Advertisment

ଓଡିଶା କ’ଣ ସତରେ ଗୁଟ୍‌ଖା ମୁକ୍ତ ?

ସରକାରଙ୍କ ନିୟମକୁ ଆମେ କେତେ ମାନୁଛେ ? ନିୟମ ଅନୁସାରେ କେହି ତମାଖୁ ଦ୍ରବ୍ୟ ଖାଇ ରାସ୍ତାରେ ଛେପ ପକାଇ ପାରିବେ ନାହିଁ। ଏପରି ନିୟମ ସତ୍ତ୍ୱେ ଆଜି ଖୋଦ୍ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଜଣେ ଭଦ୍ରଲୋକ ‘ଅଡି’ ଗାଡ଼ିରେ ଯାଉଥିବା ସମୟରେ କାର କାଚ ଖୋଲି ବାହାରକୁ ପାନ ପିକ ପକାଇଥିଲେ। ସରକାରଙ୍କ ନିୟମ ଅନୁସାରେ ରାସ୍ତାରେ ଛେପ ପକାଇଲେ ୨୦୦ ଟଙ୍କା ଜୋରିମାନା ଦେବାକୁ ପଡିବ। ସରକାର ବିଭିନ୍ନ ପ୍ରକାର ନିୟମ ପ୍ରଣୟନ […]

ଅଦ୍ୟତନ ହୋଇଛି
ଓଡିଶା କ’ଣ ସତରେ ଗୁଟ୍‌ଖା ମୁକ୍ତ ?

p111

Advertisment

ସରକାରଙ୍କ ନିୟମକୁ ଆମେ କେତେ ମାନୁଛେ ? ନିୟମ ଅନୁସାରେ କେହି ତମାଖୁ ଦ୍ରବ୍ୟ ଖାଇ ରାସ୍ତାରେ ଛେପ ପକାଇ ପାରିବେ ନାହିଁ। ଏପରି ନିୟମ ସତ୍ତ୍ୱେ ଆଜି ଖୋଦ୍ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଜଣେ ଭଦ୍ରଲୋକ 'ଅଡି' ଗାଡ଼ିରେ ଯାଉଥିବା ସମୟରେ କାର କାଚ ଖୋଲି ବାହାରକୁ ପାନ ପିକ ପକାଇଥିଲେ।

Advertisment

ସରକାରଙ୍କ ନିୟମ ଅନୁସାରେ ରାସ୍ତାରେ ଛେପ ପକାଇଲେ ୨୦୦ ଟଙ୍କା ଜୋରିମାନା ଦେବାକୁ ପଡିବ। ସରକାର ବିଭିନ୍ନ ପ୍ରକାର ନିୟମ ପ୍ରଣୟନ କରିଛନ୍ତି, କିନ୍ତୁ ଏହି ନିୟମକୁ ତଦାରଖ କରିବା ପାଇଁ କାହାକୁ ନିୟୋଜିତ କରିଛନ୍ତି ତାହା କେହି ଜାଣନ୍ତି ନାହିଁ। ସରକାର କେମିତି ଜାଣିବେ କିଏ କୋଉଠି ଛେପ ପକାଉଛି ? ଯଦି ନିୟମ କରୁଛନ୍ତି, ତା’ହାଲେ ନିୟମକୁ କଡାକଡ଼ି କାର୍ଯ୍ୟକାରୀ କରିବା ପାଇଁ କର୍ମଚାରୀ ନିୟୋଜିତ କରନ୍ତୁ। ନଚେତ୍‌ ବିଜେଡି ଯୁବଗୋଷ୍ଠୀଙ୍କୁ ଏଥିପାଇଁ ଦାୟିତ୍ଵ ଦିଅନ୍ତୁ ଏବଂ ପାନ ଦୋକାନ କରି ପରିବାରର ପେଟ ପୋଷୁଥିବା ଲୋକଟିକୁ ଅନ୍ୟ ବ୍ୟବସାୟ କରିବା ପାଇଁ ସହଯୋଗ କରନ୍ତୁ। ପାନ ଗୁଟଖା ସବୁକୁ ବ୍ୟାନ କରନ୍ତୁ।

