ମେଣ୍ଟ-ରାଜନୀତି ସୁବିଧାବାଦର ମହାରଣ୍ୟ

ନୀଳଶୈଳ ଉପନ୍ୟାସରେ ସୁରେନ୍ଦ୍ର ମହାନ୍ତି ଲେଖିଥିଲେ, "ରାଜନୀତି ବଡ଼ ବିଚିତ୍ର! ବେଶ୍ୟାର ପ୍ରଣୟ ଅଥବା ଜହ୍ନର ଛାଇରେ ବରଂ କେତେକ ସ୍ଥିରତା ଥାଇପାରେ; ମାତ୍ର କ୍ଷମତା ରାଜନୀତିରେ ବନ୍ଧୁତ୍ୱ ଓ ବୈରୀତ୍ୱ ଚଲାମେଘ ପରି ଅସ୍ଥିର। ଏଇ ମୁହୂର୍ତ୍ତର ଶତ୍ରୁ ପର ମୁହୂର୍ତ୍ତରେ ପରମ ସୁହୃଦ ଓ ବାନ୍ଧବ। xxxx ରାଜନୀତି ସୁବିଧାବାଦର ଏକ ମହାରଣ୍ୟ - ଆତ୍ମରକ୍ଷା ଓ ଆତ୍ମସ୍ୱାର୍ଥ ହେଲା ସେଠାରେ ଏକମାତ୍ର ଧର୍ମ।" ଆମେ ଏଥିରେ ଗୋଟିଏ ମାତ୍ର ଶବ୍ଦ 'ମେଣ୍ଟ' ଯୋଡ଼ିବାର ଧୃଷ୍ଟତା କରିବୁ ଯେ ମେଣ୍ଟ-ରାଜନୀତି ସୁବିଧାବାଦର ଏକ ମହାରଣ୍ୟ - ଆତ୍ମରକ୍ଷା ଓ ଆତ୍ମସ୍ୱାର୍ଥ ହେଲା ସେଠାରେ ଏକମାତ୍ର ଧର୍ମ।

Election Symbol Of BJD And BJP

Election Symbol Of BJD And BJP

Debendra Prusty
  • Published: Monday, 11 March 2024
  • Updated: 29 March 2024, 04:05 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ବିଜେଡି-ବିଜେପି ଭିତରେ ମେଣ୍ଟ ହେବ କି? ଦୁଇ ଦଳ ମଧ୍ୟରେ ଯଦିବି ମେଣ୍ଟ ହୁଏ, ତାହାକୁ ନୂଆ ମେଣ୍ଟ କହି ହେବନାହିଁ। ୧୯୯୭ ଡିସେମ୍ବର ୨୬ ତାରିଖରେ ଗଠିତ ହୋଇଥିଲା ବିଜେଡି। ଆଉ ସେବେଠୁ ବିଜେଡି ସହ ଠିଆ ହୋଇଆସିଛି ବିଜେପି। ୧୯୯୮ରୁ ୨୦୦୯ ଯାଏଁ ଦୁଇ ଦଳ ଏକାଠି ମିଳିମିଶି ଓଡ଼ିଶାକୁ ଶାସନ କରିଥିଲେ, କ୍ଷମତାର ମହୁ ଚାଖିଥିଲେ। ୪:୩ ଅନୁପାତରେ ଆସନ ବୁଝାମଣା କରି ଉଭୟ ବିଜେଡି ଓ ବିଜେପି କେନ୍ଦ୍ର ତଥା ରାଜ୍ୟରେ କ୍ଷମତା ଉପଭୋଗ କରିଥିଲେ। ୧୯୯୭ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପରଲୋକ ହୋଇଥିଲା। ତାଙ୍କ ଶିଷ୍ୟମାନେ ରାଜନୀତିଠାରୁ ଅପହଞ୍ଚ ଦୂରତାରେ ଥିବା ବିଜୁପୁତ୍ର ନବୀନ ପଟ୍ଟନାୟକଙ୍କୁ ଆଣି ଶାଳଗ୍ରାମ ରୂପେ ସ୍ଥାପନା କଲେ ଅଣକଂଗ୍ରେସ ରାଜନୀତିର ଖଟୁଲୀରେ। ଏହି ସୁଯୋଗରେ ବିଜେପି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନବୀନଙ୍କୁ ସମର୍ଥନର ହାତ ବଢ଼ାଇଥିଲା। ଗଢ଼ା ହେଲା ବିଜୁ ଜନତା ଦଳ।

୧୯୯୮ରେ ବାଜପେୟୀ ସରକାରରେ ଥିବାବେଳେ ବିଜେଡି-ବିଜେପି ମଧ୍ୟରେ ପ୍ରଥମେ ମେଣ୍ଟ ହୋଇଥିଲା। ସେହିବର୍ଷ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନଡିଏ)ରେ ସାମିଲ ହୋଇଥିଲା ବିଜେଡି। ଲୋକସଭା ନିର୍ବାଚନରେ ଆସ୍କା ସଂସଦୀୟ କ୍ଷେତ୍ରରୁ ନବୀନ ପଟ୍ଟନାୟକଙ୍କୁ ମିଶାଇ ବିଜେଡି ୯ ଓ ବିଜେପି ୭ଟି ଆସନରେ ବିଜୟୀ ହୋଇଥିଲେ। ବାଜପେୟୀ ସରକାର ଭାଙ୍ଗିଯିବାରୁ ୧୯୯୯ରେ ପୁନର୍ବାର ଲୋକସଭା ପାଇଁ ନିର୍ବାଚନ ହୋଇଥିଲା, ଯେଉଁଥିରେ ବିଜେଡି ୧୦ ଓ ବିଜେପି ୯ ଆସନ ଜିତିଥିଲେ। ଅଥଚ, ୨୦୦୯ ମସିହାରେ, ବିଜେପିକୁ ସାମ୍ପ୍ରଦାୟିକ ଦଳ ଭାବେ ଚିତ୍ରଣ କରି ଏନଡିଏ ମେଣ୍ଟରୁ ଓହରି ଯାଇଥିଲା ବିଜେଡି। ସେବେଠୁ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଓଡ଼ିଶାକୁ ଶାସନ କରି ଆସିଛି ଏହି ଆଞ୍ଚଳିକ ଦଳ। ୨୦୦୯ ପରଠାରୁ ଦୀର୍ଘ ୧୫ ବର୍ଷ କାଳ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ କଥା କହୁଥିବା ବିଜେଡି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁଣିଥରେ ଭାଜପା ସହିତ ମେଣ୍ଟ କରିବାକୁ ଅଧୀର ହୋଇ ଉଠିଛି। ରାଜନୀତିରେ ହିଁ ଏଭଳି ଦେଖିବାକୁ ମିଳେ।

୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶରେ ସଂସଦରେ ଜରୁରୀକାଳୀନ ପରିସ୍ଥିତି ଜାରି କରିବାକୁ ପ୍ରସ୍ତାବ ଆଣିଥିବା ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ବାବୁ ଜଗଜ୍ଜୀବନ ରାମ ୧୯୭୭ରେ ଜରୁରୀକାଳୀନ ପରିସ୍ଥିତି ଉଠିବା ପରେ ପରେ ହଠାତ କଂଗ୍ରେସ ଛାଡ଼ି ଦେଇଥିଲେ। ସେ ଥିଲେ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ। ଇନ୍ଦିରାଙ୍କ ସାନ ପୁଅ ସଂଜୟ ଗାନ୍ଧୀଙ୍କ ଅଯଥା ହସ୍ତକ୍ଷେପରେ ବିରକ୍ତ ହୋଇ ସେ ଏଭଳି ନିଷ୍ପତ୍ତି ନେଇଥିଲେ। ଠିକ ତା ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ନନ୍ଦିନୀ ଶତପଥୀ ମଧ୍ୟ ସଂଜୟଙ୍କ ପାଇଁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପଦ ହରାଇଥିବାରୁ ଅସନ୍ତୁଷ୍ଟ ଥିଲେ। କଂଗ୍ରେସ ଛାଡ଼ି ଜଗଜ୍ଜୀବନ ରାମ କଂଗ୍ରେସ ଫର ଡେମୋକ୍ରାସି ନାଁରେ ନୂଆ ଦଳ ଗଢ଼ିବାରୁ ଏହି ଦଳରେ ନନ୍ଦିନୀ ଶତପଥୀଙ୍କ ଭଳି ଅନେକ ନେତା ଯୋଗଦେଇଥିଲେ। ପରେ ଏହି ଦଳ ଜନତା ପାର୍ଟି ସହ ମେଣ୍ଟ କରିଥିଲା। ତେବେ, ଜରୁରୀକାଳୀନ ପରିସ୍ଥିତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ନନ୍ଦିନୀ ଜେଲ ପଠାଇ ହଇରାଣ କରିଥିବରୁ ନନ୍ଦିନୀଙ୍କୁ ଢେଙ୍କାନାଳ ବିଧାନସଭା ପାଇଁ ଟିକେଟ ଦେବା ପ୍ରସ୍ତାବକୁ ଚୌଧୁରୀ ଦମ୍ପତି ତୀବ୍ର ବିରୋଧ କରିଥିଲେ। କିନ୍ତୁ ମେଣ୍ଟଧର୍ମ ପାଳନ କରିବାର ବାଧ୍ୟବାଧକତା କାରଣରୁ ବିଜୁବାବୁ ହୋଇଯାଇଥିଲେ ନିରୁପାୟ। ରାଜନୀତିକୁ ଘୃଣା କରୁଥିବା ୭୩ ବର୍ଷୀୟା ମାଳତୀ ଦେବୀ ଜୀବନରେ ପ୍ରଥମ ଥର ପାଇଁ ୧୯୭୭ରେ ଢେଙ୍କାନାଳ ବିଧାନସଭା କ୍ଷେତ୍ର ପାଇଁ ୪୬ ବର୍ଷୀୟା ଜନତା ଦଳର ପ୍ରାର୍ଥୀ ନନ୍ଦିନୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଲେ। ମାଳତୀ ଚୌଧୁରୀ ନନ୍ଦିନୀଙ୍କଠାରୁ ଥିଲେ ୨୭ ବର୍ଷ ବଡ଼। ସେ ଶୋଚନୀୟ ଭାବେ ପରାସ୍ତ ହେଲେ। ନନ୍ଦିନୀ ଶତପଥୀଙ୍କୁ ୩୧,୮୨୯ ଭୋଟ ମିଳିଥିବାବେଳେ ମାଳତୀ ଚୌଧୁରୀଙ୍କୁ ମିଳିଥିଲାମାତ୍ର ୪,୦୬୩ ଖଣୋଡ ଭୋଟ। ମେଣ୍ଟ ରାଜନୀତିରେ ନୀତି, ନୈତିକତା ଓ ରସାୟନିକ ଗୁଣ ଅପେକ୍ଷା ଗଣିତର ଭାଉ ଅଧିକ।

ଓଡ଼ିଶା ରାଜନୀତିର ଇତିହାସ ଉପରେ ଆସନ୍ତୁ ନଜର ପକାଇବା। ବ୍ରିଟିଶ ଶାସନ କାଳରେ ଓଡ଼ିଶା ଥିଲା ବେଙ୍ଗଲ ପ୍ରେସିଡେନ୍ସିର ଏକ ଅଂଶ। ୧୯୩୬ ମସିହାରେ, ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଓଡ଼ିଶା ପ୍ରଦେଶ ସୃଷ୍ଟି ହୋଇଥିଲା। ପରାଧୀନ ଭାରତରେ ୧୯୩୭ ମସିହାରେ ନବଗଠିତ ଓଡ଼ିଶାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ଦଳ ସର୍ବାଧିକ ଆସନ ଜିତିଥିଲେ ବି ସରକାର ଗଠନ କରିବାକୁ ମନା କରିଦେବାରୁ ପାରଳାଖେମୁଣ୍ଡିର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପ୍ରଧାନମନ୍ତ୍ରୀତ୍ୱରେ ସଂଖ୍ୟାଲଘୁ ଅସ୍ଥାୟୀ ସରକାର ଗଠନ କରାଯାଇଥିଲା। ଜୁଲାଇ ୧୯୩୭ରେ କଂଗ୍ରେସ ସରକାର ଗଠନ କରିବାକୁ ସ୍ଥିର କଲା ଏବଂ ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ ସରକାର ଗଢ଼ାଗଲେ ବି ୧୯୩୯ ମସିହାରେ ବ୍ରିଟିଶ ସରକାରଙ୍କ ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣାକୁ ବିରୋଧକରି ସେ ଇସ୍ତଫା ଦେଇଦେଲେ। ୧୯୪୧ ପର୍ଯ୍ୟନ୍ତ ଓଡ଼ିଶାରେ ରାଜ୍ୟପାଳ ଶାସନ ଜାରିହେଲା। ପୁନର୍ବାର ଗଜପତି ପ୍ରଧାନମନ୍ତ୍ରୀ ହେଲା ପରେ ୧୯୪୬ ମସିହାରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ସହ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ସରକାର ଗଠନ କରାଯାଇଥିଲା।

ସ୍ୱାଧୀନତା ମିଳିବା ପରେ ପ୍ରଧାନମନ୍ତ୍ରୀ ପଦକୁ ମୁଖ୍ୟମନ୍ତ୍ରୀ କୁହାଗଲା। ଏଣୁ ହରେକୃଷ୍ଣ ମହତାବ ଓଡିଶାର ଶେଷ ପ୍ରଧାନମନ୍ତ୍ରୀ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ। ଗଡ଼ଜାତ ମିଶ୍ରଣ ପରେ, ୧୯୫୧-୫୨ ମସିହାରେ ଭାରତର ନୂତନ ସମ୍ବିଧାନ ଅନୁଯାୟୀ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ବହୁ ଆସନ ଜିତିଥିଲେ ବି ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଏକ ମିଳିତ ସରକାର ଗଠନ କରିଥିଲେ। ଦେଶ ସ୍ୱାଧୀନ ହେବା ପରଠାରୁ ଓଡ଼ିଶାରେ ମିଳିତ ସରକାର ଗଠିତ ହୋଇ ଚାଲିଥିଲା। ଏଣୁ ମେଣ୍ଟ / ଗଠବନ୍ଧନ / ମିଳିତ ସରକାର ଓଡ଼ିଶାର ଭାଗ୍ୟରେ ମୂଳରୁ ରହି ଆସିଛି।

ଓଡ଼ିଶାରେ ଅତୀତରେ ଅନେକ ଅଣକଂଗ୍ରେସ ଆଞ୍ଚଳିକ ଓ ରାଷ୍ଟ୍ରୀୟ ଦଳ ନିଜର ପତିଆରା ପ୍ରଦର୍ଶନ କରିବାକୁ ପ୍ରୟାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଗଣତନ୍ତ୍ର ପରିଷଦ ଅନ୍ୟତମ; ଯାହା ୧୯୫୯ରେ ଗଠିତ ମେଣ୍ଟ ସରକାରର ଅଂଶୀଦାର ଥିଲା ଓ ୧୯୬୨ରେ ସ୍ୱତନ୍ତ୍ର ଦଳରେ ବିଲୀନ ହୋଇଯାଇଥିଲା। ହରେକୃଷ୍ଣ ମହତାବଙ୍କ ଓଡିଶା ଜନ କଂଗ୍ରେସ ଅନ୍ୟତମ ଦଳ, ଯାହାକି ୧୯୬୭ ନିର୍ବାଚନ ପରେ ସ୍ୱତନ୍ତ୍ର ପାର୍ଟି ସହ ମେଣ୍ଟ କରି ୧୯୬୯ ଯାଏଁ ସରକାର ଗଢ଼ିଥିଲା ଓ ୧୯୭୭ରେ ଜନତା ପାର୍ଟିରେ ବିଲୀନ ହୋଇଯାଇଥିଲା। କଂଗ୍ରେସ ଛାଡ଼ି ବିଜୁ ପଟ୍ଟନାୟକ ୧୯୬୯ରେ ଗଢ଼ିଥିଲେ ଉତ୍କଳ କଂଗ୍ରେସ। ଏହି ଦଳ ୧୯୭୧ ମସିହାରେ ବିଶ୍ଵନାଥ ଦାସଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଗଠିତ ସ୍ୱତନ୍ତ୍ର-ଉତ୍କଳ କଂଗ୍ରେସ ମେଣ୍ଟ ସରକାରରେ ଭାଗ ନେଇଥିଲା ଓ ୧୯୭୪ରେ ଭାରତୀୟ ଲୋକ ଦଳରେ ବିଲୀନ ହୋଇଥିଲା। ୨୦୦୦ ମସିହା ଶେଷ ଭାଗରେ ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ବିଜୟ ମହାପାତ୍ରଙ୍କ ବିଦ୍ରୋହୀ-ନେତୃତ୍ୱରେ ଗଠିତ ଓଡ଼ିଶା ଗଣ ପରିଷଦ, ଆମ ଓଡ଼ିଶା, ଉତ୍କଳ ଭାରତ ଇତ୍ୟାଦିଙ୍କ ନାମ ନିଆଯାଇପାରେ, ଯେଉଁମାନେ ଉଲ୍ କା ଭଳି ଆସିଛନ୍ତି ଓ ପରେ ନିଷ୍କ୍ରିୟ ହୋଇଯାଇଛନ୍ତି। ସେହିପରି, ଜନତା ପାର୍ଟି ଓ ଜନତା ଦଳ ବ୍ୟତୀତ, ପ୍ରଜା ସୋସାଲିଷ୍ଟ ପାର୍ଟି, ସୋସାଲିଷ୍ଟ ପାର୍ଟି, କମ୍ୟୁନିଷ୍ଟ ପାର୍ଟି ଇତ୍ୟାଦି ରାଷ୍ଟ୍ରୀୟ ଦଳମାନଙ୍କର ଓଡ଼ିଶା ଶାଖା ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିଆସିଥିଲେ ବି ମେଣ୍ଟ ସରକାର ଗଠନ କରିପାରି ନାହାନ୍ତି।

ଓଡ଼ିଶା ରାଜନୀତିରେ ଅନିଶ୍ଚିନ୍ତତା ଓ ଅସ୍ଥିରତାର ସରକାର ଧାରାରେ ଜାନକୀ ବଲ୍ଲଭ ପଟ୍ଟନାୟକ ଟାଣିଥିଲେ ପୂର୍ଣ୍ଣଛେଦ। ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିଜୁ ପାଟନାୟକଙ୍କ ଓ ନୀଳମଣି ରାଉତରାୟଙ୍କ ଭଳି ନେତା ପୂର୍ବରୁ ସ୍ଥିର ସରକାର ଦେବାକୁ ବିଫଳ ହୋଇଥିଲେ ବି ଜାନକୀ ବଲ୍ଲଭ କିନ୍ତୁ ୧୯୮୦ରୁ ୧୯୯୦ ଦୁଇ ପାଳି ଓ ୧୯୯୫ରୁ ୧୯୯୯ ଯାଏଁ ନିରବଛିନ୍ନ ଭାବେ ମୁଖ୍ୟମନ୍ତ୍ରୀ ରହି ରାଜ୍ୟକୁ ସ୍ଥିର ସରକାର ଦେଇଥିଲେ।

ଏକାଧିକ ରାଜନୈତିକ ଦଳ ମଧ୍ୟରେ ମେଣ୍ଟ ସମ୍ଭବ ହୁଏ ଯେତେବେଳେ ସେମାନେ ପାରସ୍ପରିକ ସହଯୋଗ ପାଇଁ ସହମତି ପ୍ରକାଶ କରନ୍ତି। ଏମାନେ ସାଧାରଣତଃ ନିର୍ଦ୍ଦିଷ୍ଟ କାଳ ପାଇଁ, ପାରସ୍ପରିକ ଲକ୍ଷ୍ୟ ହାସଲ କରିବାକୁ ମେଣ୍ଟ କରନ୍ତି। ନିର୍ବାଚନରେ ସମ୍ମିଳିତ ଭାବେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବା ହିଁ ମେଣ୍ଟର ମୂଳ ଲକ୍ଷ୍ୟ। ଅନେକ ସମୟରେ ଗୋଟିଏ ମନୋମୁଖୀ ତଥା ସମ୍ବିଧାନ ବିରୋଧୀ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ସମସ୍ତ ବିରୋଧୀ ଦଳୀୟ ସ୍ୱାର୍ଥକୁ ଭୁଲି ଦେଶର ସ୍ୱାର୍ଥ ରକ୍ଷା କରିବାକୁ ଚାହିଁବା ଆବଶ୍ୟକ ହୁଏ। ସେଥିପାଇଁ ରାଜନୈତିକ ଦଳମାନେ ମିଳିତ ମଞ୍ଚ ଗଠନ କରନ୍ତି। ଗୋଟିଏ ଦଳର ସଂଖ୍ୟାଗରିଷ୍ଠତା ନଥିଲେ, ଦୁଇ କିମ୍ବା ଅଧିକ ଦଳ ଏକତ୍ର ହୋଇ ମେଣ୍ଟ ଗଠନ କରି ସରକାର ମଧ୍ୟ ଗଢ଼ିଥାଆନ୍ତି। ଭାରତରେ ବହୁଦଳୀୟ ବ୍ୟବସ୍ଥା ହେତୁ ଏପରି ମେଣ୍ଟ ସମୟ ସମୟରେ ଆବଶ୍ୟକ ହୋଇଥାଏ। ଅନେକ ସମୟରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆବଶ୍ୟକ ଥିବା ସହଯୋଗ ଭିତ୍ତିକ ସଂଘୀୟ ବ୍ୟବସ୍ଥା ରାଜନୈତିକ କାରଣରୁ ବିଗିଡ଼ି ଯାଇଥାଏ। ସେଥିପାଇଁ ଡବଲ ଇଞ୍ଜିନ ସରକାର କଥା ଶୁଣିବାକୁ ମିଳେ। କେନ୍ଦ୍ର ସରକାର ଚାହାନ୍ତି ଯେ ରାଜ୍ୟ ମାନଙ୍କରେ ତାଙ୍କରି ଦଳ କିମ୍ବା ତାଙ୍କ ସହଯୋଗୀ ଘଟକ ଦଳର ସରକାର ରହୁ। ରାଜ୍ୟର ଆଞ୍ଚଳିକ ଦଳମାନେ ଚାହାନ୍ତି ଯେ, ରାଜ୍ୟର ସ୍ୱାର୍ଥ ରକ୍ଷା ହେଉ। ଏହି ଆଧାରରେ ମେଣ୍ଟ ତିଆରି ହୁଏ କିମ୍ବା ଭାଙ୍ଗିଯାଏ। ସଠିକ ସମନ୍ୱୟ ଓ ବୁଝାମଣା ହିଁ ମେଣ୍ଟଧର୍ମ।

କେନ୍ଦ୍ର ଶାସନରେ ଥିବା ସରକାରୀ ଦଳ ଚାହେଁ ଯେ, ଦେଶରେ ଅନେକ ଅପ୍ରାସଙ୍ଗିକ ଓ ପୁରୁଣା ଆଇନ ବଦଳରେ ନୂଆ ଆଇନ, ଆବଶ୍ୟକ ହେଲେ ସମ୍ବିଧାନ ସଂଶୋଧନ କରିବା ପାଇଁ ସଂସଦର ଉଭୟ ଗୃହରେ କେବଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ମିଳିଲେ ଚଳିବନି, ବରଂ ଦୁଇ ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ଆବଶ୍ୟକ। ଜନପ୍ରିୟତା ହାସଲ କରିଥିବା ରାଜନୈତିକ ଦଳମାନେ ଅନେକ ସମୟରେ ଆଶା କରନ୍ତି ଯେ, ଏକାଭଳି ନୀତି ଓ ଆଦର୍ଶରେ ବିଶ୍ୱାସ କରୁଥିବା ଦଳମାନେ ଏକତ୍ର ହୋଇ ଗୋଟିଏ ଛାତ ତଳେ ରହିବା ଆବଶ୍ୟକ। ଏପରି ସହାବସ୍ଥାନ ଗୋପନ ଭାବେ ନକରି ପ୍ରକାଶ୍ୟରେ ମେଣ୍ଟ ଗଠନ ମାଧ୍ୟମରେ କରିପାରିବା ହିଁ ଏକମାତ୍ର ଉପାୟ। ଯେତେବେଳେ, ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜ ଦଳର ସତ୍ତାକୁ ଜୀବନ୍ତ ରଖି ଏକତ୍ର ହୁଅନ୍ତି ଓ ମିଳିତ କାର୍ଯ୍ୟସୂଚୀକାର୍ଯ୍ୟକାରୀ କରିବାକୁ ଆଗ୍ରହ ପ୍ରକାଶ କରନ୍ତି, ତାହା ହିଁ ଗଠବନ୍ଧନ ବା ମେଣ୍ଟ-ରାଜନୀତିକୁ ବଳ ଦିଏ।

ଆମ ଓଡ଼ିଶାରେ ଯେ କେବଳ ମେଣ୍ଟ ସରକାର ଓ ଆଞ୍ଚଳିକ ଦଳର ସରକାର ହୋଇଥିଲା କିମ୍ବା ଅଛି ଓ ହେବାକୁ ଯାଉଛି ତାହା ନୁହେଁ; ବରଂ ସବୁ ରାଜ୍ୟରେ ଏକାଭଳି ଅବସ୍ଥା। କୁହାଯାଏ ଯେ ଗୋଟିଏ ରାଜ୍ୟ ବା ଦେଶର ଅର୍ଥନୈତିକ ବିକାଶ ପାଇଁ ରାଜନୈତିକ ସ୍ଥିରତା ଅତ୍ୟାବଶ୍ୟକ। ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ବିନା କୌଣସି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା କଷ୍ଟକର। ପ୍ରଶାସନିକ ଅଧିକାରୀମାନଙ୍କୁ ବ୍ୟବହାର କରି ପ୍ରଜାଙ୍କୁ ସୁଶାସନ, ରାଜ୍ୟରେ ଉନ୍ନୟନ ତଥା ବିକାଶ ଆଣିବାକୁ ଗୋଟିଏ ଦଳ କିମ୍ବା ମେଣ୍ଟର ଦୃଢ଼ ସରକାର ସମର୍ଥ। ଜାତୀୟ ରାଜନୈତିକ ଦଳମାନଙ୍କର ରାଜ୍ୟବାସୀଙ୍କ ଆବଶ୍ୟକତାକୁ ଅଣଦେଖା କରିବାର ପରିଣାମ ରୂପେ, ଆଞ୍ଚଳିକ ଦଳମାନଙ୍କର ସୃଷ୍ଟି ଓ ବିକାଶ। ଦେଖାଯାଉଛି ଯେ କ୍ରମଶଃ ସବୁ ଦଳର ବିଧାୟକ ଓ ସାଂସଦମାନେପାର୍ଟି ନୁହେଁ, ମାଟିକୁ ପ୍ରାଧାନ୍ୟ ଦେବାକୁ ଆରମ୍ଭ କଲେଣି ଓ ରାଷ୍ଟ୍ରୀୟ ଦଳମାନେ ମଧ୍ୟ ସବକା ବିକାଶ ଉପରେ ଗୁରୁତ୍ୱ ଦେବାକୁ ବାଧ୍ୟ ହେଲେଣି। ଏଣୁ ଦେଶରେ ବହୁ ଦଳୀୟ ମେଣ୍ଟ ବଦଳରେ ଅଳ୍ପ କେତୋଟି ଜାତୀୟ ଦଳ ତିଷ୍ଠି ରହିବା ସମ୍ଭବ।

ମେଣ୍ଟ ରାଜନୀତି ମଧ୍ୟ କିଛି ଆଶାୟୀ ରାଜନେତାଙ୍କ ହୃଦୟ ଭାଙ୍ଗିଦିଏ। ଓଡ଼ିଶାରେ ବହୁ ଆଶାୟୀ ବିଜେପି ନେତାଙ୍କ ହୃଦୟ ଭାଙ୍ଗି ଯାଉଥିବାର ଆମକୁ ଦେଖିବାକୁ ମିଳୁଛି। ଗତକାଲି ରାତିରେ ବିଜେପି ରାଜ୍ୟ ସଭାପତି ମେଣ୍ଟ ବିଷୟରେ ତାଙ୍କ ଦଳ ଆଲୋଚନା କରିନଥିବାର ପ୍ରକାଶ କରିଛନ୍ତି। ଅଥଚ ଦୁଇ ଦଳ ମଧ୍ୟରେ ମାନସ ମନ୍ଥନ ତୀବ୍ର; ଆଲୋଚନା, ପର୍ଯ୍ୟାଲୋଚନା, ତଥ୍ୟସମ୍ବଳିତ ଦଲିଲ ଉପସ୍ଥାପନ କରି ଅଧିକ ଆସନ ଦାବି ବିଷୟରେ ଚର୍ଚ୍ଚା କାହିଁରୁ କଣ! ବିଜେଡିର କହିବା କଥା ଯେ ଦଳର ମୁଖ୍ୟଙ୍କ ନିଷ୍ପତ୍ତି ହିଁ ଶ୍ରେଷ୍ଠ ଓ ଶେଷ ନିର୍ଣ୍ଣୟ। ରାଜନୀତିରେ ହୃଦୟ ଭାଙ୍ଗିବା ଏତେ ନିତିଦିନିଆ ଘଟଣା ଯେ ପ୍ରେମ ଜଗତ ବି ତା ଆଗରେ ଫିକା ପଡ଼ିଯିବ। ଅତୀତର ପ୍ରତାରଣା କିମ୍ବା ପ୍ରତିଶୃତିକୁ ଭୁଲିଯିବା, ପୁରୁଣା ବନ୍ଧୁତାକୁ ଆଦରିନେବା, ପୁରୁଣା ଛାଡ଼ି ନୂଆର ହାତ ଧରିବା, ନିଜ ହାତରେ ଗଢ଼ିଥିବା ସାମ୍ରାଜ୍ୟ ଆଖି ପିଛୁଳାକେ ହାତଛଡ଼ା ହୋଇଯିବା କିମ୍ବା ସାରାଜୀବନ ପରିଶ୍ରମ କରି ଗଢ଼ିଥିବା ନିଜର ଛବି କେଉଁ ଏକ ଅପ୍ରତ୍ୟାଶିତ ବିଡ଼ମ୍ବନା ଯୋଗୁଁ ଧୂଳିସାତ ହୋଇଯିବା - ଏସବୁ ରାଜନୀତିର ପିଚ୍ଛିଳ ଭୁଇଁରେ ସାଧାରଣ କଥା। ଏସବୁ ଘଟଣା ବା ଦୁର୍ଘଟଣା କାଳ କାଳ ଧରି ନେତାଙ୍କ ଭାଗ୍ୟ ନିର୍ଣ୍ଣୟ କରି ଆସିଛି। କେତେବେଳେ କନ୍ଦାଇଛି ତ କେତେବେଳେ ଆନନ୍ଦ ଦେଇଛି ସେମାନଙ୍କୁ। ପୂର୍ବରୁ ମହାରାଷ୍ଟ୍ରରେ ଶିବସେନା ଓ ଏନସିପିର ବିଭାଜିତ ଗୋଷ୍ଠୀ, ବିହାରର ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ଏନଡିଏରେ ସାମିଲ ହୋଇ ସାରିଛନ୍ତି। ଆନ୍ଧ୍ରର ତେଲୁଗୁ ଦେଶମ ମଧ୍ୟ ଏନଡିଏରେ ମିଶି ସାରିଛି। ପଞ୍ଜାବର ଶିରୋମଣି ଅକାଳୀ ଦଳ ଓ ଆମ ରାଜ୍ୟର ବିଜୁ ଜନତା ଦଳ ଦିନେ ଦୁଇଦିନ ମଧ୍ୟରେ ଏନଡିଏରେ ସାମିଲ ହେବା ଥୟ। ଲୋକସଭାରେ ବିଜେପି ଏକାକୀ ୩୭୦ ଓ ଏନଡିଏ ୪୦୦ ଉପରେ ଆସନ ପାଇବା ଲକ୍ଷ୍ୟରେ ମେଣ୍ଟ ରାଜନୀତିକୁ ତୀବ୍ର କରିଛି। ଇଣ୍ଡିଆ ମେଣ୍ଟରୁ ଦଳମାନେ ଖସି ଯାଉଥିଲା ବେଳେ, ଏନଡିଏ ମେଣ୍ଟରେ ଆଞ୍ଚଳିକ ଦଳମାନେ ଯୋଗ ଦେଉଛନ୍ତି।

ଦେଶରେ ଏବେ ପାଳିତ ହେଉଛି ଅମୃତ କାଳ। ୨୦୪୭ ମସିହାରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ଉତ୍ସବ ପାଳନ କରିବ। ଆମ ଓଡିଶା ତ ୨୦୩୬ ଅର୍ଥାତ ଆଉ ମାତ୍ର ୧୨ ବର୍ଷ ପରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ଉତ୍ସବ ପାଳନ କରିବ। ସେଥିପାଇଁ ଏବେ ରାଜନୈତିକ ପରିସ୍ଥିତି ବଦଳି ଯାଇଛି। ରାଜନୀତିର ପଶାପାଲିରେ ଭାବପ୍ରବଣତା ଆଉ ଶକ୍ତିଶାଳୀ ଅସ୍ତ୍ର ହୋଇ ରହିନାହିଁ। ସେହି ସ୍ଥାନ ନେବାକୁ ବସିଛି ଆଗୁଆ ନିର୍ବାଚନୀ ସର୍ଭେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ, ହାଇଟେକ ପ୍ରଚାର, ସାମାଜିକ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ସହଯୋଗରେ ଅହରହ ପ୍ରଚାର, ବ୍ୟୟବହୁଳ ରାଲି ଓ ଜନସଭାର ଘନଘଟା। ରାଜନୈତିକ ପ୍ରତିଶୃତି କିମ୍ବା ପୁରୁଣା ବନ୍ଧୁର ବନ୍ଧୁତାକୁ ଆଉ ଗୁରୁତ୍ୱପୂର୍ଣ୍ଣ ଭାବୁନାହାନ୍ତି ଆଜିର ସଦା ଜାଗ୍ରତ ନେତା। ଆଜି, ସମସ୍ତଙ୍କ ପାଖରେ ରହିଛି ଏକାଧିକ ବିକଳ୍ପ ବ୍ୟବସ୍ଥା। ପ୍ଲାନ ଏ, ପ୍ଲାନ ବି, ସି ... ଏମିତି ଅନେକ। ଯେମିତି ହେଲେ ବି ଜିତିବାକୁ ହେବ।

ବହୁ ପୂର୍ବରୁ ରାଜନୀତି କ୍ଷେତ୍ରକୁ ଅନୁପ୍ରବେଶ କରିସାରିଛନ୍ତି ଅସାମାଜିକ ତତ୍ତ୍ୱ, ଅପରାଧୀ, ବେପାରୀ ଓ କର୍ପୋରେଟ ସଂସ୍ଥାଙ୍କ ଅଦୃଶ୍ୟ ପାଦୁକାକୁ ସିଂହାସନରେ ବସାଇବାକୁ ଲାଳାୟିତ ଦେଶଭକ୍ତ ରାଜନେତା। ରାଜନୀତି ପବିତ୍ରତା ହରାଇ ବସିଥିଲାବେଳେ ମେଣ୍ଟ ରାଜନୀତିରୁ ପବିତ୍ରତା ଆଶାକରିବା ବିଡ଼ମ୍ବନା ମାତ୍ର। କର୍ପୋରେଟ ସିଣ୍ଡିକେଟ ନିର୍ଦ୍ଦେଶିତ ବୈପାରିକ ମେଣ୍ଟକୁ ରାଜନୈତିକ ମେଣ୍ଟ ଭାବିନେବା ଭୁଲ। ରାଜନୈତିକ-ମେଣ୍ଟ ଶରୀର ମଧ୍ୟରେ ବୈପାରିକ-ମେଣ୍ଟର ଆତ୍ମା ରହିଲେ, ଦେଶ ଓ ରାଜ୍ୟର ହିତସାଧନ ହୋଇପାରେନା। ନୀଳଶୈଳ ଉପନ୍ୟାସରେ ସୁରେନ୍ଦ୍ର ମହାନ୍ତି ଲେଖିଥିଲେ,ରାଜନୀତି ବଡ଼ ବିଚିତ୍ର! ବେଶ୍ୟାର ପ୍ରଣୟ ଅଥବା ଜହ୍ନର ଛାଇରେ ବରଂ କେତେକ ସ୍ଥିରତା ଥାଇପାରେ; ମାତ୍ର କ୍ଷମତା ରାଜନୀତିରେ ବନ୍ଧୁତ୍ୱ ଓ ବୈରୀତ୍ୱ ଚଲାମେଘ ପରି ଅସ୍ଥିର। ଏଇ ମୁହୂର୍ତ୍ତର ଶତ୍ରୁ ପର ମୁହୂର୍ତ୍ତରେ ପରମ ସୁହୃଦ ଓ ବାନ୍ଧବ। xxxx ରାଜନୀତି ସୁବିଧାବାଦର ଏକ ମହାରଣ୍ୟ - ଆତ୍ମରକ୍ଷା ଓ ଆତ୍ମସ୍ୱାର୍ଥ ହେଲା ସେଠାରେ ଏକମାତ୍ର ଧର୍ମ। ଆମେ ଏଥିରେ ଗୋଟିଏ ମାତ୍ର ଶବ୍ଦ ମେଣ୍ଟ ଯୋଡ଼ିବାର ଧୃଷ୍ଟତା କରିବୁ ଯେ ମେଣ୍ଟ-ରାଜନୀତି ସୁବିଧାବାଦର ଏକ ମହାରଣ୍ୟ - ଆତ୍ମରକ୍ଷା ଓ ଆତ୍ମସ୍ୱାର୍ଥ ହେଲା ସେଠାରେ ଏକମାତ୍ର ଧର୍ମ।

କୋକିଳା ଏନକ୍ଳେଭ-୨, ପୋଖରୀପୁଟ, ଭୁବନେଶ୍ୱର-୭୫୧୦୨୦, ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story