Advertisment

ମଦ,ସରକାର ଓ ଆମ ସମାଜ

ଯେତେବେଳେ ଆମ ଦେଶ ସ୍ଵଧୀନ ହୋଇଥିଲା, ସେତେବେଳେ ମଦର ପ୍ରଚାର ଓ ପ୍ରସାର ଏତେ ନଥିଲା। ବିନା ମଦରେ ବି ଲୋକ ବଞ୍ଚିପାରୁଥିଲେ। ସେବେ ଲୋକ ବେଶୀ ସମାଜ ଓ ପରିବାରକୁ ଗୁରୁତ୍ୱ ଦେଉଥିଲେ। କିନ୍ତୁ ଆସ୍ତେ ଆସ୍ତେ ଆମ ସଭ୍ୟତା କୁସଂସ୍କାରରେ ଲିପ୍ତ ହେଲା । ଏହା ଫଳରେ ସମାଜର ବହୁ କ୍ଷତି ମଧ୍ୟ ହେବାରେ ଲାଗିଲା। ଏହି କୁସଂସ୍କାର ସମାଜରେ ବହୁଳ ଭାବରେ ଆଗେଇ ଚାଲୁଛି । ଯାହାକୁ ରୋକିବା ପାଇଁ ସରକାର ଚେଷ୍ଟା […]

ମଦ,ସରକାର ଓ ଆମ ସମାଜ

Madhulita-Parida

Advertisment

ଯେତେବେଳେ ଆମ ଦେଶ ସ୍ଵଧୀନ ହୋଇଥିଲା, ସେତେବେଳେ ମଦର ପ୍ରଚାର ଓ ପ୍ରସାର ଏତେ ନଥିଲା। ବିନା ମଦରେ ବି ଲୋକ ବଞ୍ଚିପାରୁଥିଲେ। ସେବେ ଲୋକ ବେଶୀ ସମାଜ ଓ ପରିବାରକୁ ଗୁରୁତ୍ୱ ଦେଉଥିଲେ। କିନ୍ତୁ ଆସ୍ତେ ଆସ୍ତେ ଆମ ସଭ୍ୟତା କୁସଂସ୍କାରରେ ଲିପ୍ତ ହେଲା । ଏହା ଫଳରେ ସମାଜର ବହୁ କ୍ଷତି ମଧ୍ୟ ହେବାରେ ଲାଗିଲା।
ଏହି କୁସଂସ୍କାର ସମାଜରେ ବହୁଳ ଭାବରେ ଆଗେଇ ଚାଲୁଛି । ଯାହାକୁ ରୋକିବା ପାଇଁ ସରକାର ଚେଷ୍ଟା ମଧ୍ୟ କରୁନାହାନ୍ତି । ଯେତେବେଳେ ଗାନ୍ଧୀ ମଦକୁ ବିରୋଧ କରୁଥିଲେ ସେତେବେଳେ ସେ କ’ଣ ବୋକା ଥିଲେ। ଏବେର ମଣିଷ କ’ଣ ଏତେ ବୁଦ୍ଧିମାନ୍‌। ସେ ସମୟରେ ଲୋକମାନଙ୍କ ମଧ୍ୟରେ ମତାନ୍ତର ମନାନ୍ତର ନଥିଲା। ପରିବାରକୁ ଗୁରୁତ୍ୱ ଦିଆଯାଉଥିଲା , ସ୍ୱାମୀ ସ୍ତ୍ରୀ ଭିତରେ କଳିଗୋଳ ନଥିଲା ।

Advertisment

କିନ୍ତୁ ବର୍ତ୍ତମାନ ସରକାର ମଦକୁ ଗୁରୁତ୍ୱ ଦେବା ଯୋଗୁଁ ବହୁ ଲୋକଙ୍କର ପରିବାର ଉଜୁଡ଼ି ଯାଉଛି । ଯାହା ନିୟନ୍ତ୍ରଣ ବାହାରକୁ ଚାଲିଆସିଲାଣି। ମଦ ପାଇଁ ଘରେ ଘରେ ଅଶାନ୍ତି। ଆମେ କ’ଣ ଚାହିଁଲେ ମଦ ବ୍ୟତୀତ ରାଜ୍ୱସ୍ୱ ଆଉ କେଉଁଠାରୁ ଆଦାୟ କରି ପାରିବାନି ? ଏହି ସମୟରେ ଏତେ ବଡ଼ କରୋନା ମହାମାରୀକୁ ନେଇ ଜନଜୀବନ ଓ ଲୋକଙ୍କ ଜୀବିକା ଉଜୁଡ଼ି ଯାଇଥିବା ବେଳେ ସରକାର ମଦ ବିକ୍ରି ପାଇଁ ଅନୁମତି ଦେବା କେତେ ଯଥାର୍ଥ? ସରକାର ପ୍ରଥମେ ମଦର ଅନଲାଇନ୍ ବିକ୍ରି‌ ବ୍ୟବସ୍ଥା ଆରମ୍ଭ କରିବା ପରେ ଏବେ ମଦ ଦୋକାନରେ ଅସମ୍ଭାଳ ଭିଡ଼। ଏହି ଭିଡ଼କୁ ଦେଖିଲେ ଆମ ସଭ୍ୟ ସମାଜ କେମିତି କଳୁଷିତ ହେଉଛି ତାହା ବାରି ହୋଇ ପଡ଼ୁଛି।

