ସ୍ନେହୀ, ସ୍ନେହ କାଙ୍ଗାଳ ‘ରବି ସିଂ’

ଘଟଣାଟି ୨୦୦୨/୨୦୦୩ ମସିହାର । ସେତେବେଳକୁ ମୋ ଲେଖା ଲେଖିର ଦିଗ ନିର୍ଣ୍ଣୟ ହୋଇ ନଥାଏ । କିଛି କିଛି ଗପ ଓ ପ୍ରଗତିଶୀଳ କବିତା ତଥା ସମ୍ବାଦପତ୍ରରେ ସ୍ତମ୍ଭ ଲେଖୁଥାଏ । ରେଭେନ୍ସାରୁ ଅର୍ଥନୀତିରେ ସ୍ନାତକୋତ୍ତର ସାରି ଭୁବନେଶ୍ୱରରେ ରହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାଏ । ସେତେବେଳେ କଟକ-ଭୁବନେଶ୍ୱରରେ ଅନେକ କବିତା ପାଠୋତ୍ସବ ହେଉଥାଏ । ପ୍ରାୟତଃ ସଂଯୋଜନା କରୁଥା’ନ୍ତି ଡ଼ଃ ଦେବାଶିଷ ମହାପାତ୍ର, ଡ଼ଃ ଅମୀୟ ରଞ୍ଜନ ମହାପାତ୍ର, ଡ଼ଃ ବୈରାଗୀ […]

rabising

rabising

Jitendra Garnayak
  • Published: Tuesday, 04 February 2020
  • Updated: 04 February 2020, 11:18 AM IST

Sports

Latest News

[caption id="attachment_490743" align="alignleft" width="106"] ସୁଜିତ କୁମାର ପଣ୍ଡା[/caption]

ଘଟଣାଟି ୨୦୦୨/୨୦୦୩ ମସିହାର । ସେତେବେଳକୁ ମୋ ଲେଖା ଲେଖିର ଦିଗ ନିର୍ଣ୍ଣୟ ହୋଇ ନଥାଏ । କିଛି କିଛି ଗପ ଓ ପ୍ରଗତିଶୀଳ କବିତା ତଥା ସମ୍ବାଦପତ୍ରରେ ସ୍ତମ୍ଭ ଲେଖୁଥାଏ । ରେଭେନ୍ସାରୁ ଅର୍ଥନୀତିରେ ସ୍ନାତକୋତ୍ତର ସାରି ଭୁବନେଶ୍ୱରରେ ରହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାଏ । ସେତେବେଳେ କଟକ-ଭୁବନେଶ୍ୱରରେ ଅନେକ କବିତା ପାଠୋତ୍ସବ ହେଉଥାଏ । ପ୍ରାୟତଃ ସଂଯୋଜନା କରୁଥା’ନ୍ତି ଡ଼ଃ ଦେବାଶିଷ ମହାପାତ୍ର, ଡ଼ଃ ଅମୀୟ ରଞ୍ଜନ ମହାପାତ୍ର, ଡ଼ଃ ବୈରାଗୀ ପଟ୍ଟନାୟକ ଓ ଡ଼ଃ ସୁଜାତା ଆଚାର୍ଯ୍ୟ । ‘ହେଣ୍ଟାଳ’ ଓ ‘ଚଣ୍ଡୀପାଠ’ ନାମକ ମୋର ଦୁଇ କବିତା ଓ ରବି ସିଂଙ୍କ ଦ୍ୱାରା ପ୍ରଭାବିତ କବିତା ‘ଗାଦି ଛାଡ଼ିଦିଅ ଭଗବାନ’ର ଆବୃତ୍ତି ମୋତେ ଆଶାତୀତ ପରିଚିତି ଦେଇଥାଏ । ଡ଼ଃ ସୁଜାତା ଆଚାର୍ଯ୍ୟଙ୍କ ମାର୍ଫତ ମୋର ପରିଚୟ ହୁଏ ‘ଅପୂର୍ବା’ର ସଂପାଦକ ଶ୍ରୀ କ୍ଷୀରୋଦ ପତିଙ୍କ ସହ। କିଛି ବିଶିଷ୍ଟ ଲୋକଙ୍କ ପିଲାଦିନକୁ ନେଇ ଏକ ଫିଚର କରିବାର ପ୍ରସ୍ତାବ ସେ ଦିଅନ୍ତି ଓ ମୁଁ ମାନିଯାଏ । ତା’ପୂର୍ବରୁ ମୁଁ କେବଳ ଗୋଟିଏ ଫିଚର ନିରାକାର ଦାସଙ୍କ ସଂପାଦିତ ‘ମୁକ୍ତି’ ପତ୍ରିକା ପାଇଁ କରିଥାଏ ଅଗ୍ରଜ ବିଭୁତି ଭୂଷଣ ଖୁଣ୍ଟିଆଙ୍କ ସହାୟତାରେ। ସଂଯୋଗ ବଶତଃ ତାହା ବି ବିପ୍ଳବୀ ଲେଖକ ‘କୁମାର ହାସନ’ଙ୍କୁ ନେଇ ।

ଯୋଜନା ମୁତାବକ ‘ଚିତ୍ତରଞ୍ଜନ ଦାସ’ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଭେଟିଲା ପରେ ମୁଁ ରବି ସିଂଙ୍କୁ ଭେଟେ ‘ୟୁନିଟ୍-୯’ ସ୍ଥିତ ବାସଭବନରେ । ମୁଁ ଖୁବ୍ ଡରି ଡରି ଯାଇଥାଏ । କାରଣ ତାଙ୍କର ଜଣେ ପାଠିକା (ମୋ ବଡ଼ ମା’) କହିଥିଲେ- ‘ସେ ତ ପ୍ରଚଣ୍ଡ ରାଗୀ ହୋଇଥିବେ । ତୁ କ’ଣ, କେମିତି ସାକ୍ଷାତକାର ନେବୁ କେଜାଣି !’

ମୋତେ ଟିକେ ସହଜ ହେଲା ଯେ ସେଇ କଲୋନିରେ ରହୁଥିବା କବି ଡ଼ଃ ଉପେନ୍ଦ୍ର ପ୍ରସାଦ ନାୟକ ମୋତେ ତାଙ୍କ ଘରେ ଛାଡ଼ି ଆସିଲେ । ବଡ଼ ଗମ୍ଭୀର କଣ୍ଠରେ ରବି ସିଂ ପ୍ରଶ୍ନ କଲେ- କ’ଣ ପଢ଼ିଛ ?
ମୁଁ ଚୁପ୍ ରହିଲି ।
-ଦାସ କ୍ୟାପିଟାଲ୍‌ ପଢ଼ିଛ ?
-ହଁ
-କମ୍ୟୁନିଷ୍ଟ୍ ମ୍ୟାନିଫାଷ୍ଟୋ ?
- ହଁ ।
-ଆଉ କ’ଣ ପଢ଼ିଛ ?
-ସରପ୍ଲସ୍ ଭେଲ୍ୟୁ, ଆର୍କାଦି ଗାଇଦରଙ୍କ ‘ସ୍କୁଲ୍’, ଗର୍କିଙ୍କ ମଦର...
-ଚା’ପିଇବ ?
ମୋତେ ଶୁଭିଲା ‘ଚେକୋଭ୍‌’ ।
-ହଁ ପଢ଼ିଛି, କିଛି କିଛି ?
- ଆରେ ଚା’ ପିଇବ ?
-ହଁ, ପିଇବି ।

ମୁଁ ଟିକେ ସହଜ ହେଲା ପରେ ପଚାରିଲେ, “ମୋର କ’ଣ କ’ଣ ପଢ଼ିଛ?” ମୁଁ କହିଲି ଏବଂ ତାଙ୍କ ପ୍ରଭାବରେ ଲେଖିଥିବା ‘ଗାଦି ଛାଡ଼ି ଦିଅ ଭଗବାନ’ କବିତାଟି ଶୁଣାଇଲି । କହିଲେ- ଆଉ ଥରେ ଶୁଣା । ଅନେକ ଛନ୍ଦଗତ ବିସଙ୍ଗତି ନିଜେ ସୁଧାରିଦେଲେ । ମୋତେ କହିଲେ ତମେ କୁମାର ହସନ୍‌ଙ୍କର ସାକ୍ଷାତକାର ନେଇଛ । ସେଇ ଭରସାରେ ତୁମକୁ ଅନୁମତି ଦେଇଛି ।

ମୁଁ ‘ପିଲାଦିନ’ ଉପରେ ପଚାରିଲି । କହିଲେ- ଆରେ ମୋର ଗୋଟେ ଅଭିଶପ୍ତ ପିଲାଦିନ । ଅଧାରୁ ପାଠ ଛାଡ଼ିଥିଲି । ‘ସ୍ୱାଧ୍ୟାୟ ମୋର ଚାଟଶାଳୀ...’ । ନିଃସଙ୍ଗ ପଦାତିକ ପଢ଼ିଛ ?

ମୁଁ କହିଲି ‘ନା’ । ସେ ପ୍ରଥମ ଖଣ୍ଡଟି ମୋତେ ଦେଲେ । ପଢ଼ିବାକୁ କହିଲେ । ମୁଁ ପଢ଼ି କିଛି ଅଂଶ ଶୁଣାଇଲି । ସେ ‘ଅଲିଖିତ’ ଅନେକ ଘଟଣାର ଅବତାରଣା କରୁଥା’ନ୍ତି । ଏମିତି ଦିନ ଦିନ ଅନେକ ଅପରାହ୍ନ କଟିଛି ତାଙ୍କ ସାନ୍ନିଧ୍ୟରେ । ଅନେକ କଥା କହିଲା ବେଳେ ସେ କାନ୍ଦି ପକାନ୍ତି । (ହଁ କହିରଖେ, ସେଇ ଫିଚରଟି ଅପ୍ରକାଶିତ ରହିଗଲା ।)

ତାଙ୍କ ପାଖକୁ ଗଲେ ପ୍ରାୟତଃ ମୁଁ ଯାଏ ଅମିତାଭ ଖିଲାରଙ୍କ ପାଖକୁ । ସେ ‘ପର୍ଯ୍ୟବେକ୍ଷକ’ ଓ ‘ପ୍ରଜ୍ଞାନ’ର ସହଯୋଗୀ ସଂପାଦକ ଥା’ନ୍ତି । ପର୍ଯ୍ୟବେକ୍ଷକ ପାଇଁ ମୁଁ କିଛି ସ୍ତମ୍ଭ ଓ ପୁସ୍ତକ ସମୀକ୍ଷା ବି କରୁଥାଏ । ସେ ବି ସେଇ ପାଖାପାଖି ରହୁଥା’ନ୍ତି । ମୁଁ ଦିନେ ଅମିତାଭ ଭାଇଙ୍କୁ କହିଲି- ‘ମୁଁ ତ ବଡ଼ ବଦ୍‌ରାଗୀ ବୋଲି ଭାବୁଥିଲି, ସେ ତ ଭାରି ସ୍ନେହୀ।’ ସେ କହିଲେ, ‘ହଁରେ, ସ୍ନେହୀ ବି, ସ୍ନେହ କାଙ୍ଗାଳ ବି।”

ରବି ସିଂଙ୍କର ଖୁବ୍‌ପ୍ରିୟ ଥା’ନ୍ତି ଶୁଭ୍ରାଂଶୁ ପଣ୍ଡା । ଶୁଭ୍ରାଂଶୁ ଏବେ ‘ଓଡ଼ିଶା ଲିଙ୍କ୍’ ଓ ‘ପେନ୍‌-ଇନ୍’ର ନିର୍ଦ୍ଦେଶକ । ସେତେବେଳେ ଛାତ୍ର ଥା’ନ୍ତି । ପବ୍ଲିସର ହେବା ପାଇଁ ଲକ୍ଷ୍ୟ ରଖିଥା’ନ୍ତି । ପଣ୍ଡା ପବ୍ଲିକେସନ୍‌ ବ୍ୟାନରରେ ମୋର ପ୍ରଥମ କବିତା ପୁସ୍ତକ ‘ହେଣ୍ଟାଳ’ ସେ ପ୍ରକାଶ କରିଥିଲେ । ତା’ର ଦୀର୍ଘ ପୃଷ୍ଠବନ୍ଧ ଲେଖିଥିଲେ କବି ରବି ସିଂ । ଶୁଭ୍ରାଂଶୁ ଚପଳାମି କରି ଅନେକ ଅସହଜ ପ୍ରଶ୍ନ ବି ପଚାରନ୍ତି । ରବି ସିଂ ରାଗି ଯିବେ ବୋଲି ମୁଁ ଭାବୁଥାଏ । କିନ୍ତୁ ସେ ସହଜରେ ସେ ସବୁର ଉତ୍ତର ଦିଅନ୍ତି । ସମ୍ଭବତଃ ଆମର ନହନହକା ପତଳା ଶରୀର ହେତୁ ଆମେ ତାଙ୍କୁ ନିରୀହ ଛେଳି ଛୁଆ ଭଳି ଦେଖାଯାଇଥିଲୁ ଓ ସେ ରାଗୁ ନଥିଲେ ।

ସବୁଠୁ ବଡ଼ କଥା ହେଲା ତାଙ୍କ ଆଖିକୁ ଭଲ ଦେଖାଯାଉ ନଥିଲା । କିନ୍ତୁ ଲେଖାଲେଖିରେ ଖୁବ୍ ସକ୍ରିୟ ଥିଲେ । ଆମେ କିଛି ଡିକ୍ଟେସନ୍ ତ ନେଇଛୁ, କିନ୍ତୁ ସେ ଥିଲେ ସ୍ୱଭାବତଃ ଆତ୍ମ-ନିର୍ଭରଶୀଳ । ଟାଇପ୍-ରାଇଟରରେ ତାଙ୍କ ହାତ ଏମିତି ଖାପଖୁଆଇ ଯାଇଥିଲା ଯେ ଆମେ ପ୍ରୁଫ୍ ରିଡିଂ କଲା ବେଳେ ସେମିତି କିଛି ତ୍ରୁଟି ପାଉ ନଥିଲୁ।

ଶୁଭ୍ରାଂଶୁ ସଂପାଦକ ଥିବା ଏକ ଅନୁଷ୍ଠାନର କାର୍ଯ୍ୟକ୍ରମ ଥିଲା ଖୋର୍ଦ୍ଧା ଟାଉନ୍ ହଲ୍‌ରେ । ସମ୍ବାଦର ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଥିଲେ ଓ ଶ୍ରୀ ରବି ସିଂ ମୁଖ୍ୟ ବକ୍ତା । ଶ୍ରୀ ସିଂଙ୍କର ଅଗ୍ନିବର୍ଷୀ ଭାଷଣ ଉପସ୍ଥିତ ଜନସାଧାରଣଙ୍କୁ ଯେପରି ରୋମାଞ୍ଚିତ କରିଥିଲା ଆଜି ବି ମନେ ପଡ଼ିଗଲେ ଶିହରଣ ଆସେ । ସ୍ୱାଗତ ଅଭିଭାଷଣର ଦାୟିତ୍ୱ ମୋ ଉପରେ ନ୍ୟସ୍ତ ଥିଲା । ଦୁଇ ଜଣ ଅତିପରିଚିତ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କର ପରିଚୟ ଦେବା ନିଶ୍ଚୟ କଷ୍ଟକର ଅନୁଭୁତି ଥିଲା, ସୁଖକର ବି ।

ସେମିତି ଥରେ ବୋଲଗଡ଼ ପାଖରେ ଏକ ସଭାରେ ଶ୍ରୀଯୁକ୍ତ ସିଂ ଥିଲେ ମୁଖ୍ୟ ବକ୍ତି ଓ ମୁଁ ବକ୍ତା । ଅନେକ ପ୍ରସଙ୍ଗରେ ଆମେ ମଞ୍ଚ ଉପରେ ଅସହମତ ହେଲୁ । ଫେରିଲା ବେଳେ ମୁଁ କ୍ଷମା ପ୍ରାର୍ଥନା କଲି । ସେ ମୋତେ ଆଶ୍ଚର୍ଯ୍ୟ କରି କହିଲେ, “ଯେଉଁଠି ଅଟକି ଥିଲ, ସେଇଠୁ ଆରମ୍ଭ କର।”
ସେତେବେଳେକୁ ‘ନବପତ୍ର’ ବୋଲି ସୁନ୍ଦର ପତ୍ରିକାଟିଏ ରାଉରକେଲାରୁ ବାହାରୁଥାଏ । ସେଥିରେ ଶ୍ରୀଯୁକ୍ତ କୀର୍ତ୍ତନ ପରିଡ଼ାଙ୍କର ଏକ ଆଲେଖ୍ୟ ପ୍ରକାଶ ପାଏ- ‘ରବି ସିଂ ମାନବବାଦୀ ନୁହନ୍ତି।’

ମୁଁ ଦୁଃଖିତ ହେଲି । ସିଧା ଗଲି ପତ୍ରିକାଟି ଧରି ଓ କହିଲି- ‘ସାର୍, ଆପଣ ପ୍ରତିବାଦ କରନ୍ତୁ ।’ ସେ ଠୋ ଠୋ ହସିଲେ ।
ମୁଁ ବିରକ୍ତ ହୋଇ କହିଲି- ‘ମୁଁ ଲେଖିବି’ ।
-ଲେଖିଲେ ଲେଖିବ, କିନ୍ତୁ କିଛି ଦରକାର ନାଇଁ ।
“ମୁଁ ଲେଖିବି।” ମୁଁ ଜିଦ୍ କଲି ।
-“ତମ ଇଚ୍ଛା । କିନ୍ତୁ ଶାଳୀନତା ରକ୍ଷା କରିବ । ବ୍ୟକ୍ତିଗତ ଆକ୍ଷେପ କରିବ ନାହିଁ । ମୁଁ କୀର୍ତ୍ତନକୁ ଭଲପାଏ ।”

ଅଦ୍ଭୁତ ଏ ଲୋକ । ମୁଁ ଆଶ୍ଚର୍ଯ୍ୟ ହେଲି । କିନ୍ତୁ ଲେଖିଲି । ଯାହା ମନେ ପଡ଼ୁଛି କୀର୍ତ୍ତନ ଭାଇଙ୍କ ତିନୋଟି ଆଲେଖ୍ୟ ଓ ପ୍ରତିବାଦରେ ମୋର ଦୁଇଟି ଆଲେଖ୍ୟ ଧାରାବାହିକ ଭାବରେ ବାହାରିଥିଲା । (କୀର୍ତ୍ତନ ଭାଇଙ୍ଗ ଆଲେଖ୍ୟ ଓ ମୋର ଆଲେଖ୍ୟକୁ ମିଶାଇ ଛୋଟ ପୁସ୍ତିକାଟିଏ ପ୍ରକାଶ କରାଯାଇପାରେ।)

ଜୀବନ-ଜଞ୍ଜାଳ ଓ ଦୂରତ୍ୱ ହେତୁ ପରବର୍ତ୍ତୀ ସମୟରେ ବିଶେଷ ଭେଟ ହୋଇନି । ପରବର୍ତ୍ତୀ ସମୟରେ ନିଜେ ସେଭଳି ଜୀବନ ବଞ୍ଚୁ ନଥିବାରୁ ମୁଁ ବି ପ୍ରଗତିଶୀଳ କବିତା ଧାରାରୁ ଓହରି ଆସିଛି । ଇଚ୍ଛା ଥାଇ ବି ଶେଷ ସମୟରେ ଭେଟି ପାରିନି।

ବ୍ୟଙ୍ଗ କବି ଓ ପ୍ରାବନ୍ଧିକ ବାଇଡ଼ଙ୍କ ଦାସ ରବି ସିଂଙ୍କର ସଂକ୍ଷିପ୍ତ ଜୀବନୀ ଲେଖିଛନ୍ତି । (ଦୁଃଖର ବିଷୟ ଏଇ ୨୦୧୯ ଡିସେମ୍ବର ୩୦ ତାରିଖରେ ଶ୍ରୀ ବାଇଡଙ୍କ ଦାସଙ୍କର ବି ଦେହାନ୍ତ ହୋଇଯାଇଛି ।) ସେ କବି ଶ୍ରୀ ସିଂଙ୍କୁ ଦ୍ରୋଣ-ଗୁରୁ ସମ ମାନୁଥିଲେ। କିଛି ଦିନ ତଳେ ସେ କବିଙ୍କୁ ଭେଟିବାକୁ ଯାଇଥିଲା ବେଳେ ଶ୍ରୀ ସିଂ ପଚାରିଥିଲେ- “ସୁଜିତ୍ କ’ଣ ମୋତେ ରାଗିଛି ? ସେ କାଇଁ ମୋତେ ଦେଖିବାକୁ ଆସୁନି ?” ମୁଁ କିନ୍ତୁ ଆଉ ଯାଇ ପାରି ନଥିଲି, ବାଇଡ଼ଙ୍କ ଦାସଙ୍କର ବାରମ୍ବାର ତାଗିଦ୍ ସତ୍ତ୍ୱେ ।

ବଞ୍ଚିଥିଲା ବେଳେ କିଛି ନ କରି, ଚାଲିଗଲା ପରେ ଝୁରି ହେବାର ଯେଉଁ ଧାରାଟି ଚାଲିଛି, ମୁଁ ବି ସେଥିରେ ସାମିଲ ହେଲି । ଆମ ଭିତରୁ କ’ଣ ସମ୍ବେଦନାର ସ୍ରୋତଟି ଶୁଖି ଶୁଖି ଆସୁଛି ? କୀର୍ତ୍ତନ ପରିଡ଼ା ଭାଇ ଏବେ ଯଦି ଏକ ଆଲେଖ୍ୟ ଲେଖିବେ- ସୁଜିତ ମାନବବାଦୀ ନୁହନ୍ତି; ତା’ହେଲେ ମୁଁ ଆଦୌ ପ୍ରତିବାଦ କରିବି ନାହିଁ । କାରଣ ମୁଁ ଭାବୁଛି, ମୁଁ ସେ ଅଧିକାରଟି ହରେଇ ବସିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story