ମାର୍ଚ୍ଚ ୨୩କୁ ଶହୀଦ ଦିବସ ରୂପେ ପାଳନ କରାଯଏ। ଏହି ସ୍ୱତନ୍ତ୍ର ଦିବସରେ ତିନି ଜନନାୟକଙ୍କ ବାବଦରେ ଜାଣନ୍ତୁ...

ଭଗତ ସିଂହ: ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଭଗତ ସିଂହ ୨୮ ସେପ୍ଟେମ୍ବର ୧୯୦୭ରେ ପାକିସ୍ତାନର ପଞ୍ଜାବ ଲାୟଲପୁରରେ ଜନ୍ମଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୁରୁଧା ଥିଲେ ଭଗତ ସିଂହ। ସେ 'ଇନକଲାବ ଜିନ୍ଦାବାଦ' ସ୍ଲୋଗାନ ଦେଇଥିଲେ।

Advertisment

ଶହୀଦ ସୁଖଦେବ: ସୁଖଦେବ ୧୫ ମଇ ୧୯୦୭ରେ ଲାୟଲପୁରରେ ଜନ୍ମଗ୍ରହଣ କରିଥିଲେ। ଭଗତ ସିଂହ ଏବଂ ସୁଖଦେବଙ୍କ ପରିବାର ଲାୟଲପୁରରେ ରହୁଥିଲେ। ଉଭୟ ଦୁଇ ସାଙ୍ଗ ଥିଲେ। କେବଳ ଏତିକି ନୁହେଁ, ଉଭୟ ଲାହୋର ନ୍ୟାସନାଲ କଲେଜର ମଧ୍ୟ ଛାତ୍ର ଥିଲେ। 

ଶହୀଦ ରାଜଗୁରୁ: ଶହୀଦ ରାଜଗୁରୁ ପୁଣେ ଜିଲ୍ଲାର ଖେଡାଠାରେ ୨୪ ଅଗଷ୍ଟ ୧୯୦୮ରେ ଜନ୍ମଗ୍ରହଣ କରିଥିଲେ। ରାଜଗୁରୁ ଶିବାଜୀଙ୍କ ଗରିଲା ଶୈଳୀର ପ୍ରଶଂସକ ଥିଲେ। ସେ ଲୋକମଣି ବାଲ ଗଙ୍ଗାଧର ତିଲକଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ।

Shaheed Diwas Shaheed Diwas History