ସୂଚନା ଅଧିକାର ଆଇନର ୧୬ ବର୍ଷ ପୂର୍ତ୍ତି - ଏକ ବିଶ୍ଳେଷଣ

ପ୍ରଦୀପ ପ୍ରଧାନ ଦେଶର ନାଗରିକମାନଙ୍କ ପାଇଁ ଅକ୍ଟୋବର ୧୨, ୨୦୦୫ ଏକ ଐତିହାସିକ ଦିନ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଦିନ ଜାମ୍ମୁ ଓ କାଶ୍ମୀର ରାଜ୍ୟ (ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ)କୁ ଛାଡ଼ି ସମଗ୍ର ଭାରତବର୍ଷରେ ସୂଚନା ଅଧିକାର ଆଇନ କାର୍ଯ୍ୟକରୀ ହେଲା। ଦୀର୍ଘ ବର୍ଷ ଧରି ବ୍ରିଟିଶ ଅମଳର ଔପନିବେଶିକ ଗୋପନୀୟ ଶାସନ ବ୍ୟବସ୍ଥାକୁ କବର ଦେଇ ଏକ ସ୍ୱଚ୍ଛ, ଉତ୍ତରଦାୟୀ ଶାସନ ବ୍ୟବସ୍ଥାର ମୂଳଦୁଆ ପଡ଼ିଥିଲା। ସ୍ୱାଧୀନୋତ୍ତର ଭାରତବର୍ଷରେ ପ୍ରଥମ ଥର ପାଇଁ […]

RTI pic

RTI pic

Debendra Prusty
  • Published: Saturday, 11 December 2021
  • Updated: 11 December 2021, 02:27 PM IST

Sports

Latest News

  • ପ୍ରଦୀପ ପ୍ରଧାନ

ଦେଶର ନାଗରିକମାନଙ୍କ ପାଇଁ ଅକ୍ଟୋବର ୧୨, ୨୦୦୫ ଏକ ଐତିହାସିକ ଦିନ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଦିନ ଜାମ୍ମୁ ଓ କାଶ୍ମୀର ରାଜ୍ୟ (ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ)କୁ ଛାଡ଼ି ସମଗ୍ର ଭାରତବର୍ଷରେ ସୂଚନା ଅଧିକାର ଆଇନ କାର୍ଯ୍ୟକରୀ ହେଲା। ଦୀର୍ଘ ବର୍ଷ ଧରି ବ୍ରିଟିଶ ଅମଳର ଔପନିବେଶିକ ଗୋପନୀୟ ଶାସନ ବ୍ୟବସ୍ଥାକୁ କବର ଦେଇ ଏକ ସ୍ୱଚ୍ଛ, ଉତ୍ତରଦାୟୀ ଶାସନ ବ୍ୟବସ୍ଥାର ମୂଳଦୁଆ ପଡ଼ିଥିଲା। ସ୍ୱାଧୀନୋତ୍ତର ଭାରତବର୍ଷରେ ପ୍ରଥମ ଥର ପାଇଁ ନାଗରିକମାନେ ଶାସନ ବ୍ୟବସ୍ଥା, ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଟିକିନିଖି ତଥ୍ୟ ପାଇବା ପାଇଁ ଅଧିକାର ପାଇଲେ। ଇତି ମଧ୍ୟରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରିତାର ୧୬ ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ସୂଚନା ଆଇନ, ସୂଚନାଧିକାର କର୍ମୀ, ସୂଚନା କମିଶନ୍, ସୂଚନା ଆଇନରେ ଦୁର୍ନୀତିର ମହାଖୋଲାସା ବା ମିଳିଥିବା ତଥ୍ୟକୁ ନେଇ ଦେଶ ତମାମ ପ୍ରତ୍ୟେକ ଦିନ ଖବରକାଗଜରେ କିଛି ନା କିଛି ଖବର ପ୍ରକାଶ ପାଉଛି। ସୂଚନା ଅଧିକାର ଆଇନର ଜୟଯାତ୍ରା ଯେପରି ଭାବେ ଚାଲିଛି ଏବଂ ଅଧିକରୁ ଅଧିକ ସାଧାରଣ ଲୋକେ ସୂଚନା ଆଇନକୁ ବ୍ୟବହାର କରି ନିଜର ହକ୍ ଅଧିକାର ପାଇଁ ଲଢ଼େଇ କରୁଛନ୍ତି, ପ୍ରଶାସନରେ ଆଇନକୁ ଅକାମୀ ଓ ପଙ୍ଗୁ କରିଦେବା ପାଇଁ ଅନୁରୂପ ଉଦ୍ୟମ ମଧ୍ୟ ଚାଲୁ ରହିଛି। ସୂଚନା ଆଇନକୁ ବ୍ୟବହାର କରି ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ସାଧାରଣ ନାଗରିକ, ସାମାଜିକ କର୍ମୀ ବା ସୂଚନାଧିକାର କର୍ମୀମାନଙ୍କୁ ମରଣାତ୍ମକ ଆକ୍ରମଣ, ମିଥ୍ୟା କେଶରେ ଫସେଇବା, ହତ୍ୟା ଇତ୍ୟାଦି ମଧ୍ୟ ଚାଲିଛି। ସମଗ୍ର ଦେଶରେ ୧୦୦ରୁ ଅଧିକ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା କରାଯାଇଛି। ୫୦୦ରୁ ଅଧିକ ସାମାଜିକ କର୍ମୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଆମ ରାଜ୍ୟର ୪ ଜଣ ସୂଚନାଧିକାର କର୍ମୀଙ୍କୁ ହତ୍ୟା କରାଯାଇଥିଲା ବେଳେ ୬୦ରୁ ଉର୍ଦ୍ଧ୍ୱ ସୂଚନାଧିକାର କର୍ମୀଙ୍କ ନାମରେ ମିଥ୍ୟା ମକଦ୍ଦମା କରାଯାଇ ଜେଲରେ ଭର୍ତ୍ତି କରିବା ଓ ଆକ୍ରମଣ ହୋଇଛି।

ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରୁ କଟକ ଜିଲ୍ଲା ନିଆଳିର କୃପାସିନ୍ଧୁ ସାହୁ (୨୦୧୪), ଗଞ୍ଜାମର ଗଣେଶ ଚନ୍ଦ୍ର ପଣ୍ଡା (୨୦୧୫), କନ୍ଧମାଳର ଅଭିମନ୍ୟୁ ପଣ୍ଡା (୨୦୧୯) ଓ ରଞ୍ଜନ ଦାସ (୨୦୨୦)ଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଏସବୁ ସତ୍ତ୍ୱେ ସୂଚନା ଆଇନର ବ୍ୟାପକ ବ୍ୟବହାରକୁ ପ୍ରତିହତ କରାଯାଇ ପାରିନାହିଁ।

ବିଭିନ୍ନ ବର୍ଗର ଲୋକ ସେମାନଙ୍କର ହକ୍ ଅଧିକାର ପାଇଁ ଲଢ଼େଇ କରିବାକୁ ଏହି ଆଇନର ବ୍ୟବହାର କରୁଛନ୍ତି। ସାଧାରଣ ଲୋକେ ସରକାରୀ ଯୋଜନାରୁ ନିଜର ସହାୟତା ପାଇବାରୁ ବଂଚିତ ହୋଇଥିବା ସମ୍ପର୍କିତ ତଥ୍ୟ ବା ଯୋଜନର କାର୍ଯ୍ୟକାରିତାରେ ହୋଇଥିବା ଦୁର୍ନୀତି, ଅନିୟମିତତା ସମ୍ପର୍କିତ ତଥ୍ୟ ହାସଲ ପାଇଁ ଆଇନକୁ ବ୍ୟବହାର କରୁଥିଲା ବେଳେ ସାମାଜିକ କର୍ମୀ/ଗବେଷକମାନେ ସରକାରୀ ନୀତି ନିୟମ, କାର୍ଯ୍ୟକ୍ରମ, ଯୋଜନା ପ୍ରଣୟନର ଅନୁଧ୍ୟାନ/ସମୀକ୍ଷା ପାଇଁ ସୂଚନା ଆଇନର ଆଶ୍ରୟ ନେଉଛନ୍ତି। ସରକାରୀ କର୍ମଚାରୀମାନେ ସେମାନଙ୍କର ପଦୋନ୍ନତି, ସସ୍ପେଣ୍ଡ ବା ପେନ୍ସନ୍ ସମ୍ପର୍କରେ ତଥ୍ୟ ହାସଲ କରିବା, ଛାତ୍ରଛାତ୍ରୀମାନେ ପରୀକ୍ଷା ଖାତାର କପି ହାସଲ କରିବା, ପରୀକ୍ଷାର୍ଥୀମାନେ ଚାକିରି ପାଇଁ ଦେଇଥିବା ଇଣ୍ଟରଭ୍ୟୁ ସମ୍ପର୍କିତ ତଥ୍ୟ ହାସଲ ପାଇଁ ସୂଚନା ଆଇନ ସାହାଯ୍ୟ କରୁଛି।

ସବୁଠାରୁ ବେଶି ଚର୍ଚ୍ଚା ହେଉଛି ଦୁର୍ନୀତି ବିରୁଦ୍ଧରେ ସୂଚନା ଆଇନର ବଳିଷ୍ଠ ପ୍ରୟୋଗ ସମଗ୍ର ଦେଶରେ ବା ଓଡ଼ିଶାରେ ଅନେକ ବଡ଼ବଡ଼ ସ୍କାମର ଖୋଲାସା ହୋଇଛି, ଯାହା ସୂଚନା ଅଧିକାର ଆଇନ ଯୋଗୁ ସମ୍ଭବ ହୋଇଛି। ମହାରାଷ୍ଟ୍ରର ଆଦର୍ଶ ହାଉସିଂ ସ୍କାମ୍, ଦିଲ୍ଲୀର କମନୱେଲଥ୍ ଗେମ୍ ସ୍କାମ୍, ଟୁ ଜି ସ୍ପେକ୍ଟ୍ରମ୍ ସ୍କାମ୍, ଓଡ଼ିଶାରେ ଜମି ଦୁର୍ନୀତି, ଆଇ.ସି.ଡି.ଏସ୍. ସ୍କାମ୍, ଲଘୁ ଖଣିଜ ପଦାର୍ଥର ହରିଲୁଟ୍, ଆବାସ ଘୋଟାଲା, ମେଧାବୃତ୍ତି ସ୍କାମ୍ ଇତ୍ୟାଦି ଲୋକଲୋଚନକୁ ଆସିଛି। ସୂଚନା ଆଇନ ଯୋଗୁ ସରକାରୀ ବ୍ୟବସ୍ଥା ଲୋକମାନଙ୍କ ସମ୍ମୁଖରେ ଉନ୍ମୋଚନ ହେବା ସହ ପ୍ରଶାସନର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ପରିଲକ୍ଷିତ ହେଉଛି। ସୂଚନା ପାଇଁ ଆବେଦନ ଫର୍ମ ଉପରେ ଟପ୍‌ ପ୍ରାୟରିଟି ଲେଖି ଅଧିକାରୀମାନେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସୂଚନା ପ୍ରଦାନ ପାଇଁ ତାଗିଦ କରୁଛନ୍ତି। ସରକାରୀ ଅଧିକାରୀମାନେ ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ସୂଚନା ଆଇନରେ ତଥ୍ୟ ମଗାଯିବାର ସମ୍ଭାବନା ଚିନ୍ତାକରି ଫାଇଲରେ ଦସ୍ତଖତ କରୁଛନ୍ତି। ସରକାରୀ ବ୍ୟବସ୍ଥା ବା ଅଧିକାରୀଙ୍କୁ ପ୍ରଶ୍ନ କରିବା, ସରକାରୀ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ବିଭିନ୍ନ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜାଣିବା ପାଇଁ ସାଧାରଣ ଲୋକଙ୍କୁ ସୂଚନା ଅଧିକାର ଆଇନ ଅପୂର୍ବ ସୁଯୋଗ ଦେଇଛି।

ଅପର ପକ୍ଷରେ ସୂଚନା ଆଇନକୁ ଅକାମୀ କରିଦେବା ବା ଠିକ୍ ଭାବେ କାର୍ଯ୍ୟକାରୀ କରେଇ ନଦେବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଏବେବି ଅବ୍ୟାହତ ରହିଛି। ପ୍ରଥମ ସମସ୍ୟା ସୃଷ୍ଟି ହୋଇଥିଲା ସୁପ୍ରିମମ କୋର୍ଟରୁ। ବିଚାରପତିମାନଙ୍କ ସମ୍ପତ୍ତି, ଆୟ ସମ୍ପର୍କିତ ତଥ୍ୟ ନଦେଇ ସୁପ୍ରିମ କୋର୍ଟର ଜନ ସୂଚନା ଅଧିକାରୀ ଦରଖାସ୍ତ ଖାରଜ କରିବା, ତଥ୍ୟ ଦେବାପାଇଁ କେନ୍ଦ୍ରୀୟ ସୂଚନା କମିଶନଙ୍କ ନିର୍ଦ୍ଦେଶ, ଏହାକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟର କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ ଦିଲ୍ଲୀ ହାଇକୋର୍ଟରେ କେସ୍ କରିବା ଏବଂ ୦୩.୦୯.୨୦୦୯ରେ ଦିଲ୍ଲୀ ହାଇକୋର୍ଟ ତଥ୍ୟ ଦେବାପାଇଁ ନିର୍ଦ୍ଦେଶ ଦେବା, ପୁଣି ସୁପ୍ରିମ କୋର୍ଟଙ୍କ ଜନ ସୂଚନା ଅଧିକାରୀ ଦିଲ୍ଲୀ ହାଇକୋର୍ଟର ରାୟକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିବା ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥିଲା। ଅବଶ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ୨୦୧୯ ମସିହାରେ ସୁପ୍ରିମ କେର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଦପ୍ତର ସୂଚନା ଆଇନର ପରିସରଭୁକ୍ତ ବୋଲି ଦର୍ଶାଇଥିଲେ ଏବଂ ବିଚାରପତିଙ୍କ ସମ୍ପତ୍ତି ସମ୍ପର୍କୀତ ତଥ୍ୟ ଦିଆଯାଇ ପାରିବ ବୋଲି କହିଥିଲେ। ଅନ୍ୟ ଏକ ସମସ୍ୟା ଉପୁଜିଥିଲା ଯେତେବେଳେ କେନ୍ଦ୍ର ସରକାରଙ୍କ କର୍ମନିୟୋଜନ ଓ ତାଲିମ ବିଭାଗ ସୂଚନା ଅଧିକାର ବିଲ୍‌କୁ ସମ୍ମତି ଦେଲାବେଳେ ରାଷ୍ଟ୍ରପତି ଫାଇଲ୍ ନୋଟିଙ୍ଗକୁ ସୂଚନା ଆଇନର ପରିସରରୁ ବାଦଦେବା ପାଇଁ ଦେଇଥିବା ଟିପ୍ପଣୀକୁ ଆଧାର କରି ତାଙ୍କ ୱେବ୍‌ସାଇଟରେ ସୂଚନାର ସଂଜ୍ଞା(୨-ଏଫ୍‌)କୁ ବାଖ୍ୟା କରି ଫାଇଲ୍ ନୋଟିଙ୍ଗ ପରିସରଭୁକ୍ତ ନୁହେଁ ବୋଳି ଦର୍ଶାଇଥିଲେ। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ତତ୍କାଳୀନ କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନର ଶ୍ରୀ ୱାଜହତ୍ ହବିବୁଲ୍ଲା ଜୋରଦାର ବିରୋଧ କରିବା ସହ ତୁରନ୍ତ ୱେବ୍‌ସାଇଟରୁ ହଟେଇବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଣି ଅନ୍ୟ ଏକ ସମସ୍ୟା ସୃଷ୍ଟି ହୋଇଥିଲା ସୁପ୍ରିମ କୋର୍ଟଙ୍କ ତରଫରୁ। ଡିସେମ୍ବର ୧୩, ୨୦୧୨ରେ ସୁପ୍ରିମ କୋର୍ଟର ଦୁଇଜଣ ବିଚାରପତି ଜଷ୍ଟିସ୍ ଅନଙ୍ଗ ପଟ୍ଟନାୟକ ଓ ଜଷ୍ଟିସ୍ ସ୍ୱତନ୍ତ୍ର କୁମାର ଏକ ରିଟ୍ ପିଟିସନର ଶୁଣାଣୀ କରି ରାୟ ଦେଇଥିଲେ ଯେ ପ୍ରତ୍ୟେକ ସୂଚନା କମିଶନର ସମସ୍ତ କେସର ଶୁଣାଣୀ ଡିଭିଜନ୍ ବେଞ୍ଚରେ ହେବ ଯାହାର ଅନ୍ୟତମ ସଦସ୍ୟ ଜଣେ ଜୁଡିସିଆଲ ମେମ୍ବର ରହିବା ବାଧ୍ୟ। ଏହା ସହିତ ସୂଚନା କମିଶନରେ ଅନ୍ୟୁନ ୫୦ ଭାଗ ଅଧ୍ୟକ୍ଷ ପଦବୀ ଓ ସଦସ୍ୟ ଜୁଡିସିଆଲ ମେମ୍ବର ହୋଇଥିବା ଆବଶ୍ୟକ। ସୂଚନା ଆଇନକୁ ସଂଶୋଧନ କରି ଏପରି ବ୍ୟବସ୍ଥା ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲାପରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ବହୁ କମିଶନ ସେମାନଙ୍କର କେସ୍ ଶୁଣାଣୀ ବନ୍ଦ କରିଦେଇଥିଲେ। ଅବଶ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ତା ୦୩.୦୯.୨୦୧୩ରେ ସୁପ୍ରିମ କୋର୍ଟ ତାଙ୍କର ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଥିଲେ। ଅନ୍ୟ ଏକ ପ୍ରମୁଖ ସମସ୍ୟା ଦେଖା ଦେଇଥିଲା ଯେତେବେଳେ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ସୂଚନା ଅଧିକାର ଆଇନରେ ଧାରା ୨(ଏଚ୍) ଜନ କର୍ତ୍ତୃପକ୍ଷ ସଂଜ୍ଞାକୁ ପରିବର୍ତ୍ତନ କରି ରାଜନୈତିକ ଦଳଗୁଡ଼ିକୁ ସୂଚନା ଆଇନର ପରିସରଭୁକ୍ତ ନ କରିବା ପାଇଁ ସୂଚନା ଅଧିକାର ସଂଶୋଧନ ବିଲ୍ ସଂସଦରେ ଆଗତ କଲେ। ସେହି ସମୟରେ କେନ୍ଦ୍ରୀୟ ସୂଚନା କମିଶନର ଦେଶର ପ୍ରମୁଖ ୬ଟି ଜାତୀୟ ଦଳ ସୂଚନା ଆଇନର ପରିସରଭୁକ୍ତ ଏବଂ ସେମାନେ ନାଗରିକମାନଙ୍କୁ ସୂଚନା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ବିଲ୍‌କୁ ସର୍ବଭାରତୀୟ ସ୍ତରରେ ବ୍ୟାପକ ବିରୋଧ କରାଯିବା ଯୋଗୁଁ ଏହା ସଂସଦରେ ଆଗତ ହୋଇପାରିନଥିଲା। ବର୍ତ୍ତମାନ ରାଜନୈତିକ ଦଳଗୁଡ଼ିକ ସୂଚନା ଆଇନର ପରିସରଭୁକ୍ତ ହେବେ କି ନାହିଁ ସେ ସଂପର୍କୀତ ମାମଲା ସୁପ୍ରିମ କୋର୍ଟଙ୍କର ବିଚାରାଧୀନ ରହିଛି।

ବର୍ତ୍ତମାନର କେନ୍ଦ୍ର ସରକାର ସୂଚନା ଆଇନକୁ ଦୁର୍ବଳ କରିବା ପାଇଁ କିଛି ମାତ୍ରାରେ ସକ୍ଷମ ହୋଇଛନ୍ତି। ୨୦୧୭ ମସିହାରେ କେନ୍ଦ୍ରୀୟ ସୂଚନା ଅଧିକାର ନିୟମାବଳି, ୨୦୧୨ରେ ସଂଶୋଧନ ପାଇଁ ଏକ ଚିଠା ନିୟମାବଳି କରାଯାଇ ମତାମତ ପାଇଁ ସର୍ବସାଧାରଣରେ ଉପସ୍ଥାପନ କରାଗଲା। ଏଥିରେ ଅନେକ ନାଗରିକ ସ୍ୱାର୍ଥବିରୋଧୀ ବ୍ୟବସ୍ଥା ରଖାଗଲା, ଯଥା - ଅପିଲ କର୍ତ୍ତା ବା ଅଭିଯୋଗକାରୀ ସେମାନେ ଯଦି ଚାହିଁବେ ବା ସେମାନଙ୍କ ମୃତ୍ୟୁରେ କେସ୍ ପ୍ରତ୍ୟାହାର କରାଯାଇ ପାରିବ। ଏପରି ବ୍ୟବସ୍ଥା ସୂଚନା ଆଇନରେ ନାହିଁ। ସୂଚନା ଆଇନର ଧାରା ୧୮ ଅନୁଯାୟୀ ଅଭିଯୋଗ ବ୍ୟବସ୍ଥାକୁ ଆହୁରି ଜଟିଳ କରିଦିଆଗଲା, ଯାହାକୁ ଦେଶ ତମାମ୍ ସୂଚନାଧିକାର କର୍ମୀ ଓ ସିଭିଲ୍ ସୋସାଇଟି ତରଫରୁ ଜୋରଦାର୍ ବିରୋଧ କରାଗଲା। ଏହା ପରେ ସରକାର ଆଉ ସଂଶୋଧନ କଲେନାହିଁ। କିନ୍ତୁ କେନ୍ଦ୍ର ସରକାରଙ୍କର ୨୦୧୯ ମସିହାର ସୂଚନା ଅଧିକାର ଆଇନର ସଂଶୋଧନ ଦ୍ୱାରା ସୂଚନା କମିଶନରଙ୍କର ନିଯୁକ୍ତି, ପଦବୀ ଓ କାର୍ଯ୍ୟକାଳକୁ ସଂଶୋଧନ କରି ସେମାନଙ୍କର ସ୍ୱତନ୍ତ୍ରତାକୁ ଧ୍ୱଂସ କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ ସୂଚନା ଆଇନର କ୍ରିୟାଶୀଳତାକୁ ନଷ୍ଟ କରିବା ପାଇଁ ଉଦ୍ଦିଷ୍ଟ, ଏଥିରେ ସନ୍ଦେହ ନାହିଁ। ସୂଚନା କମିଶନଙ୍କ କାର୍ଯ୍ୟକାଳକୁ ୫ରୁ ୩ ବର୍ଷକୁ କମେଇବା, ପଦବୀକୁ ନ୍ୟୁନ କରିବା, ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗରେ ରୋକ ଲଗେଇବା ଇତ୍ୟାଦି ବ୍ୟବସ୍ଥା କମିଶନର ସ୍ୱତନ୍ତ୍ରତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସଂଶୋଧନକୁ ସମସ୍ତ ସ୍ତରରେ ବିରୋଧ ସତ୍ତ୍ୱେ କେନ୍ଦ୍ର ସରକାର ଜନମତକୁ ଭ୍ରୁକ୍ଷେପ ନକରି ସଂଶୋଧନ କରିଥିଲେ। ଏହା ପୂର୍ବରୁ କେନ୍ଦ୍ରୀୟ ସୂଚନା କମିଶନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କୀୟ ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏହାକୁ ଗୋପନୀୟ ରଖି ସୂଚନା କମିଶନଙ୍କ ନିର୍ଦ୍ଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ ଯାହା ଏବେ ବି ବିଚାରାଧୀନ ଅଛି। କେନ୍ଦ୍ରୀୟ ସୂଚନା କମିଶନଙ୍କ ଏପରି ନିର୍ଦ୍ଦେଶ ପ୍ରଧାନମନ୍ତ୍ରୀଙ୍କୁ ଯଥେଷ୍ଟ ଅଡ଼ୁଆରେ ପକାଇଥିଲା।

ଆମ ରାଜ୍ୟରେ ଓଡ଼ିଶା ସୂଚନା ଅଧିକାର ନିୟମାବଳୀରେ ଥିବା ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯଥା - ବାଧ୍ୟତାମୂଳକ ୧୧ ସ୍ତମ୍ଭ ବିଶିଷ୍ଟ ଦରଖାସ୍ତ ଫର୍ମ, ଆବେଦନ ସମୟରେ ଭୋଟର ପରିଚୟ ପତ୍ର ପ୍ରଦାନର ବାଧ୍ୟତାମୂଳକ ବ୍ୟବସ୍ଥା (ସୂଚନା ଆଇନରେ ଏହି ବ୍ୟବସ୍ଥା ନାହିଁ), ପ୍ରଥମ ଓ ଦ୍ୱିତୀୟ ଅପିଲ ପାଇଁ କୋର୍ଟ ଫି ମାଧ୍ୟମରେ ଫିସ୍ ବ୍ୟବସ୍ଥା ଇତ୍ୟାଦି ସୂଚନା ଆଇନର ବ୍ୟବହାର କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛି। ବିଭିନ୍ନ ସରକାରୀ ଦପ୍ତରର ସ୍ୱୟଂ-ପ୍ରକଟନୀୟ ସୂଚନା ଗୁଡ଼ିକର ପ୍ରସାରଣ ପାଇଁ ରାଜ୍ୟ ସରକାର କରିଥିବା ୱେବ୍ସାଇଟ୍ ଅପଡେଟ୍ ନ ହେବା, ସୂଚନା କମିଶନଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ଉକ୍ତ ତଥ୍ୟଗୁଡ଼ିକ ଓଡ଼ିଆ ଭାଷାରେ ପ୍ରକାଶ ନ କରିବା, ସୂଚନା ପ୍ରଦାନରେ ସରକାରୀ ଅଧିକାରୀମାନଙ୍କର ବ୍ୟାପକ ଅବହେଳା, ଏଥିପାଇଁ ହଜାର ହଜାର କେସ୍ କମିଶନରେ ଫାଇଲ୍ ହେବା ଏବଂ କମିଶନରେ କେସ୍ ଫଇସଲା ପାଇଁ ୩ରୁ ୪ ବର୍ଷ ସମୟ ଲାଗିବା, କମିଶନ୍ ଠିକ୍ ଭାବେ କାର୍ଯ୍ୟକ୍ଷମ ନହେବା, ସୂଚନା ଆଇନ ସମ୍ପର୍କରେ ସରକାରୀ ସଚେତନତା କାର୍ଯ୍ୟକ୍ରମର ଘୋର ଅଭାବ ଯୋଗୁଁ ସୂଚନା ଆଇନ ଆମ ରାଜ୍ୟରେ ବ୍ୟାପକ ଭାବେ କ୍ରୀୟାଶୀଳ ହୋଇପାରିନାହିଁ।

ଏହା ସତ୍ତ୍ୱେ ସୂଚନା କମିଶନଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନୂତନ ଆଶାର ସଞ୍ଚାର କରିଛି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଜନ କର୍ତ୍ତୃପକ୍ଷ ଭାବେ ଘୋଷଣା କରି ନାଗରିକମାନଙ୍କୁ ସିଧାସଳଖ ତଥ୍ୟ ଦେବାପାଇଁ ନିର୍ଦ୍ଦେଶ, ଆପୋଲୋ ହସ୍ପିଟାଲ୍, କିଟ୍ ସଂସ୍ଥା, ଓଡ଼ିଶା କ୍ରିକେଟ୍ ଆସୋସିଏସନଙ୍କୁ ସୂଚନା ଅଧିକାର ଆଇନର ପରିସରଭୁକ୍ତ କରି ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ନିଶ୍ଚିତ ଭାବେ ଯୁଗାନ୍ତକାରୀ ରାୟ କହିଲେ ଅତ୍ୟୁକ୍ତି ହେବନାହିଁ। ଅବଶ୍ୟ ଏହି ସବୁ ସଂସ୍ଥାମାନେ କମିଶନଙ୍କ ଅର୍ଡ଼ରକୁ ଚାଲେଞ୍ଜ୍ କରି ସ୍ଥଗିତାଦେଶ ଆଣିଛନ୍ତି। ତେଣୁ ସମସ୍ତ ଘାତ ପ୍ରତିଘାତ ସତ୍ତ୍ୱେ ସୂଚନା ଅଧିକାର ଆଇନର ଜୟଯାତ୍ରା ଚାଲିଛି। ଆଗାମୀ ଦିନରେ ଆହୁରି ତ୍ୱରାନ୍ୱିତ ହେବ, ଏଥିରେ ସନ୍ଦେହ ନାହିଁ।

ମୋ : ୯୯୩୭୮୪୩୪୮୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story