ଆମ ରାଜ୍ୟର ଆର୍ଥିକ ସ୍ଥିତି ଯାହା ସେଥିରେ ସ୍ୱଳ୍ପ ରୋଜଗାର କରୁଥିବା ଲୋକଟି ଯଦି ସେହି ପଇସାରେ ମଦ କିଣି ପିଏ, ତାହାଲେ ସେ ତା’ ପରିବାରକୁ କେମିତି ପୋଷିବ ? ତଥ୍ୟ ଅନୁସାରେ ଆମ ରାଜ୍ୟରେ ୮୨ ପ୍ରତିଶତ ଅପରାଧ ଅପରାଧୀ ନିଶାସକ୍ତ ଅବସ୍ଥାରେ ହିଁ କରିଥାଏ। ବିଭିନ୍ନ ଜେଲ ଚଢ଼ାଉ ବେଳେ ଏହି ତଥ୍ୟ ପଦାକୁ ଆସିଛି । ଯେଉଁଥିରୁ ଜଣାପଡୁଛି, ଆମ ରାଜ୍ୟରେ ନିଶା ପାଇଁ ଅପରାଧ ବଢ଼ିଚାଲିଛି ।

Advertisment

ସେହିପରି ଅନ୍ୟ ଏକ ତଥ୍ୟ ଅନୁସାରେ ୧୨ ବର୍ଷ ମଧ୍ୟରେ ପ୍ରାୟ ୩୨ ହଜାର ଲୋକ ନିଶା ପାଇଁ ମୃତ୍ୟୁମୁଖରେ ପଡିସାରିଛନ୍ତି । ବର୍ଷକୁ ୨୬୦୦ ରୁ ଅଧିକ ଓ ଦିନକୁ ୭ ଜଣରୁ ଅଧିକ ଲୋକଙ୍କର ମଦ ଯୋଗୁଁ ମୃତ୍ୟୁ ହେଉଛି। ମଦ ପାଇଁ ବହୁ ପରିବାର ମଧ୍ୟ ଭାଙ୍ଗି ଯାଉଛି। ତେଣୁ ମଦ ବିକ୍ରୀ ଆମ ସମାଜ ପାଇଁ କେତେ ଯଥାର୍ଥ, ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯଦି ଆମ ରାଜ୍ୟ ସରକାର ୧ ଟଙ୍କା ଚାଉଳ , କାଳିଆ ଯୋଜନା, ପ୍ରଭୃତି ବନ୍ଦ କରି ଚାଷକୁ ଗୁରୁତ୍ୱ ଦେବେ, ତା’ହାଲେ ମଦ ବିକ୍ରି କରି ରାଜସ୍ୱ ଆଦାୟ କରିବା ଆବଶ୍ୟକ ପଡ଼ିବନି। ଆମ ରାଜ୍ୟ ମଧ୍ୟ ଅନ୍ୟ ରାଜ୍ୟ ପରି ଉନ୍ନତ ରାଜ୍ୟରେ ପରିଣତ ହେବ । ଓଡ଼ିଶା ସରକାର ସରକାର ବର୍ଷକୁ ମାତ୍ର ୪୦୦୦ରୁ ୫୦୦୦ କୋଟି ଟଙ୍କା ମଦରୁ ରାଜସ୍ଵ ପାଇଥା’ନ୍ତି । ଯଦି ସରକାର ସଂଜୀବ ହୋତା କମିଶନଙ୍କ ରିପୋର୍ଟକୁ ଗ୍ରହଣ କରି ବାଲିଘାଟ , ପଥର ଖୋଦେଇ କାର୍ଯ୍ୟରୁ ଅଧିକ ତ୍ୱରାନ୍ୱିତ କରନ୍ତେ, ତେବେ ସରକାର ଏଥିରୁ ମଦଠାରୁ ଦୁଇଗୁଣା ଅଧିକ ରାଜସ୍ୱ ଆୟ ଏହି ବାଟରୁ ପାଇପାରନ୍ତେ।

ମଧୁଲିତା ପରିଡ଼ା
ଫୋନ୍‌ ନଂ- ୭୯୭୮୪୩୭୧୦୬

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe