Advertisment

ବିଶ୍ୱ ବନ୍ୟପ୍ରାଣୀ ଦିବସ: ବନ୍ୟପ୍ରାଣୀଙ୍କ ସୁରକ୍ଷା, ପରିବେଶ ରକ୍ଷା

ପରିବେଶର ସନ୍ତୁଳନ ବଜାୟ ରଖିବାରେ ପ୍ରମୁଖ ଭୂମିକା ନିଭାନ୍ତି ବନ୍ୟପ୍ରାଣୀ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ମାନବ ସମାଜର ବିକାଶ ପାଇଁ ବନ୍ୟପ୍ରାଣୀ ଏବଂ ଉଦ୍ଭିଦ ନିହାତି ଆବଶ୍ୟକୀୟ। କାରଣ ଏହିମାନେ ହିଁ ପରିବେଶର ସନ୍ତୁଳନ ବଜାୟ ରଖିବାରେ ପ୍ରମୁଖ ଭୂମିକା ନିଭାନ୍ତି। ଏଥିପାଇଁ ବନ୍ୟଜନ୍ତୁ ଏବଂ ଉଦ୍ଭିଦ ରକ୍ଷା ନିମନ୍ତେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ରୂପେ ପାଳନ କରାଯାଉଛି। 

Advertisment

ବନ୍ୟପ୍ରାଣୀ ଦିବସର ଇତିହାସ
ମିଳିତ ଜାତିସଂଘର ନିଷ୍ପତ୍ତି କ୍ରମେ ବିଶ୍ୱ ବନ୍ୟପ୍ରାଣୀ ଦିବନସ ପାଳନ କରାଯାଉଛି। ୨୦ ଡିସେମ୍ବର ୨୦୧୩ରେ ଜତାସଂଘର ସାଧାରଣ ସଭାର ୬୮ତମ ଅଧିବେଶନରେ ୩ ମାର୍ଚ୍ଚକୁ ବିଶ୍ୱ ବନ୍ୟଜନ୍ତୁ ଦିବସ ଭାବେ ଘୋଷଣା ହୋଇଥିଲା। ଏହା ପର ବର୍ଷ ଅର୍ଥାତ୍ ୨୦୧୪ଠାରୁ ଆଜିର ଦିନକୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ରୂପେ ପାଳନ ହୋଇଆସୁଛି। 

ବନ୍ୟପ୍ରାଣୀ ଦିବସ ଉଦ୍ଦେଶ୍ୟ
ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛନ୍ତି ବନ୍ୟ ଜନ୍ତୁଙ୍କ ସୁରକ୍ଷା। ପୃଥିବୀ ପୃଷ୍ଠରୁ ଅନେକ ପ୍ରାଣୀ ପ୍ରକାର ଧିରେ ଧିରେ ବିଲୁପ୍ତ ହୋଇଯାଉଛି। ଏହାକୁ କିପରି ରୋକିବା ତାହା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ୧୮୭୨ ମସିହାରେ ପ୍ରଥମ ଥର ପାଇଁ ବନ୍ୟ ହାତୀ ସଂରକ୍ଷଣ ଆଇନ ପ୍ରଣୟନ କରାଯାଇଥିଲା।

Advertisment

ବନ୍ୟପ୍ରାଣୀ ଦିବସ ବିଷୟବସ୍ତୁ
ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ବା ଥିମ୍ ଆଧାରରେ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷର ଥିମ୍, "Connecting People and Planet: Exploring Digital Innovation in Wildlife Conservation." ରଖାଯାଇଛି। ଏହାର ଅର୍ଥ  ଜୀବ ସହ ଗ୍ରହକୁ ସଂଯୋଗ: ବନ୍ୟଜନ୍ତୁ ସଂରକ୍ଷଣରେ ଡିଜିଟାଲ୍ ନବସୃଜନର ଅନୁସନ୍ଧାନ।