କେବଳ ଓଡ଼ିଶା ନୁହେଁ, ବହୁ ରାଜ୍ୟରେ ଗୁଟଖା ବ୍ୟାନ ହୋଇଛି। ଆମ ରାଜ୍ୟ ୧୫ତମ ରାଜ୍ୟ ଯାହାକି ଗୁଟୁଖା ଶୂନ୍ୟ ରାଜ୍ୟରେ ପରିଣତ ହେବ। ପୁର୍ବରୁ କେରଳ, ବିହାର, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ହରିୟାଣା, ଛତିଶଗଡ଼, ଝାଡ଼ଖଣ୍ଡ, ମିଜୋରାମ, ଦିଲ୍ଲୀ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମଚଳପ୍ରଦେଶ, ଚଣ୍ଡୀଗଡ଼, ପଞ୍ଜାବ ଓ ଗୋଆ ପ୍ରଭୃତି ରାଜ୍ୟ ଗୁଟୁଖାଶୂନ୍ୟ ହୋଇସାରିଛି।
COTPA(Cigarettes and Other Tobacco Products Act)ର ନିର୍ଦ୍ଦେଶ କ୍ରମେ ୨୦୦୩ରେ ଗୁଟଖା ବ୍ୟାନ ଆଇନ କେବଳ କାଗଜକଲମରେ ହିଁ ହୋଇଛି। ୨୦୧୩ ମସିହାରେ ଆମ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କଲେ ଯେ ଆମ ରାଜ୍ୟ ଗୁଟୁଖାଶୂନ୍ୟ ରାଜ୍ୟରେ ପରିଣତ ହେବାକୁ ଯାଉଛି। ୨୦୧୩ ମସିହାରୁ ହିଁ ଓଡ଼ିଶାରେ ଗୁଟଖା ବିକ୍ରି, ଉତ୍ପାଦନ, ଚାଲାଣ ଓ ଷ୍ଟୋରଜେକୁ ବନ୍ଦ କରାଗଲା।

Advertisment

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଯଦି ଏହିସବୁ ରାଜ୍ୟରେ ଗୁଟ୍‌ଖା ଉତ୍ପାଦନ ବନ୍ଦ ହୋଇଛି, ତେବେ ଆମ ଦେଶରେ ମୁଖକର୍କଟ ରୋଗୀଙ୍କ ସଂଖ୍ୟା ୧୧ ପ୍ରତିଶତ କେମିତି ?

ଗୁଟଖା ବନ୍ଦ କେତେ ପାଳନ ହେଉଛି ତାହା ପାନ ଦୋକାନରେ ଝୁଲୁଥିବା ଗୁଟଖା ମାଳ ଓ ସରକାରୀ ଅଫିସର ସବୁ କୋଣଗୁଡିକୁ ଦେଖିଲେ ସ୍ପଷ୍ଟ ଅନୁମେୟ। ନିୟମ କେବଳ କାଗଜ ପତ୍ରରେ ହିଁ ରହିଯାଇଛି। କାରଣ ଗୁଟଖା ଖାଉଥିବା ଲୋକଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି। ଯଦି ଆମ ରାଜ୍ୟରେ ଗୁଟଖା ବ୍ୟାନ୍‌ ସତରେ ପାଳନ ହୋଇଥା’ନ୍ତା, ତେବେ ମୁଖକର୍କଟ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିଯାଆନ୍ତା।

ଏବେବି ପାନ ଦୋକାନୀ ଚୋରାରେ ଗୁଟଖା ବିକ୍ରୀ କରୁଛି। ନିୟମକୁ ଫୁ କରିଦିଆ ଯାଇଛି। ନିୟମକୁ କିପରି କାର୍ଯ୍ୟ କରାଯାଇପାରିବ, ତାହା ଉପରେ ସମସ୍ତେ ଧ୍ୟାନ ଦେବା ଦରକାର। ଫଳରେ ଆମ ରାଜ୍ୟ ତଥା ଦେଶ ଗୁଟଖା ମୁକ୍ତ ବଜାରରେ ପରିଣତ ପରିଣତ ହେବ ଏବଂ ରାସ୍ତାରେ କେହି ଛେପ ପକାଇବେ ନାହିଁ।

II ମଧୁଲିତା ପରିଡ଼ା II

ଫୋନ୍‌ ନଂ- ୭୯୭୮୪୩୭୧୦୬

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe