Advertisment

ଉଚ୍ଚେ ତରନ୍ତି, ନିଚ୍ଚେ ତରନ୍ତି, ମଝିମଝିଆ ବୁଡ଼ି ମରନ୍ତି

II ମଧୁଲିତା ପରିଡ଼ା II ସମାଜରେ ନିମ୍ନ ମଧ୍ୟବିତ୍ତ ଲୋକଟି ଜନ୍ମ ନେବା କ’ଣ ପାପ ? ବର୍ତ୍ତମାନ କରୋନାରେ ଏହା ପ୍ରମାଣିତ ହୋଇଛି। ନିମ୍ନ ମଧ୍ୟବିତ୍ତ ଲୋକଟି ପାଠପଢ଼ି ସରକାରୀ ଚାକିରି ପଛରେ ଗୋଡ଼ାଇ ଗୋଡ଼ାଇ ଶେଷରେ ବେସରକାରୀ ଚାକିରି ଖଣ୍ଡିଏ କରିଥାଏ। ତାହା ପୁଣି ସ୍ୱଳ୍ପ ଦରମାରେ। ସେହି ସ୍ୱଳ୍ପ ଦରମାରେ ତାକୁ ଘରଭଡା, ଘର ଚଳାଇବା, ଛୁଆକୁ ପାଠ ପଢ଼ାଇବା , ବାପା ମା’ଙ୍କର ମେଡିସିନ୍, ଇତ୍ୟାଦି କିଣିବାକୁ ପଡ଼େ। କିନ୍ତୁ ଗରିବ […]

ଉଚ୍ଚେ ତରନ୍ତି, ନିଚ୍ଚେ ତରନ୍ତି, ମଝିମଝିଆ ବୁଡ଼ି ମରନ୍ତି

m222

Advertisment

II ମଧୁଲିତା ପରିଡ଼ା II

ସମାଜରେ ନିମ୍ନ ମଧ୍ୟବିତ୍ତ ଲୋକଟି ଜନ୍ମ ନେବା କ'ଣ ପାପ ? ବର୍ତ୍ତମାନ କରୋନାରେ ଏହା ପ୍ରମାଣିତ ହୋଇଛି। ନିମ୍ନ ମଧ୍ୟବିତ୍ତ ଲୋକଟି ପାଠପଢ଼ି ସରକାରୀ ଚାକିରି ପଛରେ ଗୋଡ଼ାଇ ଗୋଡ଼ାଇ ଶେଷରେ ବେସରକାରୀ ଚାକିରି ଖଣ୍ଡିଏ କରିଥାଏ। ତାହା ପୁଣି ସ୍ୱଳ୍ପ ଦରମାରେ। ସେହି ସ୍ୱଳ୍ପ ଦରମାରେ ତାକୁ ଘରଭଡା, ଘର ଚଳାଇବା, ଛୁଆକୁ ପାଠ ପଢ଼ାଇବା , ବାପା ମା'ଙ୍କର ମେଡିସିନ୍, ଇତ୍ୟାଦି କିଣିବାକୁ ପଡ଼େ। କିନ୍ତୁ ଗରିବ ଶ୍ରେଣୀର ଲୋକଟି ସରକାରୀ ଜାଗାରେ ମାଗଣା ଘର କରିରହିବ, ସରକାରଙ୍କ ସବୁ ଯୋଜନା ପାଇବ, କରୋନା ସମୟରେ ଅଧିକ ରିଲିଫ ମଧ୍ୟ ପାଇବ। ଗରିବମାନେ ଆନନ୍ଦରେ ଘରେ ଥିବାବେଳେ, ନିମ୍ନ ମଧ୍ୟବିତ୍ତ ଲୋକଟି ଏହି କରୋନା ସମୟରେ ସୁଖ କ'ଣ ଜାଣିପାରୁନି।

Advertisment

ଏବେ ସବୁ ବେସରକାରୀ ଅଫିସରେ ଛଟେଇ ଏବଂ ଦରମା କାଟ। ଯଦି ୩୦ ପ୍ରତିଶତ କିମ୍ବା ୫୦ ପ୍ରତିଶତ ଦରମା ବେସରକାରୀ କମ୍ପାନୀରେ ମାଲିକମାନେ କାଟନ୍ତି ତା’ହାଲେ ସେମାନେ ତାଙ୍କ ପରିବାରକୁ କିପରି ଚଳାଇବେ ? ଯେଉଁମାନଙ୍କୁ ଛଟେଇ କରଯାଇଛି, ସେମାନେ ଏହି ମହାମାରୀରେ କିପରି ବଞ୍ଚିବେ ? ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କର କ'ଣ ଯୋଜନା ରହିଛି ? ସରକାର କେବେ ନିମ୍ନ ମଧ୍ୟବିତ୍ତଙ୍କ କଥା ଭାବିଛନ୍ତି ? ନା ଅଛି ସେମାନଙ୍କ ପାଇଁ ଯୋଜନା ନା ଅଛି ସହାୟତା। ଏହି ବର୍ଗର ଲୋକମାନେ ଅଜାଗା ଘା’, ନିଜେ ଦେଖି ପାରିବେନି କି କାହାକୁ ଦେଖାଇ ବି ପାରିବେନି।

ଜଣେ ମହିଳା ରାତି ୮ଟାରେ ଆସି କିଛି ମାସ୍କ ଧରି ଗେଟ ଠକ୍ ଠକ୍ କଲେ। ୨୦ ଟଙ୍କା ଥିଲା ଗୋଟେ ମାସ୍କର ରେଟ। ସେ ତାଙ୍କ କରୁଣ କଣ୍ଠରେ କହିଥିଲେ, ଆପଣ କିଛି ମାସ୍କ ରଖନ୍ତୁ। ସେ ଦେଖିବାକୁ ସୁନ୍ଦର, ଡ୍ରେସ ପରିପାଟି ମଧ୍ୟ ବେଶ ଭଲଥିଲା। କିନ୍ତୁ ଦୁଃଖର କଥା ତାଙ୍କ ସ୍ୱାମୀ ଓ ପୁଅ ବେସରକାରୀ ସଂସ୍ଥାରେ କାମ କରୁଥିଲେ। ବର୍ତ୍ତମାନ ସେମାନଙ୍କର ଚାକିରି ନାହିଁ ବୋଲି ସେ ମାସ୍କ ତିଆରି କରି ପରିବାର ପୋଷିବାକୁ ପଦାକୁ ଗୋଡ଼ କାଢ଼ିଛନ୍ତି।

Advertisment

ଏପରି ଅବସ୍ଥାରେ ରହୁଛନ୍ତି ଘରୋଇ ଅନୁଷ୍ଠାନରେ କାମ କରୁଥିବା ଲୋକେ। ଉଦାହରଣ କିଛି ସଂସ୍ଥାର ମିଡିଆ ହାଉସ, ଯେଉଁଥିରେ କି ସାମ୍ବାଦିକମାନେ ଅହରହ ଖବର ଅପଡେଟ ଆମକୁ ଦେଉଛନ୍ତି, ସେମାନଙ୍କୁ ମଧ୍ୟ କରୋନା ଯୋଦ୍ଧା କୁହାଯାଉଛି। ସେମାନଙ୍କର ପରିସ୍ଥିତି ଏବେ ଜଟିଳ। ଯେଉଁମାନେ ଶିକ୍ଷକତା କରୁଥିଲେ ଏବେ ଅନଲାଇନରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ସେମାନଙ୍କ କଥା କହିଲେ ନସରେ। ଯେଉଁମାନେ ଟିଉସନକୁ ବୃତ୍ତି କରିଥିଲେ ସେମାନଙ୍କର ଟିଉସନ ଏବେ ବନ୍ଦ। ଏମିତି କେତେ ଉଦାହରଣ ରହିଛି। ସେହିଭଳି ଛୋଟ ଛୋଟ ହୋଟେଲ କରିଥିବା ଲୋକଙ୍କର କାହାଣୀ ଆହୁରି ଦୁଃଖଦ। ତେଣୁ ପ୍ରଶ୍ନ ଉଠୁଛି, ଏମାନଙ୍କ ପାଇଁ ସରକାର କ’ଣ କରିଛନ୍ତି ?

କରୋନା ସମୟରେ ଘରଭଡ଼ା ନନେବା ପାଇଁ ସରକାର ଘରମାଲିକଙ୍କୁ ନିବେଦନ କରିଥିଲେ। ସରକାରଙ୍କର ଏହି ନିବେଦନକୁ ମାତ୍ର ୫ ପ୍ରତିଶତ ଘରମାଲିକ କାର୍ଯ୍ୟରେ ଲଗାଇଥିଲେ ବାକି ୯୫ ପ୍ରତିଶତ ମାନିନଥିଲେ। ତେଣୁ ଏଠି ଭଡ଼ାରେ ରହୁଥିବା ଲୋକମାନେ ଦରମା କମ ପାଇଲେ କି ନପାଇଲେ କାହାର କିଛି କରିବାର ନାହିଁ। ନିମ୍ନ ମଧ୍ୟବିତ୍ତ ଲୋକଟି ନିରୂପାୟ ହୋଇଥାଏ ।

କରୋନା ପାଇଁ ସରକାର ଘୋଷଣା କରିଥିବା ପ୍ୟାକେଜ୍ କେବଳ ନିମ୍ନ ବର୍ଗଶ୍ରେଣୀରେ ରହୁଥିବା ଲୋକଙ୍କ ପାଇଁ ଓ ମଧ୍ୟବିତ୍ତଙ୍କ କଥା କିଏ କେବେ ପଚାରିନାହାନ୍ତି। ଏଠି ସମସ୍ତେ ଲୋକ ନିଜର ଅସୁବିଧାକୁ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିସାରିଥିବା ବେଳେ ପ୍ରକୃତରେ ଯିଏ ଅସୁବିଧାରେ ଅଛି ତାର ପରିଚୟ କିଛି ନାହିଁ । ଯେମିତିକି ବସ ମାଲିକ ସଙ୍ଘ , ଯାତ୍ରା କଳାକାର , ଓକିଲ ସଙ୍ଘ ଇତ୍ୟାଦି ଇତ୍ୟାଦି।

ଏବେ ନିକଟରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀର କଳ କାରଖାନକୁ ଚଳାଇବା ପାଇଁ ୨୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ୟାକେଜ ଘୋଷଣା କଲେ। କିନ୍ତୁ ଏଥିରେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ସେମିତି କିଛି ବ୍ୟବସ୍ଥା ନାହିଁ। ସେଥିପାଇଁ ରୋଜଗାର ନଥିବା ଓ କମ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ପୁରା ରୋଜଗାର ମିଳିବା ପର୍ଯ୍ୟନ୍ତ ମାସିକ ୭୦୦୦ ଟଙ୍କା ଦେବା ପାଇଁ ସରକାରଙ୍କୁ ଦାବି କରାଯାଉଛି। ନଚେତ ଏହି ବର୍ଗର ବ୍ୟକ୍ତିଙ୍କୁ ବିନା ସୁଧରେ କିଛି ଟଙ୍କା ରଣ ଦେଇ ଆର୍ଥିକ ସହାୟତା କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଯାହାଦ୍ଵାରା ଲୋକଙ୍କର କ୍ରୟ ଶକ୍ତି ବୃଦ୍ଧିପାଇବ ଓ ବଜାର ଚଳଚଞ୍ଚଳ ହୋଇ ଉଠିବ।

ଉଚ୍ଚେ ତରନ୍ତି, ନିଚ୍ଚେ ତରନ୍ତି; ମଝି ମଝିକିଆ ବୁଡି ମରନ୍ତି।- ପିଲା ବେଳେ ବୁଢୀ ମା’ଠାରୁ ଏକଥା ଗପରେ ଶୁଣିଥିଲି। ହେଲେ ଏବେ ସେ କଥାର ତାତ୍ପର୍ଯ୍ୟକୁ ବୁଝୁଛି। ଏକ ନିମ୍ନ ମଧ୍ୟବିତ୍ତ ପରିବାରର ସଦସ୍ୟ ଥିଲା ବୁଢୀ ମା’। କେତେ ବନ୍ୟା ବାତ୍ୟା ଦେଖିଛି। ସେଦିନର କଥା ମନେ ପଡ଼ିଲେ ଲାଗେ – ବୁଢୀମା’ ଗପ ନୁହେଁ, ଅଙ୍ଗେନିଭା କଥା କହିଥିବ।

ଫୋନ୍‌ ନଂ - ୭୯୭୮୪୩୭୧୦୬

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe